Posted inଖେଳ

୮୯ ବର୍ଷ ହେବ ଏହି ସୁଯୋଗକୁ ଅପେକ୍ଷା କରିଛି ଭାରତ

ଲଣ୍ଡନ,୮।୮: ନଟିଂହାମ ମ୍ୟାଚ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ଏକ ଭଲ ଆରମ୍ଭ କରିଛି। ରବିବାର ପ୍ରଥମ ଟେଷ୍ଟର ଶେଷ ଦିନରେ ଟିମ ଇଣ୍ଡିଆକୁ ଜିତିବା ପାଇଁ ଆହୁରି ୧୫୭ ରନ ସ୍କୋର କରିବାକୁ ଥିବାବେଳେ ହତରେ ୯ ଉଇକେଟ ବାକି ଅଛି । ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୨୭୮ରନ ଏବଂ ଦ୍ୱିତୀୟ ଇନିଂସରେ ୫୨ ରନ ସଂଗ୍ରହ କରିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୧୮୩ ରନ ଏବଂ ଦ୍ୱିତୀୟ ଇନିଂସରେ ୩୦୩ ରନ ସଂଗ୍ରହ କରି ଭାରତ ଆଗରେ ୨୦୯ ରନ ଲକ୍ଷ୍ୟ ଧାର୍ଯ୍ୟ କରାଯାରିଛି।
ଟିମ ଇଣ୍ଡିଆ ୧୯୩୨ ପରଠାରୁ ଇଂଲଣ୍ଡରେ ଟେଷ୍ଟ ଖେଳୁଛି। ଇଂଲଣ୍ଡରେ ଏହା ହେଉଛି ଦଳର ୬୩ ତମ ଟେଷ୍ଟ। ଦଳ ମାତ୍ର ୭ ଟି ଟେଷ୍ଟ ଜିତିଥିବାବେଳେ ୩୪ ଟି ହାରିଛି। ୨୧ଟି ମ୍ୟାଚ ଡ୍ର ହୋଇଛି। ଟିମ ଇଣ୍ଡିଆ କେବଳ ସିରିଜର ପ୍ରଥମ ଟେଷ୍ଟ ଜିତି ସିରିଜର ଅଗ୍ରଣୀ ନେବାକୁ ଚାହୁଁନାହିଁ, ବରଂ ୮୯ ବର୍ଷର ଏକ ନୂଆ ସଫଳତା ମଧ୍ୟ କରିବାକୁ ଚାହୁଁଛି। ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଇଂଲଣ୍ଡରେ ୭ଟି ଗ୍ରାଉଣ୍ଡରେ ଟେଷ୍ଟ ମ୍ୟାଚ ଖେଳିଛି, କିନ୍ତୁ କୌଣସି ଗ୍ରାଉଣ୍ଡରେ ଜିତିବାର ରେକର୍ଡ ଭଲ ନୁହେ। ୮୯ ବର୍ଷରେ ପ୍ରଥମ ଥର ପାଇଁ, ଇଂଲଣ୍ଡର ଯେକୌଣସି ଗ୍ରାଉଣ୍ଡରେ ଟେଷ୍ଟରେ ହାରିବା ଅପେକ୍ଷା ଦଳ ଅଧିକ ବିଜୟ ହାସଲ କରିପାରିବ। ଯଦି ଟିମ ଇଣ୍ଡିଆ ପ୍ରଥମ ଟେଷ୍ଟରେ ଜିତେ, ତେବେ ନଟିଂହାମରେ ୮ଟି ମ୍ୟାଚରେ ଏହା ତୃତୀୟ ବିଜୟ ହେବ, ଦଳ ୨ଟି ମ୍ୟାଚରେ ହାରିଛି। ୩ଟି ମ୍ୟାଚ ଡ୍ର ହୋଇଛି। ଅର୍ଥାତ୍‌ ଏହି ଗ୍ରାଉଣ୍ଡରେ ଦଳ ପରାଜୟ ଅପେକ୍ଷା ଅଧିକ ବିଜୟ ହାସଲ କରିବାର ସୁଯୋଗ ପାଇବ। ଇଂଲଣ୍ଡର ଏଭଳି କୌଣସି ଗ୍ରାଉଣ୍ଡରେ ଟିମ ଇଣ୍ଡିଆ ଏହି ସଫଳତା କରିପାରି ନାହିଁ। ଲିଡ୍ସରେ ଦଳ ୬ଟି ମ୍ୟାଚ ମଧ୍ୟରୁ ୨ଟି ଜିତିଛି, ୩ରେ ହାରିଥିବାବେଳେ ଲର୍ଡସରେ ୧୮ଟି ଟେଷ୍ଟରେ ଦଳ ମାତ୍ର ୨ଟି ଟେଷ୍ଟ ଜିତିଛି, ୧୨ଟି ହାରିଛି। ଓଭାଲ ଗ୍ରାଉଣ୍ଡର ରେକର୍ଡକୁ ଦେଖିଲେ ଦଳ ୧୩ଟି ଟେଷ୍ଟରେ କେବଳ ଗୋଟିଏ ଜିତିଛି, ୫ଟିରେ ହାରିଛି । ଅନ୍ୟ ତିନୋଟି ସ୍ଥାନରେ ଦଳ ଏପର୍ଯ୍ୟନ୍ତ ଗୋଟିଏ ବି ଟେଷ୍ଟ ଜିତି ନାହିଁ। ବର୍ମିଂହାମରେ ୭ ଟି ଟେଷ୍ଟ ଖେଳି ୬ଟି ହାରିଛନ୍ତି । ଏହା ବ୍ୟତୀତ ୯ଟି ମଧ୍ୟରୁ ୪ଟି ମଞ୍ଚେଷ୍ଟରରେ ହାରିଥିବାବେଳେ ସାଉଥମ୍ପଟନରେ ସମସ୍ତ ୩ ଟେଷ୍ଟ ମ୍ୟାଚ ହାରିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri