ଟସ୍‌ ଜିତିଲେ କୋହଲି; ସିଜନରେ ପ୍ରଥମଥର ସୁଯୋଗ ପାଇଲେ ଗେଲ୍‌

ଶାରଜା, ୧୫।୧୦: ଚଳିତ ଆଇପିଏଲ୍‌ରେ ଗୁରୁବାର ସନ୍ଧ୍ୟାରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହ ହୋଇଛି। ସ୍ଥାନୀୟ ଶାରଜା କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ବାଙ୍ଗାଲୋର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ କିଙ୍ଗ୍ସ ଇଲେଭେନ ପ୍ରଥମେ ବୋଲିଂ କରିବ। ଏହି ମ୍ୟାଚ୍‌ ସହ ବିସ୍ଫୋରକ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ଚଳିତ ଆଇପିଏଲ୍‌ରେ ତାଙ୍କ ଅଭିଯାନ ଆରମ୍ଭ କରିବେ। ପଞ୍ଜାବ ଏହି ମ୍ୟାଚ୍‌ରେ ୩ଟି ପରିବର୍ତ୍ତନ କରିଛି। ମନଦୀପ୍‌ ସିଂ, ପ୍ରଭସିମରନ ଓ ମୁଜିବ-ଉର୍‌ ରେହମାନଙ୍କ ସ୍ଥାନରେ ଯଥାକ୍ରମେ କ୍ରିସ୍‌ ଗେଲ୍‌, ଦୀପକ ହୁଦା ଓ ମୁରୁଗାନ ଅଶ୍ୱିନୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ବାଙ୍ଗାଲୋର ବର୍ତ୍ତମାନ ସୁଦ୍ଧା ୭ ମ୍ୟାଚ୍‌ରୁ ୫ ବିଜୟ ସହ ୧୦ ପଏଣ୍ଟ ପାଇ ଟେବୁଲ ତାଲିକାର ୩ୟ ସ୍ଥାନରେ ରହିଛି। ଅପରପକ୍ଷରେ ପଞ୍ଜାବ ୭ ମ୍ୟାଚ୍‌ରୁ ୧ ବିଜୟ ଓ ୬ ପରାଜୟ ସହ ୨ ପଏଣ୍ଟ ପାଇ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ: ୨୧ ଜଣିଆ ବର୍ଦ୍ଧିତ ଦଳ ଘୋଷଣା କଲା ଆୟର୍ଲାଣ୍ଡ

ଡବ୍ଲିନ୍‌,୧୧।୭: ଆଗକୁ ଆୟୋଜନ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଆୟର୍ଲାଣ୍ଡ ଏକ ୨୧ ଜଣିଆ ବର୍ଦ୍ଧିତ ଦଳ...

ଜୁନିୟର ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ବାତିଲ

ନୂଆଦିଲ୍ଲୀ, ୨୩ା୧୦ (ପି.ଟି.): ନୂଆଦିଲ୍ଲୀରେ ଆସନ୍ତା ଜାନୁୟାରରେ ହେବାକୁଥିବା ଜୁନିୟର ଓ୍ବାଲର୍‌ଡ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ୨୦୨୦କୁ ଶେଷରେ ବାତିଲ କରିଦିଆଯାଇଛି। କୋଭିଡ୍‌-୧୯ ମହାମାରୀଜନନିତ କଟକଣା ଓ...

ପରାଜୟକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଜବ ବୟାନ: କହିଲେ ‘୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଛୋଟ ଦେଶ ଭାରତକୁ ହରାଇ ଦେଲା’

ନୂଆଦିଲ୍ଲୀ,୩।୭: ଗତ ମାସରେ ଭାରତର ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲୁଟିସି) ଟାଇଟଲ ଜିତିବାର ସ୍ବପ୍ନ ଧ୍ୱଂସ ହୋଇଯାଇଥିଲା। ଭାରତ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ...

୪୮ ବର୍ଷରେ ଗାଙ୍ଗୁଲି

ନୂଆଦିଲ୍ଲୀ,୮।୭(ପି.ଟି.): ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ବୁଧବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମ ଦିନରେ...

ଏୟାର ବ୍ୟାଡମିଣ୍ଟନକୁ ଭାରତୀୟ ତାରକାଙ୍କ ସମର୍ଥନ

ନୂଆଦିଲ୍ଲୀ,୧୯।୫ (ପି.ଟି.)- କ୍ରୀଡ଼ା ତଥା ବ୍ୟାଡମିଣ୍ଟନର ଏକ ନୂଆ ଫର୍ମାଟ ଏୟାର ବ୍ୟାଡମିଣ୍ଟନକୁ ସାଇନା ନେହ୍ବାଲଙ୍କ ସମେତ ଭାରତର କେତେକ ଆଗଧାଡ଼ିର ବ୍ୟାଡମିଣ୍ଟନ ଖେଳାଳି ସମର୍ଥନ...

ମୋହନବାଗାନ ଆଇ-ଲିଗ୍‌ ଚାମ୍ପିୟନ ଘୋଷିତ: ବାକି ମ୍ୟାଚ୍‌ ବାତିଲ ନେଇ ଲିଗ୍‌ କମିଟିର ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ,୨୧।୪ (ପି.ଟି.): ଦେଶର ଅନ୍ୟତମ ପ୍ରମୁଖ ପୁଟବଲ ପ୍ରତିଯୋଗିତା ଆଇ- ଲିଗ୍‌ର ଚାମ୍ପିୟନ ଦଳ ସଂକ୍ରାନ୍ତରେ ଘୋଷଣା କରାଯାଇଛି। ମୋହନ ବାଗାନକୁ ଏଥର ଆଇ- ଲିଗ୍‌...

ଫିଫା ବିଶ୍ୱକପ୍‌ କ୍ୱାଲିଫାୟର: ମ୍ୟାଚ୍‌ ଡ୍ର ରଖିଲେ ଦୁଇ କୋରିଆ

ସିଓଲ,୧୫।୧୦(ଏଏଫ୍‌ପି)- ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ...

ତୀରନ୍ଦାଜୀ: ପଦକ ଆଶା ଉଜ୍ଜୀବିତ ରଖିଲେ ଦୀପିକା

ଟୋକିଓ, ୨୯ା୭ (ପି.ଟି.)- ଟୋକିଓ ଅଲିମ୍ପିକ୍ସରେ ବିଶ୍ୱର ନମ୍ବର ଓ୍ବାନ ତୀରନ୍ଦାଜ ଦୀପିକା କୁମାରୀ ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ ରଖିଛନ୍ତି। ବୁଧବାର ମହିଳା...

Advertisement
Archives

Model This Week