Posted inଜାତୀୟ

କୋର୍ଟରେ ଆଜି ବଡ଼ ଖୁଲାସା କରିବେ କେଜ୍‌ରିଓ୍ବାଲ!

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନିକଟରେ ମଦ ଦୁର୍ନୀତି ମାମଲାରେ କିଛି ପ୍ରମାଣ ରହିଛି। ଏହା ସମ୍ପୂର୍ଣ୍ଣ ପ୍ରସଙ୍ଗ ଉପରୁ ପରଦା ଉଠାଇପାରେ ବୋଲି ବୁଧବାର କେଜ୍‌ରିଓ୍ବାଲଙ୍କ ପତ୍ନୀ ସୁନୀତା ସ୍ପଷ୍ଟ କରିଥିଲେ। ଏମିତିରେ ଯଦି ସେ ଆଜି କୋର୍ଟରେ ହାଜର ହୁଅନ୍ତି ତେବେ କେଜ୍‌ରିଓ୍ବାଲଙ୍କ ବୟାନ ଉପରେ ସମସ୍ତଙ୍କ ନଜର ରହିବ।

କେଜ୍‌ରିଓ୍ବମାଲଙ୍କୁ ମାର୍ଚ୍ଚ ୨୧ରେ ମଦ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ଏହାପରେ ତାଙ୍କୁ ଇଡି ରିମାଣ୍ଡରେ ନେଇ ପଚରାଉଚରା କରୁଥିଲା। ଏବେ ଅବଧି ଶେଷ ହୋଇଥିବାରୁ ଦିଲ୍ଲୀର ରାଉସ୍‌ ଆଭିନ୍ୟୁ କୋର୍ଟରେ ତାଙ୍କ ଇଡି ରିମାଣ୍ଡ ପ୍ରସଙ୍ଗରେ ଗୁରୁବାର ଶୁଣାଣି ହେବ। ଏହି ଶୁଣାଣି ବେଳେ କେଜ୍‌ରିଓ୍ବାଲ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଦେବେ ଏବଂ ବଡ଼ ଖୁଲାସା କରିବେ ବୋଲି ସୁନୀତା କହିଛନ୍ତି।

ସୁନୀତା ଦାବି କରିଥିଲେ ଯେ, ଇଡି କରିଥିବା ଚଢ଼ାଉରେ ଟଙ୍କାଟିଏ ବି ମିଳିନାହିଁ। କେଜ୍‌ରିଓ୍ବାଲ ମାର୍ଚ୍ଚ ୨୮,ଗୁରୁବାରରେ କୋର୍ଟରେ ବଡ଼ ଖୁଲାସା କରିବେ। ସେ ସତ କହିବେ, ପ୍ରମାଣ ବି ଦେବେ। ତେବେ ଜେଲରେ ଥିବା ବେଳେ କେଜ୍‌ରିଓ୍ବାଲ ତାଙ୍କୁ କହିଛନ୍ତି ଯେ, ଗତ ୨ ବର୍ଷ ଧରି ତଥାକଥିତ ମଦ ଦୁର୍ନୀତି ମାମଲାରେ ୨୫୦ରୁ ଅଧିକ ଥର ଚଢ଼ାଉ କରିଥିଲେ ହେଁ ଏଯାବତ ଟଙ୍କାଟିଏ ବି ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ଶଳାଙ୍କୁ ପିଟିପିଟି ହତ୍ୟା କଲେ ଭିଣୋଇ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭେଡେନ ,୧୭।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସୁଦୀପ ବାଗ(୨୮)ଙ୍କୁ ତାଙ୍କ ଭିଣୋଇ ସାଳନା…

ବଡ଼ ଦାବି କଲେ ରାଘବ ଚଢ଼ା: ୩ ବର୍ଷରେ ୧୯,୦୦୦ କୋଟି ଲୁଟିଲେଣି ବ୍ୟାଙ୍କ!

ନୂଆଦିଲ୍ଲୀ,୧୭।୫: ସଂସଦରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କୁ ନେଇ ଏକ ବଡ଼ ପ୍ରସଙ୍ଗ ଉଠିଛି। ସର୍ବନିମ୍ନ ଜମା ରାଶି ନ ରଖିପାରିବାରୁ ଦେଶର ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ…

LPG ସିଲିଣ୍ଡର ନିୟମରେ ବଡ଼ ପରିବର୍ତ୍ତନ! ସରକାରଙ୍କ ୫ଟି ନିଷ୍ପତ୍ତିର ପଡ଼ିବ ବଡ଼ ପ୍ରଭାବ…

ନୂଆଦିଲ୍ଲୀ,୧୭।୩: ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର ସମ୍ପର୍କରେ ନୂଆ ନିୟମ ଲାଗୁ କରାଯାଇଛି। ସରକାର ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ମୂଲ୍ୟ ବୃଦ୍ଧି, ସିଲିଣ୍ଡର ବୁକିଂ…

ଇରାନର ଦ୍ୱିତୀୟ ଶକ୍ତିଶାଳୀ ନେତା ବି ନିହତ! ଇସ୍ରାଏଲ୍‌ କଲା ଦାବି

ତେହରାନ,୧୭।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ ଇସ୍ରାଏଲ ଏବେ ତେହରାନର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ନେତା ତଥା ଇରାନର ସର୍ବୋଚ୍ଚ ଜାତୀୟ…

LPG ସଙ୍କଟ: ୧୨ ହଜାର ସ୍ଥାନରେ ରେଡ୍, ୧୫ ହଜାର ସିଲିଣ୍ଡର ଜବତ

ନୂଆଦିଲ୍ଲୀ,୧୭।୫: ଦେଶରେ LPG ସିଲିଣ୍ଡରର ଅଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଇରାନ…

୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା TMC: ନନ୍ଦିଗ୍ରାମ ନୁହେଁ, ଏହି ଆସନରୁ ଲଢିବେ ମମତା ବାନାର୍ଜୀ

କୋଲକାତା,୧୭।୫: ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। କାଳିଘାଟସ୍ଥିତ ଟିଏମସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସୁପ୍ରିମୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri