Categories: ଖେଳ

କନ୍ୟା ସନ୍ତାନର ବାପା ହେଲେ ଉମେଶ ଯାଦବ

ନୂଆଦିଲ୍ଲୀ,୧ା୧- ଭାରତୀୟ କ୍ରିକେଟର ଉମେଶ ଯାଦବ ଶୁକ୍ରବାର ଫ୍ୟାନମାନଙ୍କ ସହ ଏକ ଖୁସି ଖବର ଶେୟାର କରିଛନ୍ତି। କନ୍ୟା ସନ୍ତାନର ବାପା ହେବାର ସୌଭାଗ୍ୟ ଲାଭ କରିଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ୩୩ ବର୍ଷୀୟ ପେସର। ‘ ରାଜକୁମାରୀଙ୍କୁ ଦୁନିଆକୁ ସ୍ବାଗତ। ତୁମେ ଏଠାରେ ଥିବାରୁ ମୁଁ ଉତ୍ସାହିତ ’ ବୋଲି ଟୁଇଟ୍‌ କରିଛନ୍ତି ଉମେଶ। ଏହି ପେସର ୨୦୧୩ରେ ତାନ୍ୟା ଓ୍ବାଧଓ୍ବାଙ୍କୁ ବିବାହ କରିଥିଲେ। ଝିଅ ସହ ଉମେଶ କିଛି ସମୟ ବିତାଇପାରିବେ। କାରଣ ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ର ବଳକା ଦୁଇଟି ମ୍ୟାଚ୍‌ରୁ ଆହତ ସମସ୍ୟା କାରଣରୁ ଉମେଶ ବାଦ୍‌ ପଡ଼ିଛନ୍ତି ।

Share