Posted inଖେଳ

ବାଂଲାଦେଶକୁ ହରାଇ ଭାରତ ଚାମ୍ପିୟନ

ମଙ୍ଗ କକ୍‌ (ହଂକଂ), ୨୨ା୬(ପି.ଟି.): ହଂକଂରେ ଅନୁଷ୍ଠିତ ୨୩ ବର୍ଷରୁ କମ୍‌ ଇମର୍ଜିଂ ଏସିଆ କପ୍‌ରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଭାରତ। ବୁଧବାର ଖେଳା ଯାଇଥିବା ଟାଇଟଲ୍‌ ମୁକାବିଲାରେ ଦଳ ବାଂଲାଦେଶକୁ ୩୧ ରନ୍‌ରେ ପରାସ୍ତ କରିଛି। ଭାରତୀୟ ସ୍ପିନର ଯୋଡି ଶ୍ରେୟଙ୍କା ପାଟିଲ (୪/୧୩) ଓ ମନ୍ନତ କଶ୍ୟପ(୩/୨୦) ଚମତ୍କାର ବୋଲିଂ କରି ନିଜ ମଧ୍ୟରେ ୭ ଉଇକେଟ ବାଣ୍ଟି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୧୨୭ ରନ୍‌ କରିଥିଲା। ଜବାବରେ ବାଂଲାଦେଶ ୧୯.୨ ଓଭରରେ ୯୬ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା।
ଟସ୍‌ ଜିତି ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ବିନ୍ଦ୍ରା ଦୀନେଶ ସର୍ବାଧିକ ୩୬ ରନ୍‌ କରିଥିଲେ। ଅଧିନାୟିକା ଶ୍ୱେତା ଶେରାଓ୍ବତ(୧୩) ଓ ଉମା ଚେତ୍ରୀ(୨୨) ପ୍ରଥମ ଉଇକେଟରେ ୨୮ ରନ୍‌ ଯୋଡିଥିଲେ। ୩ ନମ୍ବରରେ ବ୍ୟାଟିଂ କରିଥିବା ବିନ୍ଦ୍ରା ୨୯ ବଲ୍‌ ଖେଳି ୫ ଚୌକା ଓ ୧ ଛକା ମାରିଥିଲେ। ଶେଷ ଆଡକୁ କନିକା ଆହୁଜା ଅପରାଜିତ ୩୦ ରନ୍‌ କରିବାରୁ ଭାରତର ସ୍କୋର ୧୨୭ରେ ପହଞ୍ଚିଥିଲା। ୨୩ ବଲ୍‌ ଖେଳି ସେ ୪ ଚୌକା ମାରିଥିଲେ। ବାଂଲାଦେଶ ପକ୍ଷରୁ ନାହିଦା ଅକତର ଓ ସୁଲତାନା ଖାତୁନ୍‌ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ୧୨୮ ରନ୍‌ର ପିଛା କରୁଥିବା ବାଂଲାଦେଶ ପକ୍ଷରୁ ମାତ୍ର ୩ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିଥିଲେ। ଶାଥି ରାଣା(୧୩), ଶୋଭନା ମୋଷ୍ଟାରେ (୧୬) ଓ ନାହିଦା ଅକତର(୧୭*)ଙ୍କ ସ୍କୋର ବଳରେ ବାଂଲାଦେଶ ୯୬ ରନ୍‌ରେ ସୀମିତ ରହିଥିଲା। ମନ୍ନତ କଶ୍ୟପ ପ୍ରଥମ ଦୁଇ ଉଇକେଟ ନେଇଥିବା ବେଳେ ଶ୍ରେୟଙ୍କା ମିଡିଲ ଅର୍ଡରରେ ୪ ଉଇକେଟ ନେଇଥିଲେ। ଅଫ୍‌ ସ୍ପିନ ଜରିଆରେ ଶୋଭନା, ଲତା ମଣ୍ଡଳ, ମୁର୍ସିଦା ଖାତୁନ ଓ ରାବେୟାଙ୍କୁ ଆଉଟ କରିଥିଲେ। ବାଂଲାଦେଶ ୧୯.୨ ଓଭରରେ ୯୬ ରନରେ ସମସ୍ତ ଉଇକେଟ ହରାଇଥିଲା। ଶ୍ରେୟଙ୍କା ୪, ମନ୍ନତ ୩ ଉଇକେଟ ନେଇଥିଲେ। କନିକା ଆହୁଜା ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଓ ଶ୍ରେୟଙ୍କା ପାଟିଲୁ ପ୍ଲେୟର ଅଫ୍‌ ଦ ସିରିଜ୍‌ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୧୨୭/୭ (ବିନ୍ଦ୍ରା ଦୀନେଶ-୩୬, କନିକା ଆହୁଜା-୩୦*, ଉମା ଚେତ୍ରୀ-୨୨, ନାହିଦା ଅକତର-୨/୧୩, ସୁଲତାନା ଖାତୁନ-୨/୩୦, ରାବେୟା ଖାନ୍‌-୧/୧୪)। ବାଂଲାଦେଶ ୧୯.୨ ଓଭରରେ ୯୬/୧୦(ନାହିଦା ଅକତର-୧୭*, ଶୋଭନା ମୋଷ୍ଟାରେ-୧୬, ଶାଥି ରାଣା-୧୩, ଶ୍ରେୟଙ୍କା ପାଟିଲ-୪/୧୩, ମନ୍ନତ କଶ୍ୟପ-୩/୨୦, କନିକା ଆହୁଜା-୨/୨୩)।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri