Odisha Elections 2024
Posted inଜାତୀୟ

ଗିରଫ ହେବା ଭୟ…ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୧।୩: ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ବାରମ୍ବାର ସମନ କରାଯାଉଛି। ତେବେ ଏହି ମାମଲାରେ ଗିରଫ ଭୟରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କୋର୍ଟରୁ ଦାବି କରିଛନ୍ତି। ଅର୍ଥାତ ଇଡି ତାଙ୍କୁ ଗିରଫ ନ କରିବାକୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି। ଅନୁସନ୍ଧାନ ଏବଂ ପଚରାଉଚରାରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଇଡି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ  ନ କରୁ ବୋଲି  କେଜ୍‌ରିଓ୍ବାଲଙ୍କ ଆବେଦନରେ କୁହାଯାଇଛି। ତେବେ ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ବିଚାରପତି ସୁରେଶ କେଟଙ୍କ କୋର୍ଟରେ ଏ ସମ୍ପର୍କରେ ଶୁଣାଣି ହେବ।
କହିରଖୁଛୁ, ଇଡି ଏପର୍ଯ୍ୟନ୍ତ ମନି ଲଣ୍ଡରିଂ ମାମଲାରେ ଅରବିନ୍ଦ କେଜ୍‌ରିୱାଲଙ୍କ ନିକଟକୁ ୯ ଥର ସମନ ପଠାଇସାରିଲାଣି। ମାର୍ଚ୍ଚ ୨୧ ରେ ତାଙ୍କୁ ୯ମ ସମନ ପଠଯାଇଛି। ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ହାଇକୋର୍ଟରେ ଇଡିର ସମନକୁ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ବୁଧବାର ଅରବିନ୍ଦ କେଜ୍‌ରିୱାଲ କୋର୍ଟରୁ ତୁରନ୍ତ ଆସ୍ବସ୍ତି ମିଳିନାହିଁ। ଦିଲ୍ଲୀ ହାଇକୋର୍ଟ ଇଡିରୁ ଜବାବ ମାଗି ଏହାର ଉତ୍ତର ୨ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାମଲାର ପରବର୍ତ୍ତୀ ମାମଲାର ଶୁଣାଣି ଏପ୍ରିଲ ୨୨ ରେ ହେବ।
ମାମଲାରେ ପଚରାଉଚରା ପାଇଁ ଇଡି କେଜ୍‌ରିୱାଲଙ୍କୁ ଡାକିଛନ୍ତି। କିନ୍ତୁ ଗୁରୁବାର ମଧ୍ୟ ସେ ଅନୁସନ୍ଧାନକାରୀ ଏଜେନ୍ସି ନିକଟରେ ହାଜର ହେବେ ନାହିଁ। ଇଡିଙ୍କ ସମନ ଉପରେ ସିଂହଭି ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟରେ କହିଛନ୍ତି ଯେ କେଜ୍ରିୱାଲଙ୍କ ଇଡିରେ ହାଜର ହେବାରେ କୌଣସି ଅସୁବିଧା ନାହିଁ କିନ୍ତୁ ଗିରଫଦାରୀ ହେବ ନାହିଁ ବୋଲି ସେ ନିଶ୍ଚିତ କରିବା ଉଚିତ। ଶୁଣାଣି ସମୟରେ କେଜ୍‌ରିୱାଲ ଆସନ୍ତାକାଲି ଇଡିରେ ହାଜର ହେବେ କି ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏହା ଉପରେ କେଜ୍‌ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂହଭି ନା କହିଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ବଡ ଦୁର୍ଘଟଣା, ଶ୍ରଦ୍ଧାଳୁଙ୍କ ବସ୍‌ରେ ନିଆଁ, ଜୀବନ୍ତ ଜଳିଗଲେ ୮ ଯାତ୍ରୀ

ଚଣ୍ଡିଗଡ଼,୧୮।୫: ଶୁକ୍ରବାର ବିଳମ୍ବିତ ରାତିରେ ହରିୟାଣାର ନୁହ ନିକଟ କେଏମପି ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭକ୍ତମାନଙ୍କ ଦ୍ୱାରା ଭର୍ତ୍ତି ଏକ ବସରେ କୌଣସି...

