Categories: ଜାତୀୟ

ଚୀନ୍ ସୀମା ଜଗିବାକୁ ଆହୁରି ୧୦,୦୦୦ ସୈନିକ ପଠାଇଲା ଭାରତ

ନୂଆଦିଲ୍ଲୀ,୭ା୩: ଚୀନ୍ ସହିତ ବିବାଦୀୟ ସୀମାକୁ ମଜବୁତ କରିବା ପାଇଁ ଭାରତ ୧୦ ଆଉ ହଜାର ସୈନିକଙ୍କୁ ସୀମାକୁ ପଠାଇଛନ୍ତି। ଏହା ସହିତ ବେଜିଂ ସହିତ ସମ୍ପର୍କକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦେଶର ପଶ୍ଚିମ ସୀମାରେ ପୂର୍ବରୁ ନିଯୁକ୍ତ ୧୦,୦୦୦ ସୈନିକ ମୁତୟନ ହୋଇଥିଲା ବେଳେ ବର୍ତ୍ତମାନ ଚୀନ୍ ସହିତ ସୀମା ସୁରକ୍ଷାକୁ ଆହୁରି ଦୃଢ କରିବା ପାଇଁ ଆହୁରି ୧୦ ହଜାର ସୈନିକ ପଠାଯାଇଥିବା ଭାରତୀୟ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ବ୍ଲୁମବର୍ଗ ରିପୋର୍ଟ କରିଛି।

ଏଥିସହ ବିବାଦୀୟ ଚୀନ୍ ସୀମାରେ ୯,୦୦୦ ସୈନିକଙ୍କ ଯେଉଁମନେ ସୀମାରେ ମୁତୟନ ଅଛନ୍ତି, ସେମାନଙ୍କୁ ନେଇ ଏକ ନୂତନ କଣ୍ଟିଜେଣ୍ଟ୍ ସୃଷ୍ଟି ହୋଇଥିବା କୁହାଯାଉଛି। ମିଳିତ ବାହିନୀ ୫୩୨ କିଲୋମିଟର (୩୩୦.୫୭ ମାଇଲ) ସୀମା ଜଗିବେ ଯାହା ଚୀନ୍‌ର ତିବ୍ଦତ ଅଞ୍ଚଳକୁ ଭାରତର ଉତ୍ତର ପ୍ରଦେଶ ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶ ସହିତ ପୃଥକ କରିବ।

ତେବେ ଏହି ବିଷୟରେ ଭାରତୀୟ ସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ କିଛି କହିବାକୁ ମନା କରି ଦେଇଛି। ତେବେ ସୈନ୍ୟ ମାନଙ୍କର ଅପ୍ରତ୍ୟାଶିତ ଦାୟିତ୍ୱ ବୃଦ୍ଧି ଏହି ଅଂଚଳର ଗୁରୁତ୍ୱକୁ ବୁଝାଉଛି।

୨୦୨୧ରେ, ଚୀନ୍ ସୀମାରେ ପାଟ୍ରୋଲିଂ କରିବା ପାଇଁ ଭାରତ ଅତିରିକ୍ତ ୫୦,୦୦୦ ସୈନିକଙ୍କୁ ମୁତୟନ କରିଥିଲେ। ଏହା ପରେ ଉଭୟ ଚୀନ୍ ଏବଂ ଭାରତ ସାମରିକ ସମ୍ବନ୍ଧୀୟ ଭିତ୍ତିଭୂମିର ନବୀକରଣ କରିଛନ୍ତି ଏବଂ କ୍ଷେପଣାସ୍ତ୍ର ଏବଂ ବିମାନକୁ ସୀମାର ଉଭୟ ପାର୍ଶ୍ୱରେ ମୁତୟନ କରିଛନ୍ତି।

Share