Posted inଖେଳ

ଭୁଟାନକୁ ୯-୦ରେ ହରାଇଲା ଭାରତ

ଢାକା, ୨୭।୩: ବାଂଲାଦେଶର ବୀର ଶ୍ରେଷ୍ଠ ଶହୀଦ ସିପାହି ମୁସ୍ତାଫା କମଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ଭାରତ ୯-୦ ଗୋଲରେ ଭୁଟାନକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଶିଲ୍‌ଜି ଶାଜି ଏକାକୀ ୫ ଗୋଲ କରି ଦଳକୁ ବୃହତ୍‌ ବିଜୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୫ ଦଳବିଶିଷ୍ଟ ପ୍ରତିଯୋଗିତାରେ ୩ ମ୍ୟାଚ୍‌ରୁ ଭାରତର ଏହା ଥିଲା ଦ୍ୱିତୀୟ ବିଜୟ। ଆସନ୍ତା ୨୮ ତାରିଖରେ ଭାରତ ଏହାର ଶେଷ ମ୍ୟାଚ୍‌ ଶକ୍ତିଶାଳୀ ରୁଷିଆ ସହିତ ଖେଳିବ। ପ୍ରତିଯୋଗିତା ନିୟମ ଅନୁସାରେ ଗ୍ରୁପ୍‌ ଟପ୍ପର ଚାମ୍ପିୟନ ବିବେଚିତ ହେବ।

ନିଜର ପ୍ରଥମ ମ୍ୟାଚ୍‌ରେ ନେପାଳକୁ ୪-୧ ଗୋଲରେ ହରାଇଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ବାଂଲାଦେଶଠାରୁ ୦-୧ ଗୋଲରେ ହାରି ଯାଇଥିଲା। ମାତ୍ର ଭୁଟାନ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଦଳ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିବା ଭାରତ ମାତ୍ର ୩ୟ ମିନିଟ୍‌ରେ ମେନକା ଲୌରେମ୍ବାମଙ୍କ ଗୋଲ ସହାୟତାରେ ଯଦିଓ ଅଗ୍ରଣୀ ହାସଲ କରିଥିଲା ତେବେ ମ୍ୟାଚ୍‌ର ମୁଖ୍ୟ ନାୟିକା ଥିଲେ ଶିଲ୍‌ଜି ଶାଜି। ସେ ହ୍ୟାଟ୍ରିକ୍‌ ଅର୍ଜନ ସହ ୧୨, ୬୨, ୬୯, ୭୬ ଓ ୭୯ତମ ମିନିଟ୍‌ରେ ୫ଟି ଗୋଲ ଦେଇ ପ୍ରତିପକ୍ଷ ଦଳକୁ ବ୍ୟାକ୍‌ଫୁଟକୁ ଠେଲିଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶିବାନୀ ଦେବୀ ନଙ୍ଗମେଇକାପାମ୍‌ ୪୨ ଓ ୬୧ ମିନିଟରେ ୨ଟି ଏବଂ ଥୋଇବିସାନା ଚାନୁ ତୋଇଜାମ ୫୬ତମ ମିନିଟରେ ଗୋଟିଏ ଗୋଲ ସ୍କୋର କରିଥିଲେ। ମ୍ୟାଚ୍‌ଟି ସମ୍ପୂର୍ଣ୍ଣ ଏକପାଖିଆ ହୋଇଯାଇଥିବାବେଳେ ଭାରତୀୟ ରକ୍ଷଣଭାଗ ଭେଦକରି ଭୁଟାନ ଗୋଟିଏହେଲେ ଗୋଲ ପରିଶୋଧ କରିପାରି ନ ଥିଲା। ପ୍ରକାଶଯୋଗ୍ୟ, ଏହି ଏହି ଟୁର୍ନାମେଣ୍ଟ ପାଇଁ ପ୍ରିୟା ପି. ଭାଲାପିଲ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଏବଂ ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଫୁଟ୍‌ବଲ ତାରକା ତଥା ଜାତୀୟ ମହିଳା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ସହକାରୀ କୋଚ୍‌ ଦାୟିତ୍ୱ ନିର୍ବାହ କରୁଛନ୍ତି। ବାଂଲାଦେଶ ବିପକ୍ଷ ପରାଜୟରେ ମ୍ରିୟମାଣ ହୋଇପଡ଼ିଥିବା ଶ୍ରଦ୍ଧାଞ୍ଜଳି ଭୁଟାନ ବିପକ୍ଷ ପ୍ରଦର୍ଶନରେ ଆଶ୍ୱସ୍ତ ହୋଇଛନ୍ତି। ରୁଷିଆ ବିପକ୍ଷରେ ଦଳ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ସେ ଆଶାବାଦୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri