Posted inଜାତୀୟ

ସୁପ୍ରିମକୋର୍ଟରେ ଓଡ଼ିଆ ରୋଷେୟାଙ୍କ ଝିଅ ଜିତିଲେ ଆମେରିକାରେ ସ୍କଲାର୍‌ଶିପ୍‌, ସମ୍ବର୍ଦ୍ଧିତ କଲେ CJI ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ୧୪।୩: ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଅନ୍ୟ ବିଚାରପତି ବୁଧବାର ସୁପ୍ରିମକୋର୍ଟରେ ଜଣେ ରୋଷେୟାଙ୍କ ଝିଅଙ୍କୁ ସମ୍ମାନିତ କରିଛନ୍ତି। ଆଇନରେ ସ୍ନାତକୋତ୍ତର ପାଇଁ ପ୍ରଜ୍ଞା ସାମଲ ଆମେରିକା ବିଶ୍ୱବିଦ୍ୟାଳୟରୁ ସ୍କଲାରଶିପ ଜିତିଛନ୍ତି। ଏହି ସଫଳତା ପାଇଁ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ପ୍ରଜ୍ଞାଙ୍କ ବାପା ଅଜୟ କୁମାର ସାମଲ ଓଡ଼ିଶାର। ସେ ସୁପ୍ରିମକୋର୍ଟରେ ରାନ୍ଧୁଣିଆ ଭାବେ କାର୍ଯ୍ୟ କରନ୍ତି। ବାପା ସର୍ବୋଚ୍ଚ ନ୍ୟାୟଳୟରେ କାମ କରୁଥିବା ବେଳେ ପ୍ରଜ୍ଞା ଆଇନ ପଢ଼ିବା ଲାଗି ଆଗ୍ରହ ଦେଖାଇଥିଲେ। ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ମାତ୍ର ଶେଷରେ ପ୍ରଜ୍ଞା ଯୁକ୍ତରାଷ୍ଟ୍ର ଆମେରିକାର ଦୁଇ ବିଶ୍ୱବିଦ୍ୟାଳୟରୁ ସ୍କଲାରଶିପ୍‌ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସୁପ୍ରିମକୋର୍ଟର ଜଣେ କର୍ମଚାରୀଙ୍କ ଝିଅଙ୍କ ସଫଳତାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନ ବିଚାରପତି। ଏହାପରେ ତାଙ୍କୁ କୋର୍ଟ ପରିସରକୁ ଡକାଇ ସମ୍ମାନିତ କରି କହିଛନ୍ତି, ପ୍ରଜ୍ଞା ନିଜ ପ୍ରଚେଷ୍ଟାରେ ସବୁକିଛି ହାସଲ କରିଛନ୍ତି, ହେଲେ ଆମେ ଏହା ସୁନିଶ୍ଚିତ କରିବା ଯେ ତାଙ୍କୁ ଯାହା ଆବଶ୍ୟତ ତାହା ଉପଲବ୍ଧ ହେଉ। ଦେଶର ସେବା କରିବା ଲାଗି ସେ ଫେରନ୍ତୁ ବୋଲି ଆଶା କରିବା। ସେ ଯାହା ବି କରିବେ, ସେଥିରେ ସର୍ବଶ୍ରେଷ୍ଠ ହାସଲ କରିବେ। ୧୪୦ କୋଟି ଲୋକଙ୍କ ସ୍ବପ୍ନ ସେ ନିଜ କାନ୍ଧରେ ନେଇ ଯିବେ ବୋଲି ସେ କହିଛନ୍ତି। ଏହି ଅବସରରେ ମୁଖ୍ୟ ବିଚାରପତି ପ୍ରଜ୍ଞାଙ୍କୁ ନିଜ ଦସ୍ତଖତରେ ଗୋଟିଏ ପୁସ୍ତକ ପ୍ରଦାନ କରିଛନ୍ତି। ଏହାଛଡ଼ଶ ତାଙ୍କ ମା’ବାପାଙ୍କୁ ସାଲ୍‌ ଭେଟ ଦେଇଛନ୍ତି।

ପ୍ରଜ୍ଞା ପ୍ରଧାନ ବିଚାରପତି ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ ଦେବା ସହ ପରିବାରଲୋକଙ୍କ ସହାୟତାରୁ ସଫଳ ହୋଇଥିବା ପ୍ରକାଶ କରିଛନ୍ତି।ସ୍କୁଲ ଦିନରୁ ହିଁ ମା’ବାପା ତାଙ୍କ ପାଇଁ ସବୁକିଛି ତ୍ୟାଗ କରିଥିଲେ। ହେଲେ ଆଇନକୁ ବାଛିବା ଲାଗି ପ୍ରେରଣା ପ୍ରଧାନ ବିଚାରପତିଙ୍କଠାରୁ ଆସିଛି। ସେ ଯୁବ ଓକିଲମାନଙ୍କୁ ପ୍ରୋତ୍ସାହିତ କରିଥାନ୍ତି। ତାଙ୍କର ଶବ୍ଦ ରତ୍ନ ଭଳି ହୋଇଥାଏ। ପ୍ରଧାନ ବିଚାରପତି ତାଙ୍କ ପ୍ରେରଣା ବୋଲି ପ୍ରଜ୍ଞା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri