Posted inଜାତୀୟ

ସିଏଏ ଦେଶ ପାଇଁ ବହୁତ ଖରାପ, ପାକିସ୍ତାନୀଙ୍କ ଉପରେ ଖର୍ଚ୍ଚ ହେବ ଟଙ୍କା: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ବନ୍ଧରେ ବଡ଼ ବୟାନ ଦେଇଛନ୍ତି। କେଜ୍‌ରିୱାଲ କହିଛନ୍ତି ଯେ ସରକାରଙ୍କ ପାଖରେ ଭାରତର ଲୋକଙ୍କ ପାଇଁ ଟଙ୍କା ନାହିଁ। ମାତ୍ର ଏଠାରେ ପାକିସ୍ତାନ ଲୋକଙ୍କୁ ଥଇଥାନ କରିବାକୁୁ ଚାହୁଁଛନ୍ତି। ଏମାନେ ସେହି ଲୋକଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଚାହାନ୍ତି। ଉକ୍ତ ଦେଶରେ ୨.୫ ରୁ ୩ କୋଟି ସଂଖ୍ୟାଲଘୁ ଅଛନ୍ତି। ୧.୫ କୋଟି ଲୋକ ଏଠାକୁ ଆସିଗଲେ ରୋଜଗାର କେଉଁଠୁ ଆସିବ? ଏହା ହେଉଛି ଭାଜପାର ଭୋଟ ବ୍ୟାଙ୍କ ରାଜନୀତି। ଯେଉଁଠାରେ ଭାଜପାର ଭୋଟ କମ, ଭବିଷ୍ୟତରେ ସେଠାରେ ଲୋକଙ୍କୁ ରଖି ଦଳ ଭୋଟ ବ୍ୟାଙ୍କ ସୃଷ୍ଟି କରିବ ବୋଲି ସେ କହିଛନ୍ତି।

କେଜ୍‌ରିିୱାଲ କହିଛନ୍ତି, ଭାରତର ଲୋକଙ୍କୁ ରୋଜଗାର ଦିଆଯାଉ ନାହିଁ। ପାକିସ୍ତାନର ଲୋକଙ୍କୁ ରଖିବାକୁ ଚାହୁଁଛନ୍ତି। ସିଏଏ ଦେଶ ପାଇଁ ବହୁତ ଖରାପ। ଥରେ ପ୍ରକ୍ରିୟା ଆରମ୍ଭ ହୋଇଗଲେ ଏହା ବନ୍ଦ ହେବ ନାହିଁ। ବାଂଲାଦେଶରୁ ବହୁ ସଂଖ୍ୟକ ଲୋକେ ଅନୁପ୍ରବେଶ କରିଥିବାରୁ ଉତ୍ତର-ପୂର୍ବକୁ ଏହାର ସବୁଠୁ ବଡ କ୍ଷତି ସହିବାକୁ ପଡିବ। ସେମାନଙ୍କର ଭାଷା ବିପଦରେ ଅଛି। ସମଗ୍ର ଦେଶ ସିଏଏକୁ ବିରୋଧ କରୁଛି। ଯଦି ଭାଜପା ଏହାକୁ ପ୍ରତ୍ୟାହାର ନ କରେ ତେବେ ଆପଣମାନେ ନିର୍ବାଚନରେ ଏହାର ଜବାବ ଦେବା ଉଚିତ।

ଏହାଛଡ଼ା ପ୍ରାୟ ୧୧ ଲକ୍ଷ ବ୍ୟବସାୟୀ ଦେଶ ଛାଡିଛନ୍ତି। ଯଦି ଆପଣ ସେମାନଙ୍କୁ ଫେରାଇ ଆଣିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଫେରାଇ ଆଣନ୍ତୁ। ହରିୟାଣା ସରକାର ଲୋକଙ୍କୁ ଚାକିରୀ ପାଇଁ ଇସ୍ରାଏଲ ଯିବାକୁ କହିଛନ୍ତି। ଭାଜପା ହେଉଛି ଏକମାତ୍ର ଦଳ ଯିଏ ନିଜ ଦେଶରେ ଗରିବ ଦେଶର ଲୋକଙ୍କୁ ବସବାସ କରିବାକୁ ଦେଉଛି। ସିଏଏ ମାଧ୍ୟମରେ ସରକାର କହୁଛନ୍ତି ଯେ ଯଦି ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ସଂଖ୍ୟାଲଘୁମାନେ ଭାରତୀୟ ନାଗରିକତ୍ୱ ନେବାକୁ ଚାହାଁନ୍ତି, ତେବେ ସେମାନେ ଏହାକୁ ନେଇପାରିବେ ଏବଂ ସେମାନେ ଏଠାରେ ବସବାସ କରିପାରିବେ। ଆମର ଯୁବଗୋଷ୍ଠୀ ଚାକିରି ଉଦ୍ଦେଶ୍ୟରେ ହଟହଟା ହେଉଛନ୍ତି। ମହଙ୍ଗା ମାଡ଼ ହେଉଛି। ହେଲେ ସରକାର ସିଏଏ ବିଷୟରେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri