Posted inଜାତୀୟ

ତାଜିକିସ୍ତାନକୁ ୫୦ ଶଯ୍ୟା ବିଶିଷ୍ଟ ମୈତ୍ରୀ ହସ୍ପିଟାଲ ହସ୍ତାନ୍ତର କଲା ଭାରତ…

ଦୁଶନାବେ/ନୂଆଦିଲ୍ଲୀ, ୧୨।୬ : ତାଜିକିସ୍ତାନରେ ଭାରତୀୟ ରାଷ୍ଟ୍ରଦୂତ ବିରାଜ ସିଂ ଦିନ ତାଜିକିସ୍ତାନର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ମେଜର ଜେନେରାଲ ଶୋହିନ ଅବଦୁସୋତ୍ସରଙ୍କୁ ୫୦ ଶଯ୍ୟା ବିଶିଷ୍ଟ ଭାରତ-ତାଜିକିସ୍ତାନ ମୈତ୍ରୀ ହସ୍ପିଟାଲ ହସ୍ତାନ୍ତର କରିଛନ୍ତି। ଏହି ହସ୍ପିଟାଲରେ ଅପରେଶନ ଥିଏଟର, ଏକ୍ସ-ରେ ମେସିନ, ଲାବୋରେଟୋରୀ, କ୍ରିଟିକାଲ କେୟାର ଆମ୍ବୁଲାନ୍ସ ଏବଂ ପ୍ରଶାସନିକ ଯାନ ସମେତ ମେଡିକାଲ ଉପକରଣ, ଔଷଧ, ଷ୍ଟୋର୍‌ ଏବଂ ଆନୁଷଙ୍ଗିକ ସାମଗ୍ରୀ ଆଦି ରହିଛି। ତାଜିକିସ୍ତାନରେ ଭାରତର ଦୂତାବାସ ଦ୍ୱାରା ଜାରି ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ ଭାରତ ତାଜିକିସ୍ତାନରେ ଭାରତର ରାଷ୍ଟ୍ରଦୂତଙ୍କ ନାମରେ ବିରାଜ ସିଂ ଭାରତ-ତାଜିକିସ୍ତାନ ମୈତ୍ରୀ ହସ୍ପିଟାଲ କୁ ତାଜିକିସ୍ତାନର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ମେଜରତ ଜେନେରାଲ ଶୋହିନ ଅବଦୁସୋତ୍ସରଙ୍କୁ ପ୍ରଦାନ କରିଛନ୍ତି। ଭାରତ ସରକାରଙ୍କ ଦ୍ୱାରା ଏହି ହସ୍ପିଟାଲକୁ ନବୀକରଣ କରାଯାଇଥିଲା ଏବଂ ଜାନୁୟାରୀ ୨୦୧୩ରେ ଉଭୟ ପକ୍ଷ ମଧ୍ୟରେ ଏନେଇ ଏକ ଚୁକ୍ତି ହୋଇଥିଲା ଏବଂ ଅକ୍ଟୋବର ୨୦୧୪ରେ ଏହାର ଲୋକାର୍ପଣ କରାଯାଇଥିଲା। ଭାରତ ସରକାରଙ୍କ ବୈଷୟିକ ସହାୟତା ତଥା ଆର୍ଥିକ ସହାୟତାକୁ ଆଧାର କରି ଗତ ଆଠ ବର୍ଷ ମଧ୍ୟରେ ତାଜିକିସ୍ତାନର ସଶସ୍ତ୍ର ବାହିନୀ ଏବଂ ସାଧାରଣ ନାଗରିକଙ୍କୁ ୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ଯୋଗାଇ ଦେଇଛି ବୋଲି ଭାରତୀୟ ଦୂତାବାସର ଏକ ବିବୃତ୍ତିରେ କୁହାଯାଇଛି। ବର୍ତ୍ତମାନ ଏହି ହସ୍ପିଟାଲରେ ଇଏନଟି, ସର୍ଜରୀ, ସ୍ତ୍ରୀ ରୋଗ, ମେଡିସିନ, ଶିଶୁରୋଗ ଏବଂ ଦନ୍ତ ଚିକିତ୍ସା ବିଭାଗ ସହିତ ଅନ୍ୟ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ହସ୍ପିଟାଲରେ ଗତ ଦୁଇ ବର୍ଷ ମଧ୍ୟରେ ଦୁଇ ହଜାରରୁ ଅଧିକ ଅସ୍ତ୍ରୋପଚାର ସହିତ ଏକ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି। ଭାରତୀୟ ସେନାର ଡାକ୍ତର ଏବଂ କର୍ମଚାରୀଙ୍କ ଏକ ଟିମ ତାଜିକିସ୍ତାନର ନାଗରିକମାନଙ୍କୁ ବିଭିନ୍ନ ଚିକିତ୍ସା ସେବା ପ୍ରଦାନ କରିବା ସହିତ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କୁ ତାଲିମ ଦେଉଛନ୍ତି। ଗତ ଆଠ ବର୍ଷ ମଧ୍ୟରେ ୪୨ ଟନ୍‌ରୁ ଅଧିକ ମେଡ ଇନ ଇଣ୍ଡିଆ ଔଷଧ ମୈତ୍ରୀ ହସ୍ପିଟାଲକୁ ପଠାଯାଇଛି । ଭାରତ ସରକାର ତାଜିକିସ୍ତାନକୁ ଅନ୍ୟାନ୍ୟ ଚିକିତ୍ସା ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଦକ୍ଷିଣ-ପଶ୍ଚିମ ତାଜିକିସ୍ତାନରେ ପୋଲିଓ ବ୍ୟାପିବା ପରେ ୨୦୧୦ ରେ ୟୁନିସେଫ ମାଧ୍ୟମରେ ଭାରତ ଦୁଇ ଲକ୍ଷ ଡୋଜ ପୋଲିଓ ଟିକା ପ୍ରଦାନ କରିଥିଲା। ମାର୍ଚ୍ଚ ୨୦୧୮ ରେ, ଭାରତ ତାଜିକିସ୍ତାନର ବିଭିନ୍ନ ଅଞ୍ଚଳକୁ ୧୦ ଟି ଆମ୍ବୁଲାନ୍ସ ଉପହାର ଦେଇଥିଲା। ମେ ୨୦୨୦ରେ, ଭାରତରେ କରୋନା ମହାମାରୀ ସଂକ୍ରମଣ ସମୟରେ ତାଜିକିସ୍ତାନକୁ ୫୦ ହଜାର ହାଇଡ୍ରୋକ୍ସିକେ୍‌ଲାରୋକ୍ୱାଇନ ଟ୍ୟାବଲେଟ ଏବଂ ଏକ ଲକ୍ଷ ପାରାସିଟାମୋଲ ଟାବଲେଟ ଯୋଗାଇ ଦିଆଯାଇଥିଲା। ୨୦୨୧ରେ, ତାଜିକିସ୍ତାନକୁ ପ୍ରାୟ ସାତ ଲକ୍ଷ ମେଡ ଇନ ଇଣ୍ଡିଆ କୋଭିଶିଲ୍ଡ ଟିକା ଯୋଗାଇ ଦିଆଯାଇଥିଲା। ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଭାରତ ଦ୍ୱାରା ସ୍ଥାପିତ ହୋଇଥିବା ମୈତ୍ରୀ ହସ୍ପିଟାଲକୁ ପ୍ରଭାବଶାଳୀ ଏବଂ ଦକ୍ଷତାର ସହ ତାଜିକିସ୍ତାନ ପରିଚାଳନା କରାଇବ। ଏହା ସହିତ ଭାରତ ଏବଂ ତାଜିକିସ୍ତାନ ମଧ୍ୟରେ ଘନିଷ୍ଠ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ପ୍ରତୀକ ଭାବେ ଏହା କାର୍ଯ୍ୟ କରିବ ବୋଲି ଦୂତାବାସ ପକ୍ଷରୁ ଆଶା ପ୍ରକଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri