Categories: ଖେଳ

୪୪୬ ରନ୍‌ର ଅଗ୍ରଣୀ ପରେ ପାଳି ଘୋଷଣା କଲା ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ,୧୩।୩: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆ ୪୪୬ ରନ୍‌ରେ ଆଗୁଆ ରହିବା ପରେ ବ୍ୟାଟିଂ ସମାପ୍ତି ଘୋଷଣା କରିଛି। ପ୍ରଥମ ଇନିଂସରେ ଭାରତ ୨୫୨ ରନ୍‌ କରିଥିବା ବେଳେ ମାତ୍ର ୧୦୯ ରନ୍‌ରେ ସୀମିତ ରହିଥିଲା ଶ୍ରୀଲଙ୍କା। ପରେ ୧୪୩ ରନ୍‌ର ଅଗ୍ରଣୀ ହାସଲ କରିଥିବା ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୩୦୩ ରନ୍‌ରେ ୯ମ ଉଇକେଟ ହରାଇବା ପରେ ବ୍ୟାଟିଂ ସମାପ୍ତି ଘୋଷଣା କରିଛି।

ଏହି ଇନିଂସରେ ରିଷଭ ପନ୍ତ (୫୦) ଏବଂ ଶ୍ରେୟାସ ଆୟାର(୬୭) ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ପନ୍ତ ୨୮ ବଲରେ ୫୦ ରନ୍‌ ପୂରଣ କରି ୪୦ ବର୍ଷ ହେଲା ତିଷ୍ଟି ରହିଥିବା କପିଳ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି। ସେହିଭଳି ଆୟାର ପ୍ରଥମ ଭାରତୀୟ ଭାବେ ପିଙ୍କ ବଲ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମା ୪୬, ହନୁମା ବିହାରୀ ୩୫ ରନ୍‌ର ଯୋଗଦାନ ଦେଇଥିଲେ। ଶ୍ରୀଲଙ୍କା ପାଇଁ ପ୍ରବୀଣ ଜୟଓ୍ବିକ୍ରମା ୪ ଏବଂ ଏମ୍ବୁଲଡେନିୟା ୩ ଉଇକେଟ ନେଇଥିଲେ।

Share