Posted inଜାତୀୟ

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟା ଅଟକ

ବେଙ୍ଗାଲୁରୁ,୧୯।୩: କର୍ନାଟକର ବେଙ୍ଗାଲୁରୁରେ ଅଜାନ ସମୟରେ ହନୁମାନ ଚାଳିଶା ବଜାଇବାକୁ ନେଇ ଉପୁଜିଥିବା ବିବାଦ ବଢ଼ିବାରେ ଲାଗିଛି। ଏଠାରେ ହନୁମାନ ଚାଳିଶା ବଜାଇବାକୁ ନେଇ ଜଣେ ଦୋକାନୀଙ୍କୁ ମାର୍‌ମିଟ୍‌ କରାଯିବାରୁ ହିନ୍ଦୁ ସମ୍ପ୍ରଦାୟଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଛି। ମଙ୍ଗଳବାର ଏହି ମାମଲାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା, ଏଥିରେ ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟା ସାମିଲ ହୋଇଥିଲେ। ଏହାପରେ ପୋଲିସ ତାଙ୍କୁ ଅଟକ ରଖିଛି। ଏହାର ଭିଡିଓ ସାମ୍ନାକୁ ଆସିଛି। ତେବେ ଏହି ସମୟରେ ପ୍ରଦର୍ଶନକାରୀଙ୍କୁ ରୋକିବା ଲାଗି ହାଲ୍‌କା ବଳ ପ୍ରୟୋଗ କରାଯାଇଥିଲା।

କହିରଖୁଛୁ, ରବିବାର ସିଦ୍ଧନା ଲେଆଉଟ୍‌ ନିକଟରେ ଅପରାହ୍ନରେ ଅଜାନ ହେଉଥିଲା। ଏହି ସମୟରେ ଜଣେ ଦୋକାନୀ ହନୁମାନ ଚାଳିଶା ବଜାଇଥିଲେ। ଏହାପରେ ଅନ୍ୟ ସମ୍ପ୍ରଦାୟର ଲୋକେ ଦୋକାନୀଙ୍କୁ ମାର୍‌ପିଟ୍‌ କରିଥିଲେ। ଘଟଣାକୁ ନେଇ ସୋମବାର ଭାଜପା ଏମ୍‌ପି ତେଜସ୍ବୀ ପୀଡ଼ିତ ଦୋକାନୀଙ୍କୁ ଭେଟିଥିଲେ।

ମଙ୍ଗଳବାର ଦୋକାନୀଙ୍କୁ ସମର୍ଥନ କରି ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ। ଏଥିରେ ତେଜସ୍ବୀ ସାମିଲ ହୋଇଥିଲେ। ଧିରେ ଧିରେ ପ୍ରଦର୍ଶନକାରୀଙ୍କ ସଂଖ୍ୟା ବଢ଼ିବାରେ ପୋଲିସ ସେମାନଙ୍କୁ ରୋକିବା ଲାଗି ହାଲ୍‌କା ବଳ ପ୍ରୟୋଗ କରିଥିଲେ। ପରେ ତେଜସ୍ବୀଙ୍କୁ ଅଟକ ରଖାଯାଇଥିଲା। ସାମ୍ନାକୁ ଆସିଥିବା ଭିଡିଓରେ ତେଜସ୍ବୀ ନିଜ ସମର୍ଥକଙ୍କୁ ଫେରିଯିବାକୁ ଅପିଲ କରୁଥିବା ଦେଖାଯାଇଛି। ହେଲେ ସମର୍ଥକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଭ୍‌-ଇନ୍‌ ସମ୍ପର୍କ: ଭାରତୀୟ ସଂସ୍କୃତି ପାଇଁ କଳଙ୍କ

ରାୟପୁର/ପ୍ରୟାଗରାଜ,୯ା୫: ବିଶ୍ୱର ଅନେକ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରରେ ଲିଭ୍‌-ଇନ୍‌ ସମ୍ପର୍କକୁ ସାମାଜିକ ସ୍ବୀକୃତି ତଥା ଆଇନଗତ ବୈଧତା ମିଳିଥିବାବେଳେ ଭାରତରେ ଏବେ ମଧ୍ୟ ଏହା...

ନଡ୍ଡାଙ୍କୁ ସମନ

ବେଙ୍ଗାଲୁରୁ, ୯।୫ମୁସଲମାନ ସଂରକ୍ଷଣକୁ ନେଇ କର୍ନାଟକ ଭାଜପା ପକ୍ଷରୁ କରାଯାଇଥିବା ବିବାଦୀୟ ପୋଷ୍ଟ ମାମଲାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଆଇଟି ସେଲ୍‌...

ତିହାର ଜେଲରେ କେଜ୍‌ରିଓ୍ବାଲଙ୍କ ଅଫିସ୍‌ ଦାବି: ଆବେଦନକାରୀଙ୍କୁ ଲକ୍ଷେ ଜରିମାନା

ନୂଆଦିଲ୍ଲୀ,୯ା୫ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ...

୧୦ରେ କେଜ୍‌ରିଓ୍ବାଲଙ୍କୁ ମିଳିପାରେ ଜାମିନ

ନୂଆଦିଲ୍ଲୀ, ୯ା୫: ଦିଲ୍ଲୀ ଅବକାରୀ ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଶୁକ୍ରବାର ଜାମିନ...

ନଡ୍ଡା, ମାଲବ୍ୟଙ୍କୁ ବେଙ୍ଗାଲୁରୁ ପୋଲିସର ସମନ

ବେଙ୍ଗାଲୁରୁ, ୮।୫: ମୁସଲମାନ ସଂରକ୍ଷଣକୁ ନେଇ କର୍ନାଟକ ଭାଜପା ପକ୍ଷରୁ କରାଯାଇଥିବା ବିବାଦୀୟ ପୋଷ୍ଟ ମାମଲାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଆଇଟି...

ବିବାଦ ପରେ କଂଗ୍ରେସ ବିଦେଶ ମୁଖ୍ୟ ପଦରୁ ଇସ୍ତଫା ଦେଲେ ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ,୮ା୫: କଂଗ୍ରେସ ନେତା ସାମ୍ ପିଟ୍ରୋଡା ଭାରତୀୟ କଂଗ୍ରେସର ବିଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଦଳ ମଧ୍ୟ ତାଙ୍କର ଏହି ଇସ୍ତଫା ଗ୍ରହଣ କରିଛି।ଏହି...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା: ଆତ୍ମହତ୍ୟା କରିଥିବା ଅଭିଯୁକ୍ତଙ୍କର ପୁଣିଥରେ ହେବ ପୋଷ୍ଟମର୍ଟମ

ମୁମ୍ବାଇ,୮ା୫: ଅଭିନେତା ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ମୁମ୍ବାଇ ପୋଲିସର ହେପାଜତରେ ଆତ୍ମହତ୍ୟା କରିଥିବା ଅଭିଯୁକ୍ତ ଅନୁଜ ଥାପାନଙ୍କ ପୋଷ୍ଟମର୍ଟମ ପୁଣି ଥରେ...

କଳାହାଣ୍ଡିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦେଲେ ଏସବୁ ପ୍ରତିଶ୍ରୁତି…

ଭବାନୀପାଟଣା,୮ା୫(ଉତ୍ତମ କୁମାର ଦାଶ): କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ବୁଧବାର କଳାହାଣ୍ଡିକୁ ଦିନିକିଆ ଗସ୍ତରେ ଆସିଥିଲେ। ଅପରାହ୍ନ ୧ଟା ୧୫ରେ ଭବାନୀପାଟଣା ସହରସ୍ଥିତ ରିଜର୍ଭ ପଡ଼ିଆରେ ହେଲିକପ୍ଟରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri