Posted inଖେଳ

୧୭ ବର୍ଷ ପରେ ଏକାଠି ଖେଳିବେ ଭାରତ ଏବଂ ପାକିସ୍ତାନ ଖେଳାଳି! ବିରାଟ-ବାବର ଯୋଡି କରିବେ ଧମାଲ୍‌

ନୂଆଦିୀ,୬।୧୧: କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଆଫ୍ରୋ-ଏସିଆ କପ ପୁଣି ଆରମ୍ଭ ହେବାକୁ ଯାଉଛି। ଆଫ୍ରିକୀୟ କ୍ରିକେଟ ଆସୋସିଏସନ (ଏସିଏ) ବାର୍ଷିକ ବୈଠକରେ ୬ ଜଣିଆ ମଧ୍ୟବର୍ତ୍ତୀକାଳୀନ କମିଟି ଗଠନ କରାଯାଇଥିଲା, ଯାହା ଏସୀୟ ଏବଂ ଆଫ୍ରିକୀୟ କ୍ରିକେଟରଙ୍କୁ ଅଧିକ ସୁଯୋଗ ପ୍ରଦାନ ଦିଗରେ ପଦକ୍ଷେପ ନେବ। ଏହି କମିଟି ଅନ୍ୟ ଦେଶର କ୍ରିକେଟ ଆସୋସିଏସନ ସହିତ ଯୋଗାଯୋଗ କରି ବିଭିନ୍ନ ମହାଦେଶ ମଧ୍ୟରେ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଦାବି କରିବ। ଆଫ୍ରୋ-ଏସିଆ କପ ମଧ୍ୟ ସେଥି ମଧ୍ୟରୁ ଗୋଟିଏ ହୋଇପାରେ।

ଆଫ୍ରୋ-ଏସିଆ କପରେ ଏସିଆ ଏକାଦଶ ଏବଂ ଆଫ୍ରିକା ଏକାଦଶ ଦଳ ମୁହାଁମୁହିଁ ହୋଇଥାନ୍ତି। ଏହି ଟୁର୍ନାମେଣ୍ଟ ପ୍ରଥମେ ୨୦୦୫ରେ ଖେଳାଯାଇଥିଲା, ଯାହା ଦକ୍ଷିଣ ଆଫ୍ରିକା ଦ୍ୱାରା ଆୟୋଜିତ ହୋଇଥିଲାବେଳେ ୨୦୦୭ରେ ଏହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ଏହାର ତୃତୀୟ ସଂସ୍କରଣ ୨୦୦୯ରେ କେନିଆରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଆଫ୍ରୋ-ଏସିଆ କପ ସେହି ବର୍ଷ ଖେଳାଯାଇ ପାରିଲା ନାହ। ଏହି ଟୁର୍ନାମେଣ୍ଟ ମଧ୍ୟ ସ୍ବତନ୍ତ୍ର ହୋଇପାରେ କାରଣ ଏଥିରେ ଭାରତୀୟ ଏବଂ ପାକିସ୍ତାନୀ ଖେଳାଳିମାନେ ଏକାଠି ଖେଳୁଥିବା ଦେଖିବାକୁ ମିଳିବ, ଯେଉଁମାନଙ୍କ ମଧ୍ୟରେ ଗତ ଦେଢ ଦଶନ୍ଧି ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଇ ନାହିଁ।
ଏସିଏର ମଧ୍ୟବର୍ତ୍ତୀକାଳୀନ ଚେୟାରମ୍ୟାନ ଟାଭେଙ୍ଗା ମୁକୁଲାନି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କ୍ରିକେଟ କ୍ଷେତ୍ରରେ ଅଧିକ ସୁଯୋଗ ଦେବା ବ୍ୟତୀତ ଆଫ୍ରୋ-ଏସିଆ କପ ଉଭୟ ପକ୍ଷ ପାଇଁ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବ। ଆମେ ଏସିଆ କ୍ରିକେଟ ପରିଷଦର ଅଧିକାରୀଙ୍କ ସହ କଥା ହୋଇଛୁ ଏବଂ ଆଫ୍ରିକୀୟ କ୍ରିକେଟ ଆସୋସିଏସନ ସହିତ ମଧ୍ୟ ଯୋଗାଯୋଗ କରିଛୁ। ସେମାନେ ସମସ୍ତେ ଆଫ୍ରୋ-ଏସିଆ କପ ପୁନଃଆରମ୍ଭ କରିବାକୁ ସପକ୍ଷରେ ଅଛନ୍ତି।

୨୦୦୫ରେ ଅନୁଷ୍ଠିତ ତିନି ମ୍ୟାଚ ସିରିଜ ୧-୧ ଡ୍ରରେ ଶେଷ ହୋଇଥିଲା। ସେତେବେଳେ ବୀରେନ୍ଦ୍ର ସେହଓ୍ବାଗ୍‌, ସହିଦ ଆଫ୍ରିଦି ଏବଂ ସନଥ ଜୟସୁରିଆ ଏକାଠି ଖେଳୁଥିବା ଦେଖିବାକୁ ମିଳିଥିଲା। ୨୦୦୭ରେ, ଏସିଆ ଏକାଦଶ ଆଫ୍ରିକା ଏକାଦଶକୁ ୩-୦ରେ ପରାସ୍ତ କରିଥିଲା। ଏଥର ଶୋଏବ ଅଖତର, ଏମଏସ ଧୋନୀ, ଜହିର ଖାନ ଏବଂ ମହମ୍ମଦ ଆସିଫଙ୍କ ପରି କିମ୍ବଦନ୍ତୀ ଏହି ଏହି ଟୁର୍ନାମେଣ୍ଟ ଖୋଳିଥିଲେ। ଏଥର ଏହି ଟୁର୍ନାମେଣ୍ଟ ବିରାଟ କୋହଲି ଏବଂ ପାକିସ୍ତାନର ବାବର ଆଜମଙ୍କ ଜଲଓ୍ବା ଦେଖିବାକୁ ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri