ଦ୍ୱିତୀୟ ଥର ପାଇଁ ଇଣ୍ଡିଆ ବୁକଅଫ ରେକର୍ଡ଼

ଜୁନାଗଡ଼,୧୬।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅଧୀନ ମୁଣ୍ଡରାଗୁଡା ପଞ୍ଚାୟତ ଚିଲିଗୁଡା ଗ୍ରାମର ସ୍ବୟଂଶିବ ଜୋଶୀ ଇଣ୍ଡିଆ ବୁକଅଫ ରେକର୍ଡରେ ନିଜ ସ୍ଥାନ ଦ୍ୱିତୀୟ ଥର ପାଇଁ ବଜାୟ ରଖିଛନ୍ତି। ସେ ୨୦୨୧ରେ ୩୭ ସେକେଣ୍ଡରେ ୯ ଫୁଟ ବିଶିଷ୍ଟ ୩ଟି ଲୌହ ଖମ୍ବକୁ ଚଢି ଇଣ୍ଡିଆ ବୁକଅଫ ରେକର୍ଡରେ ସ୍ଥାନ ପାଇଥିଲେ। କମ୍‌ ବୟସରେ ୨୮ଟି ରାଜ୍ୟ ଓ ରାଜଧାନୀ, ମହାଦେଶର ନାମ, ପଞ୍ଚ ଇନ୍ଦ୍ରିୟ, ଇନ୍ଦ୍ର ଧନୁର ସାତ ରଙ୍ଗ,୧୪ଟି ଜାତୀୟ ପ୍ରତୀକ,୧୦ଟି ଖେଳର ନାମ, ୧୦ଟି ଜଳଚର ଜୀବ, ୧୨ ମାସର ନାମ, ସପ୍ତାହର ନାମ, ୬ ଋତୁର ନାମ, କମ୍ପ୍ୟୁଟର ୧୦ଟି ଅଂଶ, ଟ୍ରାଫିକ ସଂକେତ, ବୃକ୍ଷର ଅଂଶ ବିଶେଷ, ୧୦ ବିପରୀତ ବୋଧକ ଶବ୍ଦ, ୬ଟି ମନ୍ତ୍ର ଓ ଏବେ ଜାତୀୟ ସଙ୍ଗୀତ କହି ୨୦୨୨ରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି।

ମା’ ସାଗରିକା ଓ ବାପା ସମୀର ରଞ୍ଜନ ଜୋଶୀଙ୍କ ପ୍ରଚେଷ୍ଟାରେ ମାତ୍ର ୪ ବର୍ଷ ୧୦ ମାସ ବୟସରେ ଏହି କୃତିତ୍ୱ ହାସଲ କରିଥିବାରୁ ସ୍ବୟଂଶିବ ଅଞ୍ଚଳର ବେଶ ପ୍ରଶଂସାର ପାତ୍ର ହୋଇଛନ୍ତି। ଭବିଷ୍ୟତରେ ସେ ଜଣେ ଦକ୍ଷ ସେନା ଅଧିକାରୀ ହେବାକୁ ଆଶା ରଖିଛନ୍ତି। ସ୍ବୟଂଶିବ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶୀସେନ ଜୋଶୀଙ୍କ ନାତି। ତାଙ୍କ ମାର୍ଗ ଦର୍ଶନରେ ସେ ଏହି କୃତିତ୍ୱ ଲାଭ କରିଛନ୍ତି। ସ୍ବୟଂଶିବଙ୍କୁ ସ୍ଥାନୀୟ ସରପଞ୍ଚ ତାରା ଶଙ୍କର ରାୟଗୁରୁ ଏବଂ ବିଭିନ୍ନ ଅନୁଷ୍ଠାନରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri