ନୂଆଦିଲ୍ଲୀ,୫।୧୦: ଖାଲିସ୍ତାନୀ ସମର୍ଥକ ହାର୍ଦ୍ଦିକ ସିଂ ନିଜ୍ଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଭାରତରେ ଅଧିକ କାନାଡିୟ କୂଟନୀତିଜ୍ଞ ଅଛନ୍ତି। ଏଭଳି ପରିସ୍ଥିତିରେ ଏକ ସନ୍ତୁଳନ ସୃଷ୍ଟି କରିବାର ଆବଶ୍ୟକତା ଅଛି।
ସେ କହିଛନ୍ତି ଯେ ଏହି (କାନାଡିୟ କୂଟନୀତିଜ୍ଞ) ଲୋକମାନେ ମଧ୍ୟ ଆମର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି। ଏଭଳି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ସନ୍ତୁଳନ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଏ ବାବଦରେ ଆଲୋଚନା ଚାଲିଛି। ସେ କହିଛନ୍ତି ଯେ କାନାଡାର କୂଟନୈତିକ ଉପସ୍ଥିତିରେ ସମାନତା ସୁନିଶ୍ଚିତ କରିବା ଉପରେ ଆମର ଧ୍ୟାନ ରହିଛି। ସୂଚନାନୁସାରେ, କୂଟନୀତିଜ୍ଞଙ୍କୁ ହ୍ରାସ କରିବାକୁ ସେପ୍ଟେମ୍ବର ୨୧ରେ ଭାରତ କାନାଡାକୁ କହିଥିଲା।
ସୂଚନାଯୋଗ୍ୟ, ନିକଟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦାବି କରିଥିଲେ ଯେ ନିଜ୍ଜାରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ହାତ ଥାଇପାରେ। ଏହା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା।


