Posted inଖେଳ

ଆଜିଠୁ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ

ଚଟ୍ଟୋଗ୍ରାମ୍‌,୧୪।୧୨(ପି.ଟି.): ବୁଧବାର ବାଂଲାଦେଶ ବିପକ୍ଷରେ ଭାରତ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ ଖେଳିବ। ଏହି ମ୍ୟାଚରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ଆଶା ଉଜ୍ଜୀବିତ ରଖିବା ନେଇ ଚିନ୍ତାରେ ରହିଥିବା ବେଳେ ଲୋକେଶ ରାହୁଲଙ୍କ ଅଧିନାୟକତ୍ୱ ଦକ୍ଷତା ପରଖିବ ଭାରତ। ଡବ୍ଲ୍ୟୁଟିସି ପଏଣ୍ଟ ଟେବଲରେ ଭାରତ ୪ର୍ଥ ସ୍ଥାନରେ ରହିଥିବା ବେଳେ ଫାଇନାଲ ଯୋଗ୍ୟତା ହାସଲ କରିବାକୁ ହେଲେ ଦଳକୁ ଅବଶିଷ୍ଟ ୬ ମ୍ୟାଚରେ ବିଜୟୀ ହେବାକୁ ପଡିବ। ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ସହିତ ଅଷ୍ଟ୍ରେଲିଆ ବିପକ୍ଷରେ ଦଳ ୪ ମ୍ୟାଚ ବିଶିଷ୍ଟ ଘରୋଇ ସିରିଜ ଖେଳିବ। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ପଛକୁ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଅଲ ଜହୁର ଅହମଦ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ଏହି ଗ୍ରାଉଣ୍ଡଟି ସାଧାରଣତଃ ବ୍ୟାଟରଙ୍କୁ ସହଯୋଗ କରିଥାଏ। ତେବେ ମ୍ୟାଚର ଅନ୍ତିମ ଦୁଇ ଦିନରେ ପିଚ୍‌ ସ୍ପିନରଙ୍କୁ ସହାୟତା ପ୍ରଦାନ କରିଥାଏ। ଭ୍ରମଣକାରୀ ଭାରତ ଏହି ମ୍ୟାଚରେ ଫେଭରିଟ୍‌ ରହିଥିଲେ ମଧ୍ୟ ଦଳ ଆହତ ସମସ୍ୟା ସହିତ ଜୁଝୁଛି। ଦଳର ପ୍ରମୁଖ ଖେଳାଳି ଯଶପ୍ରୀତ ବୁମରା, ମହମ୍ମଦ ଶାମି ଓ ରବୀନ୍ଦ୍ର ଜାଡେଜା ସିରିଜ୍‌ ପୂର୍ବରୁ ବାଦ୍‌ ପଡିଥିବା ବେଳେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ହାତରେ ଆଘାତ କାରଣରୁ ସେ ମଧ୍ୟ ବାଦ୍‌ ପଡିଛନ୍ତି। ଏହି ପିଚ୍‌ରେ ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ଭାରତକୁ ସବୁଠାରୁ ଅଧିକ ପ୍ରଭାବିତ କରିବ। ଜାଡେଜା-ଅଶ୍ୱିନ ଦେଶର ଏକ ନମ୍ବର ସ୍ପିନର ହୋଇଥିବା ବେଳେ ଏଭଳି ଗ୍ରାଉଣ୍ଡ ପାଇଁ ଉଭୟଙ୍କୁ ପ୍ରାଥମିକତା ମିଳିଥାଏ। ତେବେ ଦ୍ୱିତୀୟ ପସନ୍ଦର ସ୍ପିନର ଭାବରେ ଅକ୍ଷର ପଟେଲ ମଧ୍ୟ ସମ ପରିମାଣରେ ଘାତକ। ଭାରତର ଚୂଡାନ୍ତ ଏକାଦଶ ଚୟନ ମୁଖ୍ୟତଃ ଅଧିନାୟକ ଲୋକେଶ ରାହୁଲ ଓ ରାହୁଲ ଡ୍ରାଭିଡଙ୍କ ଉପରେ ନିର୍ଭର କରିବ। ତୃତୀୟ ସ୍ପିନର ଭାବରେ ଦଳ କୁଲଦୀପ ଯାଦବଙ୍କୁ ଖେଳାଇପାରେ ଅଥବା ସୌରଭ କୁମାର ଭାରତୀୟ ଜର୍ସିରେ ପଦାର୍ପଣ କରିପାରନ୍ତି। ସୌରଭ ବାଂଲାଦେଶ ଏ’ ବିପକ୍ଷ ୨ ମ୍ୟାଚ ଟେଷ୍ଟ ସିରିଜରେ ୧୫ ଉଇକେଟ ନେଇଥିଲେ।
ପୂର୍ବରୁ ରାହୁଲ ଭାରତୀୟ ଦଳର ନେତୃତ୍ୱ ନେଇଥିବା ବେଳେ ବର୍ତ୍ତମାନ ପରିସ୍ଥିତି ଭିନ୍ନ। ଭବିଷ୍ୟତରେ ରାହୁଲଙ୍କୁ ଅଧିନାୟକତ୍ୱ ମିଳିବ କି ନାହିଁ ତାହା ଏହି ସିରିଜ ଉପରେ ନିର୍ଭର କରିବ। ଶୁବମନ ଗିଲଙ୍କ ସହିତ ଚେତେଶ୍ୱର ପୂଜାରା କିମ୍ବା ନିଜେ ରାହୁଲ ଇନିଂସ ଓପନ କରିବେ। ବିରାଟ କୋହଲି, ଶ୍ରେୟାସ ଆୟର ଓ ରିଷଭ ପନ୍ତଙ୍କ ଉପରେ ଦଳର ମଧ୍ୟକ୍ରମ ବ୍ୟାଟିଂ ଭାର ରହିବ। ସେହିପରି ବୋଲିଂ ବିଭାଗରେ ଉମେଶ ଯାଦବ ଓ ମହମ୍ମଦ ସିରାଜଙ୍କ ଉପରେ ପେସ ବୋଲିଂର ଭାର ରହିବ। ଆର. ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ଉପରେ ସ୍ପିନ ବୋଲିଂ ସହ ନିମ୍ନ ମଧ୍ୟକ୍ରମ ବ୍ୟାଟିଂ ନିର୍ଭରଶୀଳ ରହିବ। ୨୨ ବର୍ଷ ମଧ୍ୟରେ ବାଂଲାଦେଶ ଦଳ ଭାରତ ବିପକ୍ଷରେ ଥରେ ହେଲେ ମଧ୍ୟ ଜିତି ନାହିଁ। ଚଳିତ ବର୍ଷ ଟାସ୍କିନ ଅହମଦ, ଏବାଦତ ହୋସେନ୍‌, ଶୋରିଫୁଲ ଇସଲାମ ଓ ସ୍ପିନର ସାକିବ୍‌ ଅଲ ହସନଙ୍କ ଉପରେ ଦଳର ପ୍ରଦର୍ଶନ ନିର୍ଭର କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri