Posted inଖେଳ

ଭାରତ-ଜର୍ମାନୀ ସେମିଫାଇନାଲ

ରାଞ୍ଚତ୍, ୧୭ା୧ (ପି.ଟି.): ଭାରତୀୟ ମହିଳା ହକି ଦଳ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି। ଦଳ ମଙ୍ଗଳବାର ଇଟାଲୀକୁ ୫-୧ ଗୋଲ୍‌ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଉଦିତା ଦୁହାନ (୧ମ ଓ ୫୫ତମ ମିନିଟ) ବ୍ୟକ୍ତିଗତ ଦୁଇଟି ଗୋଲ ସ୍କୋର କରିଥିବା ବେଳେ ଦୀପିକା (୪୧ତମ)ସଲିମା ଟେଟେ (୪୫ତମ) ଓ ନବନୀତ କୌର (୫୩ତମ) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।
ଖେଳର ଅନ୍ତିମ କ୍ଷଣରେ ଇଟାଲୀର କାମିଲା ମ୍ୟାଚିନ ଦଳ ପକ୍ଷରୁ ଏକମାତ୍ର ଗୋଲ ସ୍କୋର କରିଥିଲେ।
ଇଦିତାଙ୍କର ଏହା ଥିଲା ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ। ମଙ୍ଗଳବାର ଏହି ବିଜୟ ଦ୍ୱାରା ପୁଲ୍‌ ‘ବି’ରେ ତିନୋଟି ଗେମ୍‌ରୁ ୨ଟିରେ ବିଜୟ ଲାଭ କରି ଅପରାଜିତ ରହିଥିବା ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ) ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। ଏଥିସହିତ ଦଳ ପ୍ୟାରିସ ଗେମ୍ସ ଟିକେଟ ନିକଟତର ହୋଇଛି। ଗୁରୁବାର ଖେଳାଯିବାକୁ ଥିବା ସେମିଫାଇନାଲରେ ଭାରତ ପୁଲ୍‌ ‘ଏ’ ଟପର ଜର୍ମାନୀ ସହିତ ମୁକାବିଲା କରିବାକୁ ଥିବା ବେଳେ ୟୁଏସ୍‌ଏ ଜାପାନକୁ ଭେଟିବ। ଶ୍ରେଷ୍ଠ ୩ ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ।
ୟୁଏସ୍‌ଏ, ଜାପାନ ଓ ଜର୍ମାନୀ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଅଲ୍‌ ଓ୍ବିନ ରେକର୍ଡ ସହ ଏହି ପର୍ଯ୍ୟାୟରେ ପହଞ୍ଚତ୍ଛି। ମଙ୍ଗଳବାର ଏହି ଦଳ ୧-୦ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଖେଳର ୧୭ତମ ମିନିଟ୍‌ରେ ଏଲିଜାବେ୍‌ ୟିଆଗର ଏକ ପେନାଲ୍‌ଟି କର୍ନରକୁ ଗୋଲ୍‌ରେ ପରିଣତ କରି ତାଙ୍କ ଦଳକୁ ଜିତାଇଥିଲେ। ସେହିପରି ଚିଲି ବିପକ୍ଷରେ ୨-୦ ଗୋଲ୍‌ରେ ବିଜୟ ହାସଲ କରି ଜାପାନ ଅନ୍ୟତମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ପୁଲ୍‌ ‘ଏ’ରେ ଜାପାନ ୩ଟି ଗେମ୍‌ରୁ ୭ ପଏଣ୍ଟ ଅର୍ଜନ କରି ଦ୍ୱିତୀୟ ସ୍ଥାନରେ ରହିଥିଲା। ବିଶ୍ୱର ୫ ନମ୍ବର ଦଳ ଜର୍ମାନୀ ଯଦିଓ ସମାନ ୭ ପଏଣ୍ଟ ଅର୍ଜନ କରିଥିଲା ଗୋଲ୍‌ ବ୍ୟବଧାନ ଦୃଷ୍ଟିରୁ ଦଳ ପୁଲ୍‌ ଏ’ର ଶୀର୍ଷ ସ୍ଥାନ ଅଧିକାର କରିଥିଲା। ଅନ୍ୟପକ୍ଷରେ ସୋଞ୍ଜା ଜିମରମାନଙ୍କ ହ୍ୟାଟ୍ରିକ୍‌ ଗୋଲ୍‌ ସହାୟତାରେ ଜର୍ମାନୀ ୧୦-୦ ଗୋଲ୍‌ରେ ଚେକ୍‌ ରିପବ୍ଲିକକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ଜେଟ୍‌ ଫ୍ଲେସ୍‌କଜ୍‌ ଓ ଚାର୍ଲୋଟ ଷ୍ଟାପେନ୍‌ ହର୍ଷ୍ଟ ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲେ। ନାଇକ ୍‌ଲୋରେଞ୍ଜ, ପଲିନ୍‌ ହିଞ୍ଜ ଓ ସେଲିନ୍‌ ଓରୁଜ୍‌ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri