ଦ୍ୱିତୀୟ ଥର ପାଇଁ ଇଣ୍ଡିଆ ବୁକଅଫ ରେକର୍ଡ଼

ଜୁନାଗଡ଼,୧୬।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅଧୀନ ମୁଣ୍ଡରାଗୁଡା ପଞ୍ଚାୟତ ଚିଲିଗୁଡା ଗ୍ରାମର ସ୍ବୟଂଶିବ ଜୋଶୀ ଇଣ୍ଡିଆ ବୁକଅଫ ରେକର୍ଡରେ ନିଜ ସ୍ଥାନ ଦ୍ୱିତୀୟ ଥର ପାଇଁ ବଜାୟ ରଖିଛନ୍ତି। ସେ ୨୦୨୧ରେ ୩୭ ସେକେଣ୍ଡରେ ୯ ଫୁଟ ବିଶିଷ୍ଟ ୩ଟି ଲୌହ ଖମ୍ବକୁ ଚଢି ଇଣ୍ଡିଆ ବୁକଅଫ ରେକର୍ଡରେ ସ୍ଥାନ ପାଇଥିଲେ। କମ୍‌ ବୟସରେ ୨୮ଟି ରାଜ୍ୟ ଓ ରାଜଧାନୀ, ମହାଦେଶର ନାମ, ପଞ୍ଚ ଇନ୍ଦ୍ରିୟ, ଇନ୍ଦ୍ର ଧନୁର ସାତ ରଙ୍ଗ,୧୪ଟି ଜାତୀୟ ପ୍ରତୀକ,୧୦ଟି ଖେଳର ନାମ, ୧୦ଟି ଜଳଚର ଜୀବ, ୧୨ ମାସର ନାମ, ସପ୍ତାହର ନାମ, ୬ ଋତୁର ନାମ, କମ୍ପ୍ୟୁଟର ୧୦ଟି ଅଂଶ, ଟ୍ରାଫିକ ସଂକେତ, ବୃକ୍ଷର ଅଂଶ ବିଶେଷ, ୧୦ ବିପରୀତ ବୋଧକ ଶବ୍ଦ, ୬ଟି ମନ୍ତ୍ର ଓ ଏବେ ଜାତୀୟ ସଙ୍ଗୀତ କହି ୨୦୨୨ରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି।

ମା’ ସାଗରିକା ଓ ବାପା ସମୀର ରଞ୍ଜନ ଜୋଶୀଙ୍କ ପ୍ରଚେଷ୍ଟାରେ ମାତ୍ର ୪ ବର୍ଷ ୧୦ ମାସ ବୟସରେ ଏହି କୃତିତ୍ୱ ହାସଲ କରିଥିବାରୁ ସ୍ବୟଂଶିବ ଅଞ୍ଚଳର ବେଶ ପ୍ରଶଂସାର ପାତ୍ର ହୋଇଛନ୍ତି। ଭବିଷ୍ୟତରେ ସେ ଜଣେ ଦକ୍ଷ ସେନା ଅଧିକାରୀ ହେବାକୁ ଆଶା ରଖିଛନ୍ତି। ସ୍ବୟଂଶିବ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶୀସେନ ଜୋଶୀଙ୍କ ନାତି। ତାଙ୍କ ମାର୍ଗ ଦର୍ଶନରେ ସେ ଏହି କୃତିତ୍ୱ ଲାଭ କରିଛନ୍ତି। ସ୍ବୟଂଶିବଙ୍କୁ ସ୍ଥାନୀୟ ସରପଞ୍ଚ ତାରା ଶଙ୍କର ରାୟଗୁରୁ ଏବଂ ବିଭିନ୍ନ ଅନୁଷ୍ଠାନରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦାଦନ ଖଟିବାକୁ ନ ଯିବାକୁ ପରାମର୍ଶ

କୋକସରା,୪।୬(ଡି.ଏନ.ଏ)-କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସରପଞ୍ଚ କହ୍ନେଇ ଚରଣ ଦାସଙ୍କ ଉଦ୍ୟମରେ ଲଡୁଗାଁ ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ରହୁଥିବା ପ୍ରବାସୀମାନେ ଏବେ ଶୃଙ୍ଖଳିତ...

ଅଢେଇ କିଲୋ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୩୧ା୧୦-ବ୍ରହ୍ମପୁର ବଡ଼ ବଜାରରେ ଥିବା ବିନୋଦ ଜୁଏଲେରିରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଚୋରମାନେ ଷ୍ଟୋର୍‌ରେ ଥିବା ଆଇରନ୍‌ ଚେଷ୍ଟ ଭାଙ୍ଗି ପ୍ରାୟ ୨କେଜି...

ସ୍ତ୍ରୀଙ୍କୁ କାଠଫାଳିଆରେ ପିଟି ହତ୍ୟା

ଉଦଳା,୧୫ା୨(ଡ଼ି.ଏନ୍‌.ଏ.)- ତରକାରୀ ଦେବାରେ ବିଳମ୍ବ ହେବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଖଡିକାଶୁଳ ଗ୍ରାମର ଜଣେ ବ୍ୟକ୍ତି ଗୁରୁବାର ତାଙ୍କ ସ୍ତ୍ରୀଙ୍କୁ କାଠଫାଳିଆରେ ପିଟି...

୨୦୨୧ରେ ହୋଇପାରେ ନାଗାର୍ଜୁନ ବେଶ

ପୁରୀ ଅଫିସ,୪ା୧୧: ଚଳିତବର୍ଷ ଭଳି ଆସନ୍ତା ବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହୋଇପାରେ। ୨୦୨୧ ମସିହାର କ୍ୟାଲେଣ୍ଡର ବଜାରକୁ ଆସିବା ପରେ ଏହି ଚର୍ଚ୍ଚା ଜୋର୍‌...

ଋଣ ଟଙ୍କା ଉଠାଇ ଫେରାର ଥିଲେ, ଏବେ ଜେଲ୍‌ ଗଲେ ମହିଳା ଲୁଟେରା

ଦେବଗଡ଼,୩ା୬(ଡି.ଏନ୍‌.ଏ.): ଗରିବ ଲୋକଙ୍କ ଆଧାର କାର୍ଡ ଓ ପାସବୁକ୍‌କୁ ବ୍ୟବହାର କରି ଋଣ ଉଠାଇ ଆତ୍ମସାତ କରି ଦୀର୍ଘଦିନ ଧରି ଫେରାର ଥିବା ମହିଳାଙ୍କୁ ଶନିବାର...

ଆଳିଜଙ୍ଗା-ନାଗପୁରା-ନିଳିକଣା ରାସ୍ତା ବିପର୍ଯ୍ୟସ୍ତ

କେନ୍ଦ୍ରାପଡ଼ା ଅଫିସ, ୧୯ା୯:ଦେଶ ବିକାଶରେ ସଡ଼କ ଯୋଗାଯୋଗ ପଥର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପ୍ରଣୟନ କରି ଅନୁଦାନ ପ୍ରଦାନ...

ଅବହେଳିତ ଅବସ୍ଥାରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି

ଖୋର୍ଦ୍ଧା ଅଫିସ,୧୪ା୧୧: ଭାରତୀୟ ମୁକ୍ତି ସଂଗ୍ରାମର କଥା ଉଠିଲେ, ପ୍ରଥମ ସ୍ବାଧୀନତା ଆନ୍ଦୋଳନର ପାଇକ ବିଦ୍ରୋହ ଓ ପାଇକ ବୀରଙ୍କ କଥା ମନେପଡ଼େ। ପାଇକ ବିଦ୍ରୋହର...

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା

ଢେଙ୍କାନାଳ ଅଫିସ, ୭।୨ – ମହିମାଧର୍ମର ପ୍ରମୁଖ ପୀଠସ୍ଥଳୀ ଯୋରନ୍ଦା ମହିମାଗାଦିରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ମାଘମେଳା। ୩ଦିନ ଧରି ଆୟୋଜିତ ହେବାକୁ ଥିବା...

Advertisement
Archives

Model This Week