Posted inଜାତୀୟ

ଭାରତ ୨ ପାଦ ତଳକୁ ଖସିଲା

ନୂଆଦିଲ୍ଲୀ,୭।୬: ୧୭ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ରେ ଭାରତ ୨ ସ୍ଥାନ ତଳକୁ ଖସି ୧୧୭ତମ ସ୍ଥାନରେ ରହିଛି। ୨୦୧୫ରେ ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ୨୦୩୦ କାର୍ଯ୍ୟସୂଚୀର ଅଂଶବିଶେଷ ଭାବେ ନିରନ୍ତର ବିକାଶ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଷ୍ଟେଟ୍‌ ଅଫ୍‌ ଇଣ୍ଡିଆ ଏନ୍‌ଭିରନ୍‌ମେଣ୍ଟ ରିପୋର୍ଟ ୨୦୨୧ ଅନୁଯାୟୀ ଗତବର୍ଷ ଭାରତ ୧୧୫ତମ ସ୍ଥାନରେ ଥିଲା। କ୍ଷୁଧା ଦୂରୀକରଣ, ଖାଦ୍ୟ ସୁରକ୍ଷା ହାସଲ, ଲିଙ୍ଗଗତ ସମାନତା, ପ୍ରତିକୂଳ ପ୍ରଭାବରୁ ବର୍ତ୍ତିପାରୁଥିବା ଭିତ୍ତିଭୂମି ନିର୍ମାଣ,ନିରନ୍ତର ଶିଳ୍ପାୟନ ବଢ଼ାଇବା ଆଦି ବଡ଼ ଚ୍ୟାଲେଞ୍ଜ ଭାବେ ରହିଆସିଥିବାରୁ ଭାରତର ର଼୍ୟାଙ୍କ୍‌ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨ ସ୍ଥାନ ତଳକୁ ଖସିଥିବା କୁହାଯାଉଛି। ଏପରିକି ୪ ଦକ୍ଷିଣ ଏସୀୟ ରାଷ୍ଟ୍ର ଭୁଟାନ, ନେପାଳ, ଶ୍ରୀଲଙ୍କା ଏବଂ ବାଂଲାଦେଶଠାରୁ ଭାରତର ର଼୍ୟାଙ୍କ୍‌ ତଳେ ରହିଛି। ମୋଟ ୧୦୦ରୁ ଭାରତର ଏସ୍‌ଡିଜି ସ୍କୋର୍‌ ୬୧.୯ ରହିଥିବା ଜଣାପଡ଼ିଛି।
ରାଜ୍ୟଓ୍ବାରୀ ପ୍ରସ୍ତୁତିକୁ ଦେଖିଲେ ଝାଡ଼ଖଣ୍ଡ ଏବଂ ବିହାର ୨୦୩୦ ସୁଦ୍ଧା ଏସ୍‌ଡିଜି ହାସଲ କରିବାରେ ସବୁଠୁ କମ୍‌ ପ୍ରସ୍ତୁତି କରିଛନ୍ତି। ଝାଡଖଣ୍ଡ ଏସ୍‌ଡିଜିର ୫ମ ସ୍ଥାନରେ ଏବଂ ବିହାର ୭ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ କେରଳ, ହିମାଚଳପ୍ରଦେଶ ଓ ଚଣ୍ଡିଗଡ଼ ଏସ୍‌ଡିଜି ଲକ୍ଷ୍ୟ ହାସଲ ଲାଗି ସବୁଠୁ ଭଲ ସ୍କୋର କରିଛନ୍ତି।
ମୋଟ ୧୭ଟି ଏସ୍‌ଡିଜି ଉପରେ ଦେଶଗୁଡ଼ିକ ଜରୁରୀ ପଦକ୍ଷେପ ନେବା ଲାଗି ଧାର୍ଯ୍ୟ ହୋଇଛି। ସେଗୁଡ଼ିକ ହେଲା ଦାରିଦ୍ର୍ୟ ଦୂର କରିବା, କ୍ଷୁଧାରୁ ମୁକ୍ତି, ଉତ୍ତମ ସ୍ବାସ୍ଥ୍ୟ ଓ ସ୍ବଚ୍ଛଳତା, ଉନ୍ନତମାନର ଶିକ୍ଷା, ଲିଙ୍ଗଗତ ସମାନତା, ବିଶୁଦ୍ଧ ଜଳ ଇ ପରିମଳ, ସୁଲଭ ସ୍ବଚ୍ଛ ଇନ୍ଧନ, ଦୀର୍ଘମିଆଦୀ କାର୍ଯ୍ୟ ଓ ଆର୍ଥିକ ଅଭିବୃଦ୍ଧି, ଶିଳ୍ପ, ଅଭିନବତ୍ୱ ଏବଂ ଭିତ୍ତିଭୂମି, ଅସମାନତା ଦୂରୀକରଣ, ସ୍ଥାୟୀ ସହର ଏବଂ ସମୁଦାୟ, ଉତ୍ତରଦାୟୀ ଉପଭୋଗ ଓ ଉତ୍ପାଦନ, ଜଳବାୟୁ କାର୍ଯ୍ୟକ୍ରମ, ଜଳ ତଳେ ଜୀବନ,
ଭୂପୃଷ୍ଠରେ ଜୀବନ, ଶାନ୍ତି, ନ୍ୟାୟ ଓ ଦୃଢ଼ ସଂସ୍ଥା ଏବଂ ଲକ୍ଷ୍ୟ ହାସଲ ଲାଗି ବିଶ୍ୱ ସହଯୋଗ ବଢ଼ାଇବା। ପରିବେଶ ପ୍ରଦର୍ଶନ ସୂଚକାଙ୍କ (ଇପିଆଇ)ରେ ଭାରତ ୧୮୦ ଦେଶ ମଧ୍ୟରେ ୧୬୮ତମ ସ୍ଥାନରେ ରହିଛି। ପରିବେଶୀୟ ସ୍ବାସ୍ଥ୍ୟ, ଜଳବାୟୁ, ବାୟୁ ପ୍ରଦୂଷଣ, ପରିମଳ, ପାନୀୟ ଜଳ, ପରିବେଶ ସେବା ଓ ଜୈବ ବିବିଧତା ଆଦି ବିଭିନ୍ନ ସୂଚକାଙ୍କକୁ ହିସାବ କରି ଏହା ନିର୍ଦ୍ଧାରଣ କରାଯାଇଥାଏ। ପରିବେଶୀୟ ସ୍ବାସ୍ଥ୍ୟ ବର୍ଗରେ ଭାରତ ୧୭୨ତମ ସ୍ଥାନରେ ରହିଛି। ୟାଲେ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ ଇପିଆଇ ୨୦୨୦ ରିପୋର୍ଟ ଅନୁଯାୟୀ ଜୈବ ବିବିଧତା ଏବଂ ବାସସ୍ଥାନ ବର୍ଗରେ ଭାରତ ୧୪୮ତମ ସ୍ଥାନରେ ରହିଛି, ଯାହା ପାକିସ୍ତାନଠାରୁ ୨୧ ସ୍ଥାନ ତଳେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri