ଅର୍ଶ ଡଲ୍ଲାଙ୍କୁ ପ୍ରତ୍ୟର୍ପଣ ପାଇଁ କାନାଡା ନିକଟରେ ଦାବି କଲା ଭାରତ

ଭାରତ/ଓଟାଓ୍ବା,୧୪।୧୧: ଭାରତ ସରକାର କାନାଡାରୁ ଅର୍ଶ ସିଂ ଗିଲ ଓରଫ ଅର୍ଶ ଡଲ୍ଲାଙ୍କୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଛନ୍ତି। ଗଣମାଧ୍ୟମର ଅନୁସନ୍ଧାନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରାନ୍ଧୀର ଜୈସୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନଭେମ୍ବର ୧୦ରୁ ସେ କାନାଡାରେ ଗିରଫ ହେବାର ଖବର ଆସିଛି ଯେଉଁଥିରେ ଖାଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ଅର୍ଶ ଡଲ୍ଲାଙ୍କୁ ଗିରଫ କରାଯାଇଛି। କାନାଡାର ପ୍ରିଣ୍ଟ ଏବଂ ଭିଜୁଆଲ ମିଡିଆରେ ଏହା ବ୍ୟାପକ ଭାବରେ ପ୍ରକାଶ ପାଇଛି ଏବଂ ଅନଟାରିଓ କୋର୍ଟ ଏହି ମାମଲାର ଶୁଣାଣି ପାଇଁ ତାରିଖ ସ୍ଥିର କରିଛନ୍ତି।

୫୦ରୁ ଅଧିକ ହତ୍ୟା, ହତ୍ୟା ଉଦ୍ୟମ, ଚୋରା ଚାଲାଣ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାରୁ ଅର୍ଶ ଡଲ୍ଲାଙ୍କୁ ଭାରତରେ ଅପରାଧୀ ଘୋଷିତ କରାଯାଇଛି। ଏଥିରେ ଟେରରିଷ୍ଟ ଫଣ୍ଡ ମଧ୍ୟ ଅନ୍ତର୍ଭୁକ୍ତ। ମେ’ ୨୦୨୨ରେ ତାଙ୍କ ବିରୋଧରେ ଏକ ରେଡ କର୍ଣ୍ଣର ନୋଟିସ ଜାରି କରାଯାଇଥିଲା। ୨୦୨୩ରେ ଭାରତ ସରକାର ତାଙ୍କୁ ବ୍ୟକ୍ତିଗତ ଆତଙ୍କବାଦୀ ଘୋଷଣା କରିଥିଲେ। ଜୁଲାଇ ୨୦୨୩ରେ, ଭାରତ କାନାଡା ସରକାରଙ୍କୁ ତାଙ୍କ ଅସ୍ଥାୟୀ ଗିରଫ ପାଇଁ ଅନୁରୋଧ କରିଥିଲା, କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହି ପ୍ରସଙ୍ଗରେ ଅତିରିକ୍ତ ସୂଚନା ମଧ୍ୟ ଦିଆଯାଇଥିଲା।

ଜାନୁଆରୀ ୨୦୨୩ରେ କାନାଡା କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିବା ମ୍ୟୁଚୁଆଲ ଲିଗାଲ ଆସିଷ୍ଟାଣ୍ଟ ଚୁକ୍ତି (MLAT) ଅଧୀନରେ ଭାରତ ସରକାର ଅର୍ଶ ଡଲ୍ଲାଙ୍କ ସମ୍ଭାବ୍ୟ ଆବାସିକ ଠିକଣା, ଭାରତରେ ଆର୍ଥିକ କାରବାର, ଚଳନଶୀଳ ତଥା ଅସ୍ଥାବର ସମ୍ପତ୍ତି, ମୋବାଇଲ ନମ୍ବର ଇତ୍ୟାଦି ବିଷୟରେ ସୂଚନା ପଠାଇଥିଲେ। ଡିସେମ୍ବର ୨୦୨୩ରେ, କାନାଡାର ନ୍ୟାୟ ବିଭାଗ ଏହି ମାମଲାରେ ଅତିରିକ୍ତ ସୂଚନା ମାଗିଥିଲା, ଯାହା ମାର୍ଚ୍ଚ ୨୦୨୪ରେ ଉତ୍ତର ଦିଆଯାଇଥିଲା। ସମ୍ପ୍ରତି ଗିରଫ ପରେ ଭାରତୀୟ ଏଜେନ୍ସିମାନେ ଏହି ମାମଲାରେ ପ୍ରତ୍ୟର୍ପଣ ଅନୁରୋଧ ଜାରି ରଖିଛନ୍ତି। ଅର୍ଶ ଡଲ୍ଲାଙ୍କ ଅପରାଧିକ ରେକର୍ଡ ତଥା କାନାଡାରେ ବେଆଇନ କାର୍ଯ୍ୟକଳାପରେ ଜଡିତ ଥିବାରୁ ତାଙ୍କୁ ଭାରତରେ ନ୍ୟାୟ ପାଇବା ପାଇଁ ତାଙ୍କୁ ପ୍ରତ୍ୟର୍ପଣ କରାଯିବ କିମ୍ବା ଦେଶରୁ ବିତାଡିତ କରାଯିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri