ଇଣ୍ଡିଆ ଫ୍ୟାଶନ କାର୍ନିିଭାଲ

ଭୁବନେଶ୍ୱର,୨୪।୭(ବ୍ୟୁରୋ): ଓଡ଼ିଶାର କଳା, ସଂସ୍କୃତିର ପ୍ରଚାର ପ୍ରସାର ଲାଗି ‘ଦ ଲିଡିଙ୍ଗ୍‌ ଏଜ୍‌’ ପକ୍ଷରୁ ଶନିବାର ସ୍ଥାନୀୟ ଏକ ହୋଟେଲରେ ‘ଇଣ୍ଡିଆ ଫ୍ୟାଶନ କାର୍ନିଭାଲ’ ଆୟୋଜିତ ହୋଇଯାଇଛି। ଏଭଳି କାର୍ଯ୍ୟକ୍ରମ ରାଜ୍ୟ ତଥା ଦେଶରେ ପ୍ରଥମଥର ଆରମ୍ଭ ହୋଇଛି। ଓଡ଼ିଶାର କଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ନେଇ ଏହି ଫ୍ୟାଶନ ଶୋ’ ମାଧ୍ୟମରେ ଚେଷ୍ଟା କରାଯାଉଛି। କାର୍ନିଭାଲରେ ସମ୍ବଲପୁରୀ କଳାକୃତି, ଓଡ଼ିଶୀ, ଗୋଟିପୁଅ ନୃତ୍ୟ, ପଟ୍ଟଚିତ୍ର ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସାମିଲ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାଶନାଲ ଫ୍ୟାଶନ କୋରିଓଗ୍ରାଫର ଲୋକେଶ ଶର୍ମା, ରାପର ବିଗ୍‌ ଡିଲ୍‌ଙ୍କ ସମେତ ବହୁ ଫ୍ୟାଶନ ଡିଜାଇନର ଯୋଗଦେଇଥିବା ଅନୁଷ୍ଠାନର ମୁଖ୍ୟ ମହେଶ ଦାଶ କହିଛନ୍ତି। ସେହିପରି ବହୁ କଳାକାର, କଳାର ପୃଷ୍ଠପୋଷକ, ଶୁଭେଚ୍ଛୁ, ବିଧାୟକ ଓ ଦର୍ଶକ କାର୍ଯ୍ୟକ୍ରମରେ ଭାଗନେଇଛନ୍ତି। ଲୋକାଲ ଫର ଭୋକାଲ ଅନୁସାରେ ଗାଁ ଗହଳିର ପ୍ରତିଭାକୁ ଖୋଜିବାର ପ୍ରୟାସ ଏହି ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ଦାଶ କହିଛନ୍ତି। ଏହାପରେ ସାରା ଦେଶରେ ଏଭଳି ଶୋ’ କରାଯିବ ବୋଲି ଦାଶ ସୂଚନା ଦେଇଛନ୍ତି।