ସାମ୍ବିଧାନିକ ପୀଠଙ୍କ ରାୟ ଅନ୍ୟ ଖଣ୍ଡପୀଠ ପାଇଁ ମାନ୍ୟ

ନୂଆଦିଲ୍ଲୀ,୧୮ା୫ (ପି.ଟି.): ସାମ୍ବିଧାନିକ ପୀଠଙ୍କ ରାୟକୁ କମ୍‌ କ୍ଷମତା ବିଶିଷ୍ଟ ଖଣ୍ଡପୀଠଗୁଡ଼ିକ ଅନୁସରଣ କରିବା ଅନିବାର୍ଯ୍ୟ ବୋଲି ସୁପ୍ରିମକୋର୍ଟ ଏହାର ୨୦୨୨ ଏପ୍ରିଲର ଏକ ରାୟକୁ ମନେପକାଇଦେଇ...

ବିଭବଙ୍କୁ ଖୋଜୁଛି ୮ ପୋଲିସ ଟିମ୍‌

ନୂଆଦିଲ୍ଲୀ,୧୮ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସହଯୋଗୀ ବିଭବ କୁମାରଙ୍କ ବିରୋଧରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟ ସଭା ସଦସ୍ୟା ସ୍ବାତୀ ମାଲିଓ୍ବାଲ ଆଣିଥିବା ସଙ୍ଗିନ...

ଭାଜପା ସମର୍ଥନରେ ଆସିଲା ଆଉ ଏକ ଦଳ, କଲା ଘୋଷଣା

ନୂଆନିଲ୍ଲୀ,୧୮।୫: ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ଚାରୋଟି ପର୍ଯ୍ୟାୟ ମତଦାନ ସରିଯାଇଛି। ରାଜ୍ୟର ୩୯ ଟି ଲୋକ ସଭା ଆସନରେ ଭୋଟ ଶେଷ ହେବା...

ମା’ କହିଥିବା ପ୍ରତିଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବି; ଭାବବିହ୍ବଳ ହୋଇ ଏଭଳି କହିଲେ ରାହୁଲ…

ରାଏବରେଲି,୧୭।୫: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଶୁକ୍ରବାର ରାଏବରେଲିରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପୁଅ ରାହୁଲଙ୍କୁ ଆପଣମାନଙ୍କୁ ଦେଉଛି, ତାଙ୍କ କଥା ବୁଝିବେ...

ଫୁଲମାଳ ପକେଇବା ବାହାନାରେ କହ୍ନେୟା କୁମାରଙ୍କୁ ମାଡ଼, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୭।୫: କଂଗ୍ରେସର ଲୋକ ସଭା ପ୍ରାର୍ଥୀ କହ୍ନେୟା କୁମାରଙ୍କ ଉପରେ ହୋଇଛି ଆକ୍ରମଣ। ଉତ୍ତର ପୂର୍ବ ଦିଲ୍ଲୀରେ କହ୍ନେୟା ପ୍ରଚାର କରୁଥିବା ବେଳେ କିଛି ଯୁବକ...

ନିର୍ବାଚିତ ହେଲେ ଅମେଠି, ରାଏବରେଲିକୁ ସମାନ ଭାବେ ଦେଖିବି: ରାହୁଲ

ଅମେଠି,୧୭ା୫: ରାଏବରେଲିରୁ ନିର୍ବାଚିତ ହେଲେ ଉଭୟ ଅମେଠି ଓ ରାଏବରେଲିର ବିକାଶ ପାଇଁ ସମାନ ଧ୍ୟାନ ଦେବେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି।...

ଭାଜପାର ଏଜେଣ୍ଟ କହିବାରୁ ସ୍ବାତୀ ମାଲିଓ୍ବାଲଙ୍କ କାଉଣ୍ଟର, କେଜରିଓ୍ବାଲଙ୍କୁ କହିଲେ ଗୁଣ୍ଡା

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ଅଡ଼ୁଆ ବଢିବାରେ ଳାଗିଛି। କାରଣ ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ବିବାଦ ଏବେ ଉଗ୍ର ରୂପରେ ମୁଣ୍ଡ ଟେକିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri