Categories: ଖେଳ

ଗ୍ରୀନ ପିଚ୍‌ ପାଇଁ କମ୍ପ୍ଲେନ କରିପାରିବ ନାହିଁ ଟିମ୍‌ ଇଣ୍ଡିଆ

ଟ୍ରେଣ୍ଟ ବ୍ରିଜ,୩।୮: ପ୍ରାୟ ୬ ମାସ ତଳେ ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଟିମ୍‌ ଟର୍ନିଂ ପିଚ୍‌ରେ ଘରୋଇ ସ୍ପିନରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଦେଇଥିଲା। ଭାରତଠାରୁ ୩-୧ରେ ପରାଜୟ ସହ ସ୍ବଦେଶ ଫେରିଥିଲା ଇଂଲଣ୍ଡ। ଏହି ପରାଜୟ ଏବେ ମଧ୍ୟ ଇଂଲଣ୍ଡ ଖେଳାଳିଙ୍କ ମନରୁ ଲିଭି ନାହିଁ। ଏହା ଦର୍ଶାଉଛି ଇଂଲଣ୍ଡର ଷ୍ଟାର ପେସର ଜେମ୍ସ ଆଣ୍ଡସନଙ୍କ ମନ୍ତବ୍ୟ।

ଗତ ଥର ଭାରତ ଗସ୍ତରେ ଟିମ୍‌ ଇଣ୍ଡିଆ ନିଜ ଫାଇଦା ପାଇଁ ଘରୋଇ ପରିସ୍ଥିତିକୁ ବ୍ୟବହାର କରିଥିଲା। ବିଶ୍ୱରେ ବହୁ ଦଳ ଏପରି କରୁଛନ୍ତି। ଯଦି ଟ୍ରେଣ୍ଟ ବ୍ରିଜ ପିଚ୍‌ରେ ହାଲକା ଘାସ ଛାଡ଼ି ଦିଆଯାଏ, ତେବେ ଭାରତ ଏଥି ଲାଗି କମ୍ପ୍ଲେନ କରିପାରିବ ନାହିଁ। ଏହାର ଫାଇଦା ଉଠାଇ ପାରନ୍ତି ଭାରତୀୟ ପେସର। ଟିମ୍‌ ଇଣ୍ଡିଆ ପାଖରେ ମଧ୍ୟ ଶକ୍ତିଶାଳୀ ପେସ ବିଭାଗ ଥିବା ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଆଣ୍ଡରସନ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଦ୍ରୁତ ବୋଲର ଭାବେ ଟ୍ରେଷ୍ଟ କ୍ରିକେଟରେ ସର୍ବାଧିକ ଉଇକେଟ ନେବାର ରେକର୍ଡ ରହିଛି ଆଣ୍ଡରସନଙ୍କ ନାମରେ।

Share