ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା ବେଳେ ଆରମ୍ଭ ହେବ ମୁକାବିଲା । ଶ୍ରେୟସ ଆୟରଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ । ତେବେ ପ୍ରଥମ ଟି-୨୦ରେ ଭାରତର ପ୍ଲେଇଂ ଇଲେଭେନ୍ କିଭଳି ରହିବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଦଳରେ ଅନେକ ଯୁବ ଓ ଅଭିଜ୍ଞ ଖେଳାଳି ଥିବାରୁ ଅନ୍ତିମ ଏକାଦଶ ବାଛିବା ଅଧିନାୟକ ଓ ଟିମ୍ ମ୍ୟାନେଜମେଣ୍ଟ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ ।
ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ ଟି-୨୦ରେ ଓପନିଂ କରିବାର ସୁଯୋଗ ମିଳିପାରେ । ଯୁବ ବ୍ୟାଟରଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦଳକୁ ପାୱାରପ୍ଲେରେ ଦ୍ରୁତ ରନ୍ ଦେଇପାରେ । ତାଙ୍କ ସହ ସଞ୍ଜୁ ସାମସନ ଓପନିଂ କରିବାର ସମ୍ଭାବନା ରହିଛି । କିନ୍ତୁ ସଞ୍ଜୁ ସାମସନଙ୍କୁ ଯଦି ସୁଯୋଗ ମିଳେ ତେବେ ବୈଭବଙ୍କୁ ବାହାରେ ବସିବାକୁ ପଡିପାରେ । ସଞ୍ଜୁ ସାମସନଙ୍କ ଅଭିଜ୍ଞତା ଭାରତର ଟପ୍ ଅର୍ଡର ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । ତାଙ୍କୁ ଓପନର ଭାବେ ଖେଳାଇବା ସହ ୱିକେଟ କିପିଂ ଦାୟିତ୍ୱ ମଧ୍ୟ ଦିଆଯାଇପାରେ । ଅଭିଷେକ ଶର୍ମାଙ୍କୁ ମଧ୍ୟ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା ରହିଛି ।
ଶ୍ରେୟସ ଆୟର ଦଳର ନେତୃତ୍ୱ ନେବା ସହ ମିଡିଲ୍ ଅର୍ଡରରେ ବ୍ୟାଟିଂ କରିପାରନ୍ତି । ତିଲକ ବର୍ମା ମଧ୍ୟ ମିଡିଲ୍ ଅର୍ଡରରେ ଦଳକୁ ମଜବୁତ କରିବେ । ଏହି ଦୁଇ ଖେଳାଳିଙ୍କ ଉପରେ ମିଡିଲ୍ ଓଭରରେ ରନ୍ ସଂଗ୍ରହ କରିବାର ଦାୟିତ୍ୱ ରହିପାରେ । ଶିବମ ଦୁବେଙ୍କୁ ଅଲରାଉଣ୍ଡର ଭୂମିକାରେ ସୁଯୋଗ ମିଳିପାରେ । ତାଙ୍କ ବଡ଼ ଶଟ୍ ଖେଳିବାର କ୍ଷମତା ଡେଥ୍ ଓଭରରେ ଭାରତ ପାଇଁ ଉପଯୋଗୀ ହୋଇପାରେ । ଅକ୍ଷର ପଟେଲ ମଧ୍ୟ ବ୍ୟାଟିଂ ଓ ବୋଲିଂ ଦୁଇ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ରହିବେ।
ସ୍ପିନ୍ ବିଭାଗରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଖେଳାଯାଇପାରେ । ଆଫଗାନିସ୍ତାନର ମିଡିଲ୍ ଅର୍ଡର ବିପକ୍ଷରେ ତାଙ୍କ ଭାରିଏସନ୍ ଭାରତକୁ ଫାଇଦା ଦେବ । ପେସ୍ ବିଭାଗରେ ଅର୍ଶଦୀପ ସିଂହଙ୍କ ସହ ହର୍ଷିତ ରାଣାଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି ।
ସମ୍ଭାବ୍ୟ Playing XI: ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ, ଅଭିଷେକ ଶର୍ମା, ଶ୍ରେୟସ ଆୟର (କ୍ୟାପ୍ଟେନ୍), ତିଲକ ବର୍ମା, ଇଶାନ କିଶନ, ଶିବମ ଦୁବେ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ ଏବଂ ଜସପ୍ରୀତ ବୁମରାହ