Posted inଖେଳ

ମାଟି କାମୁଡିଲା ଜିମ୍ବାଓ୍ବେ: ୪-୧ରେ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

ହରାରେ,୧୪ା୭: ଜିମ୍ବାଓ୍ବେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ର ଅନ୍ତିମ ମ୍ୟାଚକୁ ୪୨ ରନ୍‌ରେ ଜିତିବା ସହିତ ୪-୧ରେ ସିରିଜ ଜିତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୬୭ ରନ୍‌ କରିଥିଲା। ଜବାବରେ ଜିମ୍ବାଓ୍ବେ ୧୮.୩ ଓଭରରେ ୧୨୫ ରନରେ ଅଲଆଉଟ ହୋଇଥିଲା। ଏହି ମ୍ୟାଚ୍‌ ଆଗରୁ ଭାରତ ସିରିଜ ଜିତି ସାରିଥିବା ବେଳେ ଅନ୍ତିମ ମ୍ୟାଚ୍‌ରେ ରିୟାନ ପରାଗ ଓ ମୁକେଶ କୁମାରଙ୍କୁ ଖେଳାଇଥିଲା ଭାରତ।
ଜିମ୍ବାଓ୍ବେ ଟସ୍‌ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା। ଯଶସ୍ବୀ ଜୟସ୍ବାଲ(୧୨), ଶୁବମାନ ଗିଲ୍‌(୧୩) ଓ ଅଭିଷେକ ଶର୍ମା(୧୪) ରନ୍‌ କରିଥିଲେ। ଦଳୀୟ ସ୍କୋର ୧୩ ରନ୍‌ରେ ଜୟସ୍ବାଲ ଆଉଟ ହୋଇଥିଲେ। ଗିଲ୍‌ ଓ ଅଭିଷେକ ୨୫ ରନ୍‌ ଯୋଡିବା ପରେ ମାତ୍ର ୨ ରନ୍‌ ବ୍ୟବଧାନରେ ଉଭୟ ଖେଳାଳି ଆଉଟ ହୋଇଥିଲେ। ପରେ ସଞ୍ଜୁ ସାମସନ୍‌ (୫୮) ଓ ରିୟାନ୍‌ ପରାଗ(୨୨) ଚତୁର୍ଥ ଉଇକେଟରେ ୬୫ ରନ୍‌ ଯୋଡିଥିଲେ। ଉଭୟ ଖେଳାଳି ସତର୍କତାର ସହ ବ୍ୟାଟିଂ କରି ସ୍କୋରକୁ ଆଗକୁ ବଢାଇଥିଲେ। ପରାଗ ୨୪ ବଲ୍‌ ଖେଳି ୧ ଛକା ସହ ୨୨ ରନ୍‌ କରିଥିଲେ। ଅନ୍ୟ ପକ୍ଷରେ ଇନିଂସର ଟପ୍‌ ସ୍କୋରର ଥିବା ସାମସନ୍‌ ୪୫ ବଲ୍‌ ଖେଳି ୧ ଚୌକା ଓ ୪ ଛକା ମାରିଥିଲେ। ଶେଷଭାଗରେ ଶିବମ ଦୁବେ ଦ୍ରୁତ ୨୬ ରନ୍‌ କରିବାରୁ ଭାରତ ୧୬୭ ରନ୍‌ରେ ପହଞ୍ଚିଥିଲା। ୧୨ ବଲ୍‌ ଖେଳିଥିବା ଦୁବେ ୨ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ଜିମ୍ବାଓ୍ବେ ପକ୍ଷରୁ ବ୍ଲେସିଙ୍ଗ ମୁଜାରବାନି ୨, ବ୍ରେଣ୍ଡନ ମାଟୁଭା, ରିଚାର୍ଡ ଏନ୍‌ଗାରଭା ଓ ସିକନ୍ଦର ରାଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୧୬୮ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଜିମ୍ବାଓ୍ବେକୁ ଆରମ୍ଭରୁ ଝଟ୍‌କା ଦେଇଥିଲେ ମୁକେଶ କୁମାର। ମୁକେଶ ପ୍ରଥମ ୩ ଓଭରରେ ଜିମ୍ବାଓ୍ବେର ୨ ବ୍ୟାଟରଙ୍କୁ ପ୍ୟାଭିଲିୟନ ଫେରାଇଥିଲେ। ଟାଡିଓ୍ବାନାଶେ ମାରୁମନି(୨୭) ଓ ଡିୟନ ମାୟର୍ସ(୩୪) ତୃତୀୟ ଉଇକେଟରେ ୪୪ ରନ୍‌ ଯୋଡିଥିଲେ। ମାରୁମନିଙ୍କୁ ଆଉଟ କରି ମୁକେଶ ଏହି ଯୋଡି ଭାଙ୍ଗିଥିଲେ। ତେବେ ଏହି ଦୁଇ ଖେଳାଳି ଆଉଟ ହେବା ପରେ ଜିମ୍ବାଓ୍ବେ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୧୨୫ରେ ଅଲଆଉଟ ହୋଇଥିଲା। ଶେଷ ଭାଗରେ ଫରାଜ ଆକ୍ରମ ୧୩ ବଲ୍‌ରୁ ୨ଟି ଲେଖାଏ ଛକା ଓ ଚୌକା ମାରି ୨୭ ରନ୍‌ କରିଥିଲେ। ଭାରତ ପକ୍ଷରୁ ମୁକେଶ କୁମାର ୪, ଶିବମ ଦୁବେ ୨, ଅଭିଷେକ ଶର୍ମା, ଓ୍ବାଶିଂଟନ୍‌ ସୁନ୍ଦର ଓ ତୁଷାର ଦେଶପାଣ୍ଡେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଶିବମ ଦୁବେଙ୍କୁ ପ୍ଲେୟର ଅଫ ଦ ମ୍ୟାଚ୍‌ ଓ ଓ୍ବାଶିଂଟନ୍‌ ସୁନ୍ଦରଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri