Posted inଜାତୀୟ

ତାଜିକିସ୍ତାନକୁ ୫୦ ଶଯ୍ୟା ବିଶିଷ୍ଟ ମୈତ୍ରୀ ହସ୍ପିଟାଲ ହସ୍ତାନ୍ତର କଲା ଭାରତ…

ଦୁଶନାବେ/ନୂଆଦିଲ୍ଲୀ, ୧୨।୬ : ତାଜିକିସ୍ତାନରେ ଭାରତୀୟ ରାଷ୍ଟ୍ରଦୂତ ବିରାଜ ସିଂ ଦିନ ତାଜିକିସ୍ତାନର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ମେଜର ଜେନେରାଲ ଶୋହିନ ଅବଦୁସୋତ୍ସରଙ୍କୁ ୫୦ ଶଯ୍ୟା ବିଶିଷ୍ଟ ଭାରତ-ତାଜିକିସ୍ତାନ ମୈତ୍ରୀ ହସ୍ପିଟାଲ ହସ୍ତାନ୍ତର କରିଛନ୍ତି। ଏହି ହସ୍ପିଟାଲରେ ଅପରେଶନ ଥିଏଟର, ଏକ୍ସ-ରେ ମେସିନ, ଲାବୋରେଟୋରୀ, କ୍ରିଟିକାଲ କେୟାର ଆମ୍ବୁଲାନ୍ସ ଏବଂ ପ୍ରଶାସନିକ ଯାନ ସମେତ ମେଡିକାଲ ଉପକରଣ, ଔଷଧ, ଷ୍ଟୋର୍‌ ଏବଂ ଆନୁଷଙ୍ଗିକ ସାମଗ୍ରୀ ଆଦି ରହିଛି। ତାଜିକିସ୍ତାନରେ ଭାରତର ଦୂତାବାସ ଦ୍ୱାରା ଜାରି ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ ଭାରତ ତାଜିକିସ୍ତାନରେ ଭାରତର ରାଷ୍ଟ୍ରଦୂତଙ୍କ ନାମରେ ବିରାଜ ସିଂ ଭାରତ-ତାଜିକିସ୍ତାନ ମୈତ୍ରୀ ହସ୍ପିଟାଲ କୁ ତାଜିକିସ୍ତାନର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ମେଜରତ ଜେନେରାଲ ଶୋହିନ ଅବଦୁସୋତ୍ସରଙ୍କୁ ପ୍ରଦାନ କରିଛନ୍ତି। ଭାରତ ସରକାରଙ୍କ ଦ୍ୱାରା ଏହି ହସ୍ପିଟାଲକୁ ନବୀକରଣ କରାଯାଇଥିଲା ଏବଂ ଜାନୁୟାରୀ ୨୦୧୩ରେ ଉଭୟ ପକ୍ଷ ମଧ୍ୟରେ ଏନେଇ ଏକ ଚୁକ୍ତି ହୋଇଥିଲା ଏବଂ ଅକ୍ଟୋବର ୨୦୧୪ରେ ଏହାର ଲୋକାର୍ପଣ କରାଯାଇଥିଲା। ଭାରତ ସରକାରଙ୍କ ବୈଷୟିକ ସହାୟତା ତଥା ଆର୍ଥିକ ସହାୟତାକୁ ଆଧାର କରି ଗତ ଆଠ ବର୍ଷ ମଧ୍ୟରେ ତାଜିକିସ୍ତାନର ସଶସ୍ତ୍ର ବାହିନୀ ଏବଂ ସାଧାରଣ ନାଗରିକଙ୍କୁ ୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ଯୋଗାଇ ଦେଇଛି ବୋଲି ଭାରତୀୟ ଦୂତାବାସର ଏକ ବିବୃତ୍ତିରେ କୁହାଯାଇଛି। ବର୍ତ୍ତମାନ ଏହି ହସ୍ପିଟାଲରେ ଇଏନଟି, ସର୍ଜରୀ, ସ୍ତ୍ରୀ ରୋଗ, ମେଡିସିନ, ଶିଶୁରୋଗ ଏବଂ ଦନ୍ତ ଚିକିତ୍ସା ବିଭାଗ ସହିତ ଅନ୍ୟ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ହସ୍ପିଟାଲରେ ଗତ ଦୁଇ ବର୍ଷ ମଧ୍ୟରେ ଦୁଇ ହଜାରରୁ ଅଧିକ ଅସ୍ତ୍ରୋପଚାର ସହିତ ଏକ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି। ଭାରତୀୟ ସେନାର ଡାକ୍ତର ଏବଂ କର୍ମଚାରୀଙ୍କ ଏକ ଟିମ ତାଜିକିସ୍ତାନର ନାଗରିକମାନଙ୍କୁ ବିଭିନ୍ନ ଚିକିତ୍ସା ସେବା ପ୍ରଦାନ କରିବା ସହିତ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କୁ ତାଲିମ ଦେଉଛନ୍ତି। ଗତ ଆଠ ବର୍ଷ ମଧ୍ୟରେ ୪୨ ଟନ୍‌ରୁ ଅଧିକ ମେଡ ଇନ ଇଣ୍ଡିଆ ଔଷଧ ମୈତ୍ରୀ ହସ୍ପିଟାଲକୁ ପଠାଯାଇଛି । ଭାରତ ସରକାର ତାଜିକିସ୍ତାନକୁ ଅନ୍ୟାନ୍ୟ ଚିକିତ୍ସା ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଦକ୍ଷିଣ-ପଶ୍ଚିମ ତାଜିକିସ୍ତାନରେ ପୋଲିଓ ବ୍ୟାପିବା ପରେ ୨୦୧୦ ରେ ୟୁନିସେଫ ମାଧ୍ୟମରେ ଭାରତ ଦୁଇ ଲକ୍ଷ ଡୋଜ ପୋଲିଓ ଟିକା ପ୍ରଦାନ କରିଥିଲା। ମାର୍ଚ୍ଚ ୨୦୧୮ ରେ, ଭାରତ ତାଜିକିସ୍ତାନର ବିଭିନ୍ନ ଅଞ୍ଚଳକୁ ୧୦ ଟି ଆମ୍ବୁଲାନ୍ସ ଉପହାର ଦେଇଥିଲା। ମେ ୨୦୨୦ରେ, ଭାରତରେ କରୋନା ମହାମାରୀ ସଂକ୍ରମଣ ସମୟରେ ତାଜିକିସ୍ତାନକୁ ୫୦ ହଜାର ହାଇଡ୍ରୋକ୍ସିକେ୍‌ଲାରୋକ୍ୱାଇନ ଟ୍ୟାବଲେଟ ଏବଂ ଏକ ଲକ୍ଷ ପାରାସିଟାମୋଲ ଟାବଲେଟ ଯୋଗାଇ ଦିଆଯାଇଥିଲା। ୨୦୨୧ରେ, ତାଜିକିସ୍ତାନକୁ ପ୍ରାୟ ସାତ ଲକ୍ଷ ମେଡ ଇନ ଇଣ୍ଡିଆ କୋଭିଶିଲ୍ଡ ଟିକା ଯୋଗାଇ ଦିଆଯାଇଥିଲା। ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଭାରତ ଦ୍ୱାରା ସ୍ଥାପିତ ହୋଇଥିବା ମୈତ୍ରୀ ହସ୍ପିଟାଲକୁ ପ୍ରଭାବଶାଳୀ ଏବଂ ଦକ୍ଷତାର ସହ ତାଜିକିସ୍ତାନ ପରିଚାଳନା କରାଇବ। ଏହା ସହିତ ଭାରତ ଏବଂ ତାଜିକିସ୍ତାନ ମଧ୍ୟରେ ଘନିଷ୍ଠ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ପ୍ରତୀକ ଭାବେ ଏହା କାର୍ଯ୍ୟ କରିବ ବୋଲି ଦୂତାବାସ ପକ୍ଷରୁ ଆଶା ପ୍ରକଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri