ପାକିସ୍ତାନ ମିଡିଆର ପ୍ରଥମ ପୃଷ୍ଠାରେ ଶିରୋନାମା ମଣ୍ଡନ କଲା ଭାରତର ଚନ୍ଦ୍ରାୟନ-୩

ଇସଲାମାବାଦ,୨୪।୮: ଅଗଷ୍ଟ ୨୩ରେ ଭାରତ ଇତିହାସ ରଚିଲା। ଇସ୍ରୋର ମତ୍ୱାକାଂକ୍ଷି ମୁନ ମିଶନ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ବା ସାଉଥ ପୋଲରେ ସପ୍ଟ ଲ୍ୟାଣ୍ଡିଂ କଲା। ଏହାସହ ଚନ୍ଦ୍ରର ଏହି ଭାଗରେ ପହଞ୍ଚିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ପାଲଟି ଗଲା। ସାରା ବିଶ୍ୱରେ ଭାରତ ବିଜୟର ଗୌରବ ବହନ କଲା। ସାରା ବିଶ୍ୱର ମିଡିଆରେ ଚନ୍ଦ୍ରାୟନ-୩ର ସଫଳତାର ଖବର ପ୍ରକାଶ କରାଗଲା।

ସୌଦି ଆରବ, ବ୍ରିଟେନ, ଆମେରିକା ସମେତ ସମସ୍ତ ଦେଶର ଗଣମାଧ୍ୟମ ଭାରତର ଐତିହାସିକ ସଫଳତା ବିଷୟରେ ଖବର ପ୍ରଚାର କରିଥିଲେ। ଏଥି ସହିତ ଭାରତର ପଡୋଶୀ ଦେଶ ପାକିସ୍ଥାନ ମଧ୍ୟ ଦ୍ୱିପାକ୍ଷିକ ସମ୍ପର୍କର ତିକ୍ତତା ସତ୍ତ୍ୱେ ଅଗଷ୍ଟ ୨୪(ଗୁରୁବାର) ରେ ଚନ୍ଦ୍ରାୟନ-୩ର ‘ସପ୍ଟ ଲ୍ୟାଣ୍ଡିଂ’ର ଖବରକୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦେଇଛି।
ଚନ୍ଦ୍ରାୟନ -୩ ର ସଫଳ ଅବତରଣରେ, ଅଧିକାଂଶ ପାକିସ୍ତାନୀ ଖବରକାଗଜ ଏବଂ ୱେବସାଇଟର ଶୀର୍ଷକ ଥିଲା ‘ଚନ୍ଦ୍ରର ସାଉଥ ପୋଲ ନିକଟରେ ଅବତରଣ କରିଥିବା ଭାରତ ପ୍ରଥମ ଦେଶ’। ଏଥି ସହିତ ପାକିସ୍ତାନର ସର୍ବାଧିକ ପଠିତ ଖବରକାଗଜ ‘ଡନ’ ନିଜ ୱେବସାଇଟରେ ଚନ୍ଦ୍ରୟାନ -୩ର କଭରେଜ ଉପରେ ଦେଇଥିବା ରିପୋର୍ଟରେ କହିଛି ଯେ ଏହା ବିଶ୍ୱର ବହୁ ଜନବହୁଳ ଦେଶ ତଥା ଏହାର ଉଚ୍ଚାଭିଳାଷୀ, ସ୍ବଳ୍ପ ମୂଲ୍ୟର ସ୍ପେସ କାର୍ଯ୍ୟକ୍ରମ ପାଇଁ ଏକ ଐତିହାସିକ ବିଜୟ।
ଅଧିକନ୍ତୁ, ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ ଏହାକୁ ଭାରତର ମହାକାଶ ଏଜେନ୍ସି ଇସ୍ରୋ ପାଇଁ ଏକ ମହାନ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri