Categories: Home Leftଖେଳ

ବଦଳିଲା ଇଣ୍ଡିଆ-ଏ ମ୍ୟାଚ ସମୟ! କେବେ, କେଉଁଠି ଦେଖିବେ ଲାଇଭ ମୁକାବିଲା, ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ଇଣ୍ଡିଆ-ଏ ଦଳ ନିଜର ତୃତୀୟ ତଥା ଶେଷ ଲିଗ ମ୍ୟାଚରେ ୟୁନାଇଟେଡ ଆରବ ଏମିରେଟ୍ସ (UAE)କୁ ଭେଟିବ। ତିଳକ ବର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲ ଟିକେଟ ନିଶ୍ଚିତ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ, UAE ଦଳ ଟୁର୍ନାମେଣ୍ଟରେ ପ୍ରଥମ ବିଜୟ ହାସଲ କରିବାକୁ ଚେଷ୍ଟା କରିବ।

ଏହି ମ୍ୟାଚରେ ୧୫ ବର୍ଷୀୟ ବିସ୍ଫୋରକ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଷେକ ଶର୍ମାଙ୍କ ବ୍ୟାଟରୁ ମଧ୍ୟ ଦମ୍ଦାର ପ୍ରଦର୍ଶନ ଦେଖିବାକୁ ମିଳିପାରେ। ତେବେ ଆସନ୍ତୁ ଜାଣିବା, ଇଣ୍ଡିଆ-ଏ ବନାମ UAE ମ୍ୟାଚ କେବେ, କେଉଁଠି ଏବଂ କିପରି ଲାଇଭ ଦେଖିପାରିବେ।

ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ଇଣ୍ଡିଆ-ଏ ଓ UAE ମଧ୍ୟରେ ମ୍ୟାଚ ମଙ୍ଗଳବାର, ୨୪ ନଭେମ୍ବରରେ ଖେଳାଯିବ। ଦୋହାର ଦୋହା ୟୁନିଭର୍ସିଟି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଉଭୟ ଦଳ ମୁହାଁମୁହିଁ ହେବେ।

ଭାରତୀୟ ସମୟ ଅନୁଯାୟୀ, ମ୍ୟାଚ ସକାଳ ୧୧ଟା ୩୦ ମିନିଟରୁ ଆରମ୍ଭ ହେବ। ଏହାର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍‌ ସକାଳ ୧୧ଟାରେ ଟସ ପଡ଼ିବ। ଏହା ପୂର୍ବରୁ ଭାରତୀୟ ଦଳର ନେପାଳ ଓ ପାକିସ୍ତାନ ବିପକ୍ଷ ଉଭୟ ମ୍ୟାଚ ଅପରାହ୍ଣ ୩ଟା ୩୦ ମିନିଟ୍‌ରୁ ଆରମ୍ଭ ହୋଇଥିଲା। କିନ୍ତୁ ଏଥର ଇଣ୍ଡିଆ-ଏର ମ୍ୟାଚ ସମୟରେ ପରିବର୍ତ୍ତନ କରାଯାଇଛି।

ଭାରତୀୟ କ୍ରିକେଟ ପ୍ରଶଂସକମାନେ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ର ଇଣ୍ଡିଆ-ଏ ବନାମ UAE ମ୍ୟାଚକୁ ଟିଭିରେ ସୋନି ସ୍ପୋର୍ଟସ ନେଟୱର୍କ (Sony Sports Network)ର ବିଭିନ୍ନ ଚ୍ୟାନେଲରେ ଲାଇଭ ଦେଖିପାରିବେ। ଏଠାରେ ବିଭିନ୍ନ ଭାଷାରେ ଲାଇଭ ମ୍ୟାଚର ମଜା ନେଇପାରିବେ।

Dharitri – Odisha’s No.1 Odia Daily

Share