Posted inଖେଳ

ମାଟି କାମୁଡିଲା ଜିମ୍ବାଓ୍ବେ: ୪-୧ରେ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

ହରାରେ,୧୪ା୭: ଜିମ୍ବାଓ୍ବେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ର ଅନ୍ତିମ ମ୍ୟାଚକୁ ୪୨ ରନ୍‌ରେ ଜିତିବା ସହିତ ୪-୧ରେ ସିରିଜ ଜିତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୬୭ ରନ୍‌ କରିଥିଲା। ଜବାବରେ ଜିମ୍ବାଓ୍ବେ ୧୮.୩ ଓଭରରେ ୧୨୫ ରନରେ ଅଲଆଉଟ ହୋଇଥିଲା। ଏହି ମ୍ୟାଚ୍‌ ଆଗରୁ ଭାରତ ସିରିଜ ଜିତି ସାରିଥିବା ବେଳେ ଅନ୍ତିମ ମ୍ୟାଚ୍‌ରେ ରିୟାନ ପରାଗ ଓ ମୁକେଶ କୁମାରଙ୍କୁ ଖେଳାଇଥିଲା ଭାରତ।
ଜିମ୍ବାଓ୍ବେ ଟସ୍‌ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା। ଯଶସ୍ବୀ ଜୟସ୍ବାଲ(୧୨), ଶୁବମାନ ଗିଲ୍‌(୧୩) ଓ ଅଭିଷେକ ଶର୍ମା(୧୪) ରନ୍‌ କରିଥିଲେ। ଦଳୀୟ ସ୍କୋର ୧୩ ରନ୍‌ରେ ଜୟସ୍ବାଲ ଆଉଟ ହୋଇଥିଲେ। ଗିଲ୍‌ ଓ ଅଭିଷେକ ୨୫ ରନ୍‌ ଯୋଡିବା ପରେ ମାତ୍ର ୨ ରନ୍‌ ବ୍ୟବଧାନରେ ଉଭୟ ଖେଳାଳି ଆଉଟ ହୋଇଥିଲେ। ପରେ ସଞ୍ଜୁ ସାମସନ୍‌ (୫୮) ଓ ରିୟାନ୍‌ ପରାଗ(୨୨) ଚତୁର୍ଥ ଉଇକେଟରେ ୬୫ ରନ୍‌ ଯୋଡିଥିଲେ। ଉଭୟ ଖେଳାଳି ସତର୍କତାର ସହ ବ୍ୟାଟିଂ କରି ସ୍କୋରକୁ ଆଗକୁ ବଢାଇଥିଲେ। ପରାଗ ୨୪ ବଲ୍‌ ଖେଳି ୧ ଛକା ସହ ୨୨ ରନ୍‌ କରିଥିଲେ। ଅନ୍ୟ ପକ୍ଷରେ ଇନିଂସର ଟପ୍‌ ସ୍କୋରର ଥିବା ସାମସନ୍‌ ୪୫ ବଲ୍‌ ଖେଳି ୧ ଚୌକା ଓ ୪ ଛକା ମାରିଥିଲେ। ଶେଷଭାଗରେ ଶିବମ ଦୁବେ ଦ୍ରୁତ ୨୬ ରନ୍‌ କରିବାରୁ ଭାରତ ୧୬୭ ରନ୍‌ରେ ପହଞ୍ଚିଥିଲା। ୧୨ ବଲ୍‌ ଖେଳିଥିବା ଦୁବେ ୨ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ଜିମ୍ବାଓ୍ବେ ପକ୍ଷରୁ ବ୍ଲେସିଙ୍ଗ ମୁଜାରବାନି ୨, ବ୍ରେଣ୍ଡନ ମାଟୁଭା, ରିଚାର୍ଡ ଏନ୍‌ଗାରଭା ଓ ସିକନ୍ଦର ରାଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୧୬୮ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଜିମ୍ବାଓ୍ବେକୁ ଆରମ୍ଭରୁ ଝଟ୍‌କା ଦେଇଥିଲେ ମୁକେଶ କୁମାର। ମୁକେଶ ପ୍ରଥମ ୩ ଓଭରରେ ଜିମ୍ବାଓ୍ବେର ୨ ବ୍ୟାଟରଙ୍କୁ ପ୍ୟାଭିଲିୟନ ଫେରାଇଥିଲେ। ଟାଡିଓ୍ବାନାଶେ ମାରୁମନି(୨୭) ଓ ଡିୟନ ମାୟର୍ସ(୩୪) ତୃତୀୟ ଉଇକେଟରେ ୪୪ ରନ୍‌ ଯୋଡିଥିଲେ। ମାରୁମନିଙ୍କୁ ଆଉଟ କରି ମୁକେଶ ଏହି ଯୋଡି ଭାଙ୍ଗିଥିଲେ। ତେବେ ଏହି ଦୁଇ ଖେଳାଳି ଆଉଟ ହେବା ପରେ ଜିମ୍ବାଓ୍ବେ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୧୨୫ରେ ଅଲଆଉଟ ହୋଇଥିଲା। ଶେଷ ଭାଗରେ ଫରାଜ ଆକ୍ରମ ୧୩ ବଲ୍‌ରୁ ୨ଟି ଲେଖାଏ ଛକା ଓ ଚୌକା ମାରି ୨୭ ରନ୍‌ କରିଥିଲେ। ଭାରତ ପକ୍ଷରୁ ମୁକେଶ କୁମାର ୪, ଶିବମ ଦୁବେ ୨, ଅଭିଷେକ ଶର୍ମା, ଓ୍ବାଶିଂଟନ୍‌ ସୁନ୍ଦର ଓ ତୁଷାର ଦେଶପାଣ୍ଡେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଶିବମ ଦୁବେଙ୍କୁ ପ୍ଲେୟର ଅଫ ଦ ମ୍ୟାଚ୍‌ ଓ ଓ୍ବାଶିଂଟନ୍‌ ସୁନ୍ଦରଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri