Categories: ଜାତୀୟ

ଭାରତକୁ ମିଳିଲା ଚତୁର୍ଥ ଟିକା

ନୂଆଦିଲ୍ଲୀ,୩୦।୭: ଦେଶବାସୀଙ୍କ ପାଇଁ ଖୁସି ଖବର। ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଡର୍ନା ଟିକାକୁ ମଙ୍ଗଳବାର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାକୁ ମିଶାଇ ଭାରତରେ ୪ ଟିକାକୁ ଆପତକାଳୀନ ମଞ୍ଜୁରୀ ମିଳିଛି । ଏଥିରେ କୋଭାକ୍ସିନ, କୋଭିସିଲ୍ଡ, ସ୍ପୁଟନିକ-ଭି ସହ ମଡର୍ନା ସାମିଲ ହୋଇଛି। ନୀତି ଆୟୋଗ ଅଧ୍ୟକ୍ଷ ବି.କେ ପଲ ଏହି ସୂଚନା ଦେଇଛନ୍ତି।

ଏହି ୪ ଟିକା ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଅଧ୍ୟକ୍ଷ ବି.କେ ପଲ କହିଛନ୍ତି। ମୁମ୍ବାଇ ସ୍ଥିତ ସିପ୍ଲା ଫାର୍ମା କମ୍ପାନୀ ଏହି ମଡର୍ନା ଟିକାର ଆମଦାନୀ ଓ ମାକେଟିଂ କରିବ। ଜୁନ ପହିଲାରେ ଡିସିଜିଆଇ ଏହି ବିଦେଶୀ ଟିକା ପାଇଁ ମଞ୍ଜୁରୀ ନିୟମରେ କୋହଳ କରିଥିଲା। ଏପରିକି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଞ୍ଜୁରୀ ମିଳିଥିବା ଟିକା କମ୍ପାନୀକୁ ଭାରତରେ ପରୀକ୍ଷଣ କରିବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଥିଲା।

Share