ଟିକା ରପ୍ତାନିକାରୀରୁ ଆମଦାନିକାରୀ ହେଲା ଭାରତ

ନୂଆଦିଲ୍ଲୀ, ୧୭।୪: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଭୟଙ୍କର ଭାବେ ବଢ଼ିଚାଲିଛି। ଏପରିସ୍ଥଳେ ଦେଶରେ କୋଭିଡ୍‌ ଟିକାର ଅଭାବ ଦେଖାଦେଇଛି। ବିଭିନ୍ନ ଦେଶକୁ କୋଭିଡ୍‌ ଟିକାର ଲକ୍ଷ ଲକ୍ଷ ଡୋଜ୍‌ ଦାନ ତଥା ବିକ୍ରି କରିଥିବା ଭାରତକୁ ଏବେ ଅନ୍ୟ ଦେଶରୁ ଟିକା ଆମଦାନୀ କରିବାକୁ ପଡ଼ିବ। ଦେଶର ଏଭଳି ସ୍ଥିତି ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଭାରତରେ କ୍ରମାଗତ ଦୁଇଦିନ ହେଲା ଦୈନିକ ସଂକ୍ରମଣ ୨ ଲକ୍ଷରୁ ଅଧିକ ରହିଛି। ଫଳରେ ୧୩୦ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଦେଶରେ ଉତ୍ପାଦିତ ଟିକା ଆବଶ୍ୟକତାକୁ ପୂରଣ କରିପାରୁ ନାହିଁ। କାରଣ ସଂକ୍ରମଣର ମୁକାବିଲା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ତୁରନ୍ତ ଟିକା ଦେବା ଜରୁରୀ ହୋଇପଡ଼ିଛି। ପୂର୍ବରୁ ଫାଇଜରକୁ ମନା କରିଥିବା ଭାରତ ଏବେ ଟିକା ଆମଦାନୀକୁ ତ୍ୱରାନ୍ବିତ କରିବା ଲାଗି ନିୟମରେ ପରିବର୍ତ୍ତନ କରିଛି। ୧୨.୫ କୋଟି ଲୋକଙ୍କ ପାଇଁ ଚଳିତ ମାସରୁ ଭାରତ ରୁଷିଆ ପ୍ରସ୍ତୁତ ସ୍ପୁଟନିକ୍‌ ଭି ଟିକା ଆମଦାନୀ କରିବାକୁ ଯାଉଛି। ଭାରତରେ ଟିକାର ନିଅଣ୍ଟ ସ୍ଥିତି କେବଳ ମହାମାରୀ ମୁକାବିଲାରେ ବାଧା ସୃଷ୍ଟି କରିବ ନାହିଁ ବରଂ ୬୦ରୁ ଊର୍ଦ୍ଧ୍ୱ ଗରିବ ଦେଶରେ ଟିକାକରଣ ବାଧାପ୍ରାପ୍ତ ହେବ। କାରଣ ଏହିସବୁ ଦେଶକୁ ଭାରତ ମାଗଣାରେ ଟିକା ଯୋଗାଇ ଦେଉଥିଲା। ସାରା ବିଶ୍ୱରେ ଟିକାକରଣକୁ ଆଗେଇ ନେବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ଗାଭି ଭାକ୍ସିନ ଆଲିଆନ୍ସ ପକ୍ଷରୁ ଆୟୋଜିତ କୋଭାକ୍ସ କାର୍ଯ୍ୟକ୍ରମକୁ ଭାରତ ସର୍ବାଧିକ ଟିକା ଯୋଗାଉଥିଲା। ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ଭାରତ ୬୪ ନିୟୁତ ଡୋଜ୍‌ ଭାକ୍ସିନ ବିଦେଶକୁ ପଠାଇଥିବାବେଳେ ଚଳିତ ମାସରେ ଏହା ୧.୨ ନିୟୁତରେ ସୀମିତ ରହିଛି। ଦେଶରେ ଆବଶ୍ୟକତା ବଢ଼ୁଥିବାରୁ ବିଦେଶକୁ ଟିକା ଯୋଗାଇବା ସମ୍ଭବ ହେଉନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି।

ଷ୍ଟକ୍‌ ସମୀକ୍ଷା କଲେ ମୋଦି

ସଂକ୍ରମଣ ବୃଦ୍ଧି ସାଙ୍ଗକୁ କେତେକ ରାଜ୍ୟରେ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍‌ ଅଭାବ ଦେଖାଦେଇଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅକ୍ସିଜେନ୍‌ ଷ୍ଟକ୍‌ ସମୀକ୍ଷା କରିଛନ୍ତି। ନିଅଣ୍ଟ ଭରଣା ପାଇଁ ମେଡିକାଲ ମାନର ଅମ୍ଳଜାନ ଆମଦାନୀ ପାଇଁ ପଦକ୍ଷେପ ନିଆଯାଉଥିବା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବୈଠକରେ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସମସ୍ତ ପ୍ଲାଣ୍ଟ ସାମର୍ଥ୍ୟ ଅନୁଯାୟୀ ଅକ୍ସିଜେନ୍‌ ଉତ୍ପାଦନ ବଢ଼ାଇବାକୁ ମୋଦି ପ୍ରସ୍ତାବ ଦେଇଥିଲେ। ଅମ୍ଳଜାନ ଚାହିଦା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଉଚ୍ଚ କ୍ଷମତାସମ୍ପନ୍ନ କମିଟି ୫୦ ହଜାର ମେଟ୍ରିକ୍‌ ଟନ୍‌ ମେଡିକାଲ ଅକ୍ସିଜେନ ଆମଦାନୀ ପାଇଁ ଟେଣ୍ଡର ଆହ୍ବାନ କରିବାକୁ ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri