ଜିନ୍ଦଲ ଷ୍ଟେନ୍‌ଲେସ୍‌ର ୧୫୦ କର୍ମଚାରୀଙ୍କୁ ଇଏସ୍‌ଓପି ପ୍ରଦାନ

ଭୁବନେଶ୍ୱର,୧୭।୧(ଅନୁରାଧା ମହାରଣା): ଭାରତର ଅଗ୍ରଣୀ ଷ୍ଟେନଲେସ ଷ୍ଟିଲ ନିର୍ମାତା ଜିନ୍ଦଲ ଷ୍ଟେନଲେସ ଲିମିଟେଡ ନିଜର ବରିଷ୍ଠ ଟିମ୍‌ରୁ ପ୍ରାୟ ୧୫୦ ସଦସ୍ୟଙ୍କ ପାଇଁ ଏକ କର୍ମଚାରୀ ଷ୍ଟକ୍‌ ଅପସନ୍‌ ପ୍ଲାନ୍‌ (ଇଏସ୍‌ଓପି) ଘୋଷଣା କରିଛି। ଇଏସଓପି ଏବଂ ପ୍ରତିବନ୍ଧିତ ଷ୍ଟକ ୟୁନିଟ ବ୍ୟବହାର କରି ଜିନ୍ଦଲ ଷ୍ଟେନଲେସ ଲିମିଟେଡ କର୍ମଚାରୀ ଷ୍ଟକ୍‌ ଅପସନ୍‌ ସ୍କିମ୍‌ ୨୦୨୩ ଅଧୀନରେ କମ୍ପାନୀ ଯୋଗ୍ୟ କର୍ମଚାରୀଙ୍କୁ ୧୫,୬୮,୨୬୬ ଷ୍ଟକ୍‌ ବିକଳ୍ପ ପ୍ରଦାନ କରିଛି। କାର୍ଯ୍ୟକ୍ଷେତ୍ରରେ ପ୍ରଦର୍ଶନ ଆଧାରରେ ଏହି ଇଏସ୍‌ଓପି ୪ ବର୍ଷ ମଧ୍ୟରେ ଲାଗୁ ହେବ। ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଜିନ୍ଦଲ ଷ୍ଟେନଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ‘ଇଏସ୍‌ଓପି’ର ବରିଷ୍ଠ କର୍ମଚାରୀଙ୍କ ସ୍ବାର୍ଥକୁ ଆମର ଦୀର୍ଘକାଳୀନ ଅଭିବୃଦ୍ଧି ଯୋଜନା ସହିତ ଯୋଡ଼ିବା। କର୍ମଚାରୀମାନଙ୍କୁ ଆମର ସଫଳତାର ଏକ ଅଂଶ ପ୍ରଦାନ କରିବା ସହ ସହଯୋଗ ଏବଂ ସହଭାଗୀ ସଫଳତାର ଏକ ପରମ୍ପରା ଆରମ୍ଭ କରିଥିବା ସେ କହିଛନ୍ତି। ପ୍ରତ୍ୟେକ ବ୍ୟକ୍ତି କମ୍ପାନୀର ଅଭିବୃଦ୍ଧି ଯାତ୍ରାରେ ଯୋଗଦାନ କରନ୍ତୁ ଏବଂ ଏଥିରୁ ଉପକୃତ ହୁଅନ୍ତୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଜିନ୍ଦଲ ଷ୍ଟେନଲେସ୍‌ର ସିଏଚ୍‌ଆର୍‌ଓ ସୁଶୀଲ ବାଭେଜା କହିଛନ୍ତି, ଇଏସ୍‌ଓପି ଆରମ୍ଭ କରି ଆମେ ଆନନ୍ଦିତ। ଏହି ପଦକ୍ଷେପ କର୍ମଚାରୀଙ୍କ ମଧ୍ୟରେ ମାଲିକାନାର ଏକ ଗଭୀର ଭାବନାକୁ ବିକଶିତ କରିବ, ସେମାନଙ୍କ ସ୍ବାର୍ଥକୁ କମ୍ପାନୀର ସଫଳତା ସହ ଯୋଡ଼ିବ ବୋଲି ବାଭେଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

ସ୍କୁଲ ଭିତରକୁ ଯାଉଥିଲେ ଛାତ୍ର, ହଠାତ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ କସନ୍ଦି ପଞ୍ଚାୟତର କାଲାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଭୁଶୁଡ଼ି ୨ ଛାତ୍ର ଗୁରୁବାର…

ଗାଁରେ ପସିଲେ ହାତୀ, ଦଳି ଚକଟି ନଷ୍ଟ କଲେ ଫସଲ

କଲ୍ୟାଣସିଂହପୁର, ୬।୮ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅଧୀନ କେଶବ ନାୟକଗୁଡ଼ା ନୂଆ ସାହି ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ହାତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri