Posted inଜାତୀୟ

ଭାରତର ପ୍ରଥମ ଓସ୍କାର ବିଜେତାଙ୍କ ପରଲୋକ

ମୁମ୍ବାଇ, ୧୫।୧୦: କଷ୍ଟ୍ୟୁମ ଡିଜାଇନର୍‌ ତଥା ଭାରତର ପ୍ରଥମ ଓସ୍କାର ବିଜୟିନୀ ଭାନୁ ଅଥେୟାଙ୍କ ଗୁରୁବାର ପରଲୋକ ଘଟିଛି। ୯୧ ବର୍ଷୀୟ ଭାନୁ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ମୁମ୍ବାଇର କୋଲାବାସ୍ଥିତ ବାସଭବନରେ ସେ ଗୁରୁବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଭାରତର ପ୍ରଥମ ବ୍ୟକ୍ତି ଭାବେ ଭାନୁ ଅନ୍ତର୍ଜାତୀୟସ୍ତରରେ ପ୍ରଦାନ କରାଯାଉଥିବା ସମ୍ମାନଜନକ ଓସ୍କାର ପୁରସ୍କାର ଜିତିଥିଲେ। ‘ଗାନ୍ଧୀ’ ଫିଲ୍ମ ପାଇଁ ପୋଷାକ ଡିଜାଇନ କରି ସେ ଜନ୍‌ ମୋଲାଙ୍କ ସହ ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନର ଭାବେ ଓସ୍କାର ପୁରସ୍କାର ଲାଭ କରିଥିଲେ। ଏହି ଫିଲ୍ମକୁ ମୋଟ୍‌ ୮ଟି ଓସ୍କାର ପୁରସ୍କାର ମିଳିଥିଲା। ୧୯୮୨ ମସିହାରେ ରିଚାର୍ଡ ଏଣ୍ଟନବୋରାଙ୍କ ବିଶ୍ୱ ପ୍ରସିଦ୍ଧ ଫିଲ୍ମ ‘ଗାନ୍ଧୀ’ ରିଲିଜ କରିଥିଲା।
ଝିଅ ରାଧିକା ଗୁପ୍ତା ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି, ‘୨୦୧୨ରେ ମା’ଙ୍କୁ ମସ୍ତିଷ୍କ ଟ୍ୟୁମର ହୋଇଥିଲା। କିନ୍ତୁ ସେତେବେଳେ ସେ ଅସୁସ୍ଥତା ପାଇଁ ଅସ୍ତ୍ରୋପଚାର କରିବାକୁ ମନା କରିଦେଇଥିଲେ। ଫଳରେ ୨୦୧୫ରେ ପକ୍ଷାଘାତରେ ପୀଡ଼ିତ ହୋଇଥିଲେ। ଆଜି ସକାଳେ ଶୋଇଥିବା ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା।’ ଅପରାହ୍ନରେ ଚନ୍ଦନଓ୍ବାଡି ଶବଦାହ ଗୃହରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିବା ଜଣାପଡ଼ିଛି। ଶେଷଥର ପାଇଁ ଭାନୁ ୨୦୦୧ରେ ରିଲିଜ ହୋଇଥିବା ‘ଲଗାନ’ ଓ ୨୦୦୪ରେ ‘ସ୍ବଦେଶ’ ଫିଲ୍ମ ପାଇଁ ପୋଷାକ ଡିଜାଇନ କରିଥିଲେ। ୧୯୫୬ରେ ମୁକ୍ତିଲାଭ କରିଥିବା ‘ସିଆଇଡି’ ଫିଲ୍ମରୁ ଭାନୁ ତାଙ୍କ ପୋଷାକ ଡିଜାଇନ କ୍ୟାରିୟର ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ଅଜା ଗିରଫ

ଫୁଲବାଣୀ,୧ା୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ୍‌ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଅଜା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗରେ ଗିରଫ…

Iran Israel Conflict: ଟ୍ରମ୍ପଙ୍କ ବଡ଼ ଦାବି, ଗୋଟିଏ ଆକ୍ରମଣରେ ୪୮…

ନୂଆଦିଲ୍ଲୀ,୧।୩:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଆମେରିକା ଏବଂ ଇସ୍ରାଏଲୀ ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ…

ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରୁଥିଲେ ପୂର୍ବତନ ପ୍ରେମିକ, ଭେଟିବାକୁ ଡାକି ହତ୍ୟା କରି ମୁହଁରେ ଏସିଡ୍…

ଲକ୍ଷ୍ନୌ,୧।୩: ଉତ୍ତର ପ୍ରଦେଶର ବାଲିଆରୁ ପ୍ରେମ, ବ୍ଲାକମେଲିଂ ଏବଂ ହତ୍ୟାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ହତ୍ୟା କରିଛନ୍ତି…

IND vs WI Super-8 Live Score: ଭାରତ ଆଗରେ ୧୯୬ ରନ୍‌ର ବିଜୟ ଟାର୍ଗେଟ୍‌

କୋଲକାତା,୧।୩: କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସ ମଇଦାନରେ ରବିବାର ଖେଳାଯାଇଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ…

ବିମାନବନ୍ଦରଠାରୁ ୧୦୦ମିଟର ଦୂରରେ ହୋଇଥିଲା ବିସ୍ଫୋରଣ, ବର୍ଣ୍ଣନା କଲେ ସିନ୍ଧୁ

ନୂଆଦିଲ୍ଲୀ, ୧ା୩: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ ଦୁଇଥର ଅଲିମ୍ପିକ ପଦକ…

ମହେନ୍ଦ୍ରଗିରିରେ ବାବାଙ୍କ ଆଶ୍ରମର ଭିତରେ ପଶି ଭାଙ୍ଗରୁଜା, ପାଣି ମଟର ଭାଙ୍ଗିଲେ ଦୃବର୍ତ୍ତ

ପାରଳାଖେମୁଣ୍ଡି,୧।୩(ଗିରିଧାରୀ ପରିଛା): ଗଜପତି ଜିଲାର ଐତିହାସିକ ତଥା ଆଧ୍ୟାତ୍ମିକ ଓ ପୌରାଣିକ କ୍ଷେତ୍ର ରାୟଗଡ଼ ବ୍ଲକ ଅଧିନରେ ଥିବା ମହେନ୍ଦ୍ରଗିରି ଏବେ ଅଶାନ୍ତମୟ ହୋଇପଡିଛି । ଶନିବାର…

ଓଭରଟେକ୍ ହେଲା କାଳ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଦିଗପହଣ୍ଡି,୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଚକାତେନ୍ତୁଳି ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରବିବାର ଅପରାହ୍ନ ପ୍ରାୟ…

ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ଯୁଦ୍ଧର କଳାବାଦଲ, ଭାରତ ସହ ଏସବୁ ଏସୀୟ ଦେଶରେ ଗ୍ୟାସ, CNG, ପେଟ୍ରୋଲ-ଡିଜେଲ ଦର ହେବ ଆକାଶଛୁଆଁ!

ନୂଆଦିଲ୍ଲୀ/ତେହେରାନ,୧।୩: ମଧ୍ୟ ପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ବିବାଦ ଏବେ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଏକ ବଡ଼ ସଙ୍କଟ ଆଡ଼କୁ ଠେଲି ଦେଇଛି। ରଏଟର୍ସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri