Posted inଜାତୀୟ

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟା ଅଟକ

ବେଙ୍ଗାଲୁରୁ,୧୯।୩: କର୍ନାଟକର ବେଙ୍ଗାଲୁରୁରେ ଅଜାନ ସମୟରେ ହନୁମାନ ଚାଳିଶା ବଜାଇବାକୁ ନେଇ ଉପୁଜିଥିବା ବିବାଦ ବଢ଼ିବାରେ ଲାଗିଛି। ଏଠାରେ ହନୁମାନ ଚାଳିଶା ବଜାଇବାକୁ ନେଇ ଜଣେ ଦୋକାନୀଙ୍କୁ ମାର୍‌ମିଟ୍‌ କରାଯିବାରୁ ହିନ୍ଦୁ ସମ୍ପ୍ରଦାୟଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଛି। ମଙ୍ଗଳବାର ଏହି ମାମଲାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା, ଏଥିରେ ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟା ସାମିଲ ହୋଇଥିଲେ। ଏହାପରେ ପୋଲିସ ତାଙ୍କୁ ଅଟକ ରଖିଛି। ଏହାର ଭିଡିଓ ସାମ୍ନାକୁ ଆସିଛି। ତେବେ ଏହି ସମୟରେ ପ୍ରଦର୍ଶନକାରୀଙ୍କୁ ରୋକିବା ଲାଗି ହାଲ୍‌କା ବଳ ପ୍ରୟୋଗ କରାଯାଇଥିଲା।

କହିରଖୁଛୁ, ରବିବାର ସିଦ୍ଧନା ଲେଆଉଟ୍‌ ନିକଟରେ ଅପରାହ୍ନରେ ଅଜାନ ହେଉଥିଲା। ଏହି ସମୟରେ ଜଣେ ଦୋକାନୀ ହନୁମାନ ଚାଳିଶା ବଜାଇଥିଲେ। ଏହାପରେ ଅନ୍ୟ ସମ୍ପ୍ରଦାୟର ଲୋକେ ଦୋକାନୀଙ୍କୁ ମାର୍‌ପିଟ୍‌ କରିଥିଲେ। ଘଟଣାକୁ ନେଇ ସୋମବାର ଭାଜପା ଏମ୍‌ପି ତେଜସ୍ବୀ ପୀଡ଼ିତ ଦୋକାନୀଙ୍କୁ ଭେଟିଥିଲେ।

ମଙ୍ଗଳବାର ଦୋକାନୀଙ୍କୁ ସମର୍ଥନ କରି ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ। ଏଥିରେ ତେଜସ୍ବୀ ସାମିଲ ହୋଇଥିଲେ। ଧିରେ ଧିରେ ପ୍ରଦର୍ଶନକାରୀଙ୍କ ସଂଖ୍ୟା ବଢ଼ିବାରେ ପୋଲିସ ସେମାନଙ୍କୁ ରୋକିବା ଲାଗି ହାଲ୍‌କା ବଳ ପ୍ରୟୋଗ କରିଥିଲେ। ପରେ ତେଜସ୍ବୀଙ୍କୁ ଅଟକ ରଖାଯାଇଥିଲା। ସାମ୍ନାକୁ ଆସିଥିବା ଭିଡିଓରେ ତେଜସ୍ବୀ ନିଜ ସମର୍ଥକଙ୍କୁ ଫେରିଯିବାକୁ ଅପିଲ କରୁଥିବା ଦେଖାଯାଇଛି। ହେଲେ ସମର୍ଥକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏମିତି କହିଲେ ଚାମେଲି, ଚାରିଆଡ଼େ ଚର୍ଚ୍ଚା

କେନ୍ଦ୍ରାପଡ଼ା/ମହାକାଳପଡା,୧୭ା୬:  କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଜାମିନ ମିଳିଛି । ଏହି ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ…

ରଜ ଖେଳ ବିବାଦରୁ ରକ୍ତାକ୍ତ ସଂଘର୍ଷ

ରାଉରକେଲା,୧୭।୬ (ସଙ୍ଗୀତା ଜେନା): ରଜ ପର୍ବ ଆନନ୍ଦ ଉଲ୍ଲାସରେ ଚାଲିଥିବାବେଳେ ଇସ୍ପାତ ସହର ରାଉରକେଲାରେ ରକ୍ତାକ୍ତ ସଂଘର୍ଷ ହୋଇଛି। ରଜ ଖେଳ ଆୟୋଜନକୁ କେନ୍ଦ୍ର କରି ସୃଷ୍ଟି…

ଭାରତକୁ ବଡ଼ ଝଟକା ଦେଲା ଆମେରିକା: ମୋଦି-ଟ୍ରମ୍ପ ସାକ୍ଷାତ ପୂର୍ବରୁ…

ପ୍ୟାରିସ୍‌,୧୭।୬: ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ପୂର୍ବରୁ ଆମେରିକା…

ବଦଳି ପାଇଁ ଉପବାଚସ୍ପତିଙ୍କ ନାମରେ ଜାଲ୍‌ ଦସ୍ତଖତ, ଦୁଇ ସହକାରୀ ଯନ୍ତ୍ରୀଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ୱର,୧୭।୬(ତ୍ରିନାଥ ମହାନ୍ତି): ବଦଳି ପାଇଁ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତକୁ ଜାଲ୍‌ କରିବା ଏବଂ ସରକାରୀ ଡି.ଓ. ପ୍ୟାଡ୍‌ର ଦୁରୁପଯୋଗ କରିବା ନେଇ…

ପୁଣି ଗଜରାଜଙ୍କ ତାଣ୍ଡବ! ଜଣଙ୍କ ଜୀବନ ନେବା ପରେ ବି ଥମୁନି ଗୋଠଛଡ଼ା ଦନ୍ତାର ଉପଦ୍ରବ, ଚିନ୍ତାରେ ଗ୍ରାମବାସୀ

ବଞ୍ଚୋ,୧୭।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଗଜରାଜଙ୍କ ଉପଦ୍ରବ ଥମିବାର ନାଁ ନେଉନାହିଁ । ପୁଣିଥରେ ଜନବସତି ମୁହାଁ ହୋଇଛି ଗୋଠଛଡ଼ା ଦନ୍ତା…

ଗମ୍ଭୀର ସ୍ନାୟୁ ରୋଗ ସହିତ ସଂଘର୍ଷ କରୁଛନ୍ତି ସୋନୁ ନିଗମ, ଯନ୍ତ୍ରଣାଦାୟକ ଭିଡ଼ିଓ ସେୟାର କରି….

ଗାୟକ ସୋନୁ ନିଗମ ଦୀର୍ଘ ଦିନ ଧରି ତାଙ୍କର ସୁମଧୁର କଣ୍ଠସ୍ୱର ପାଇଁ ଲୋକଙ୍କ ପ୍ରିୟ ହୋଇଆସିଛନ୍ତି, କିନ୍ତୁ ସେ ବର୍ତ୍ତମାନ ଏକ କଷ୍ଟକର ପର୍ଯ୍ୟାୟ ଦେଇ…

ବାରିପଦାରେ ଲଭ୍‌ ଜିହାଦ୍‌କୁ ନେଇ ଉତ୍ତେଜନା: କୋର୍ଟ ମ୍ୟାରେଜ ପୂର୍ବରୁ ବର, ବରଯାତ୍ରୀକୁ ଟେକିନେଲା ପୋଲିସ

ବାରିପଦା,୧୭।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରରେ ମଙ୍ଗଳବାର ‘ଲଭ୍‌ ଜିହାଦ୍‌’ ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।…

ଚାଷୀଙ୍କ ପ୍ରଶ୍ନବାଣରେ ଘାଇଲା ମନ୍ତ୍ରୀ: ଆଜିଠାରୁ ସବୁ ମଣ୍ଡିରୁ ଉଠିବ ଧାନ

ନୂଆପଡ଼ା,୧୭ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା ଗସ୍ତରେ ଆସିଥିବା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ଚାଷୀଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡିଛି। ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri