Posted inଜାତୀୟ

ଏଣିକି ମୁସ୍‌ଲିମ୍‌ ବିଧାୟକଙ୍କୁ ମିଳିବ ନାହିଁ ‘Namaz Break’…୯୦ ବର୍ଷର ପରମ୍ପରାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ  

ଦିସ୍‌ପୁର,୨୨।୨: ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି। ବିଧାନସଭାରେ ଦଶନ୍ଧି ଧରି ଚାଲିଆସୁଥିବା ‘Namaz Break’ ଅର୍ଥାତ ‘ନମାଜ୍‌ ପାଇଁ ବିରତି’ ପରମ୍ପରାକୁ ସରକାର ସମାପ୍ତ କରିଛନ୍ତି। ଯଦିଓ ଏହି ନିଷ୍ପତ୍ତି ଗତ ବର୍ଷ ଅଗଷ୍ଟ ମାସରେ ନିଆଯାଇଥିଲା, ହେଲେ ବଜେଟ ଅଧିବେଶନ ସମୟରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ତେବେ ଆସାମ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବ୍ୟାପକ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି।
ସରକାରଙ୍କ ନିଷ୍ପତ୍ତି ନେଇ ଏଆଇୟୁଡିଏଫ୍‌ ବିଧାୟକ ରଫିକୁଲ ଇସଲାମ୍‌ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ‘ସଂଖ୍ୟା ଆଧାରରେ ଏହି ନିଷ୍ପତ୍ତି ଲାଗୁ କରାଯାଇଛି। ବିଧାନସଭାରେ ପ୍ରାୟ ୩୦ ଜଣ ମୁସଲିମ ବିଧାୟକ ଅଛନ୍ତି। ଆମେ ଏହି ପଦକ୍ଷେପ ବିରୋଧରେ ଆମର ମତ ପ୍ରକାଶ କରିଥିଲୁ, କିନ୍ତୁ ସେମାନଙ୍କ (ଭାଜପା) ପାଖରେ ସଂଖ୍ୟା ଅଛି ଏବଂ ସେହି ଆଧାରରେ ସେମାନେ ଏହାକୁ ଲାଗୁ କରୁଛନ୍ତି।’
କହିରଖୁଛୁ, ବାଚସ୍ପତି ବିଶ୍ୱଜିତ ଦୈମାରୀ ସମ୍ବିଧାନକୁ ଦୃଷ୍ଟିରେ ରଖି ପ୍ରସ୍ତାବ ଦେଇଥିଲେ ଯେ, ଆସାମ ବିଧାନସଭା ଅନ୍ୟ ଦିନ ପରି ଶୁକ୍ରବାର ମଧ୍ୟ ଏହାର କାର୍ଯ୍ୟ ପରିଚାଳନା କରିବା ଉଚିତ। ଏହି ନିୟମ କମିଟି ସମ୍ମୁଖରେ ରଖାଯାଇଥିଲା,ଯାହାକୁ କମିଟି ସର୍ବସମ୍ମତିକ୍ରମେ ଗୃହିତ କରିଛି।
ନିୟମ କ’ଣ ଥିଲା?
ଆସାମ ବିଧାନସଭାରେ ଲାଗୁ ଏହି ପରମ୍ପରା ଅନୁଯାୟୀ, ମୁସଲିମ ବିଧାୟକମାନଙ୍କୁ ଶୁକ୍ରବାର ନମାଜ ପାଠ କରିବା ପାଇଁ ଦୁଇ ଘଣ୍ଟାର ବିରତି ଦିଆଯାଉଥିଲା। ଏହାର ଅର୍ଥ ହେଉଛି ଏହି ସମୟ ମଧ୍ୟରେ ଗୃହର କୌଣସି କାର୍ଯ୍ୟ ହେଉ ନ ଥିଲା। ଏବେ ଏହାକୁ ବନ୍ଦ କରିଦିଆଯିବା ପରେ ବିରୋଧୀ ଦଳ ଗୃହର ଏହି ନିଷ୍ପତ୍ତିର ତୀବ୍ର ବିରୋଧ କରିଛନ୍ତି ଏବଂ ଏହାକୁ ସଂଖ୍ୟାଗରିଷ୍ଠଙ୍କ ସ୍ବେଚ୍ଛାଚାରିତା ବୋଲି କହୁଛନ୍ତି।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କ’ଣ କହିଛନ୍ତି?
ବିଧାନସଭାର ନିଷ୍ପତ୍ତି ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ନିଷ୍ପତ୍ତିକୁ ସ୍ବାଗତ କରି କହିଛନ୍ତି ଯେ, ଏହି ପରମ୍ପରା ୧୯୩୭ ମସିହାରେ ମୁସଲିମ ଲିଗ୍‌ର ସୟଦ ସାଦୁଲ୍ଲାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏବଂ ଏହି ବ୍ୟବସ୍ଥାକୁ ବନ୍ଦ କରିବାର ନିଷ୍ପତ୍ତି “ଉତ୍ପାଦନକୁ ପ୍ରାଥମିକତା ଦିଏ”।
ଏହାର ଜବାବରେ ବାଚସ୍ପତି ବିଶ୍ୱଜିତ ଦୈମାରୀ କହିଛନ୍ତି ଯେ ସମ୍ବିଧାନର ଧର୍ମନିରପେକ୍ଷ ନୀତି ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟ ଦିନ ପରି, ଶୁକ୍ରବାର ମଧ୍ୟ ଗୃହ ନମାଜ୍‌ ବିରତି ବିନା କାର୍ଯ୍ୟ କରିବ।

Enter your email to get our daily news in your inbox.

All Right Reserved By Dharitri.Com

‘୧୫୨-୧୧୦ ଆସନରେ ଜିତିବ ଭାଜପା, ବହୁମତ ସହ ଆମେ ଗଢିବୁ ସରକାର’, ଫଳାଫଳ ପୂର୍ବରୁ ବଡ଼ ଦାବି କଲେ ଶାହା

ନୂଆଦିଲ୍ଲୀ,୩।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପରିବେଶ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟରେ ରେକର୍ଡ ଭୋଟରଙ୍କ ହାର ନିର୍ବାଚନୀ ପ୍ରତିଯୋଗିତାକୁ ଆହୁରି…

ହାର ମାନିଲା ଇରାନ, ଏବେ ଶେଷ ହେବ ଯୁଦ୍ଧ? ୧୪ ସୂତ୍ରୀ ଯୋଜନାରେ ଏମିତି କ’ଣ ଅଛି ଯାହାକୁ ଦେଖି ଖୁସି ହୋଇଗଲେ ଟ୍ରମ୍ପ? ଜାଣନ୍ତୁ…

ତେହରାନ,୩।୫: ଫେବୃଆରୀ 2026 ରେ ଆରମ୍ଭ ହୋଇଥିବା ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ସମଗ୍ର ପଶ୍ଚିମ ଏସିଆ ଅଞ୍ଚଳକୁ ଥରାଇ ଦେଇଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣର ଜବାବରେ, ଇରାନ…

ଚାଷୀଙ୍କୁ ଧାନ ଟଙ୍କା ନ ଦେବାରୁ ଗାଡ଼ି ଅଟକାଇଲେ ଚାଷୀ

ଆନନ୍ଦପୁର,୩ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ବଳଦୁଆଁ ଗ୍ରାମର ଚାଷୀଙ୍କଠାରୁ ଧାନ ନେଇ ପଳାଇଯାଇଥିଲା। ୩ ମାସ ପରେ ଗାଡ଼ିକୁ ପାଇ ଅଟକାଇଛନ୍ତ ଚାଷୀ।…

ମହିଳାଙ୍କୁ ହତ୍ୟା କରି କପା କିଆରିରେ ମୃତଦେହ ପୋତିବାକୁ ଉଦ୍ୟମ, ଘଟଣାସ୍ଥଳରେ ପୋଲିସ ପହଞ୍ଚି…

ବଲାଙ୍ଗୀର,୩ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଚିତ୍ରାମୁଣ୍ଡା ଗାଁର ଏକ କପା କିଆରିରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଛି ଜଣେ ବିବାହିତା ୩…

ମମତାଙ୍କ ଉପରେ ଶନି-ମଙ୍ଗଳ ଭାରୀ; କେତୁ ନେବେ ନିର୍ଣ୍ଣାୟକ ଭୂମିକା! ଜିତିବେ ନା ହାରିବେ ଦିଦି? ଜାଣନ୍ତୁ କ’ଣ କହୁଛି ଭବିଷ୍ୟବାଣୀ

କୋଲକାତା,୩।୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର, ୪ ମଇରେ ଘୋଷଣା ହେବାକୁ ଯାଉଛି। ଏଥର ନିର୍ବାଚନ ଫଳାଫଳ ମମତା ବାନାର୍ଜୀ ଏବଂ ତାଙ୍କ ଦଳ,…

ଅଭିଷେକ ବାନାର୍ଜୀଙ୍କ ଖୋଲା ଚ୍ୟାଲେଞ୍ଜ: ୧୦ ଜନ୍ମ ନେଲେ ବି ଜିତି ପାରିବନାହିଁ ଭାଜପା, ଜାଣନ୍ତୁ କାହିଁକି ଏମିତି କହିଲେ

କୋଲକାତା,୩ା୫: ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ମତଦାନ ଶେଷ ହେବା ପରେ ଏକଜିଟ ପୋଲ ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ସମସ୍ତେ ଏବେ ମେ’…

ବରଗଡ଼ ଜିଲା ମାଟ୍ରିକ୍‌ ଫଳ: କମିଛି ପାସ୍‌ ହାର, ବଢ଼ିଛି A-1 ଗ୍ରେଡ୍‌

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ଗତବର୍ଷ ଏବଂ ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳକୁ ତୁଳନା କଲେ ସମାନ ଦିନରେ ପରୀକ୍ଷାଫଳ ପ୍ରକାଶ ପାଇଛି। କିନ୍ତୁ ଏଥର ପରୀକ୍ଷାଫଳ ଗତବର୍ଷ ପରୀକ୍ଷା ଫଳ…

ଦିଲ୍ଲୀର ବିବେକ ବିହାରରେ ୪ ମହଲା କୋଠାରେ ଅଗ୍ନିକାଣ୍ଡ, ୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୩।୫: ଶନିବାର ରାତିରେ ଦିଲ୍ଲୀର ଶାହଦରାର ବିବେକ ବିହାର ଅଞ୍ଚଳରେ ଏକ ଚାରି ମହଲା ବିଶିଷ୍ଟ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଯୋଗୁ ପୋଡ଼ିଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri