ନୂଆଦିଲ୍ଲୀ,୨୧।୧୧: ଏବେ ଚାଲିଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ରବିବାର, ୨୨ ନଭେମ୍ବରରେ ଭାରତ-ଏ ଏବଂ ପାକିସ୍ତାନ-ଏ ମଧ୍ୟରେ ହେବ ମହାମୁକାବିଲା। ଗତ ରବିବାର (୧୪ ନଭେମ୍ବର) ଅଣ୍ଡର-୧୯ ଏସିଆ କପର ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ଭାରତୀୟ ଦଳ ୧ ଉଇକେଟ୍ରେ ବିଜୟୀ ହୋଇ ଟାଇଟଲ ହାସଲ କରିଥିଲା। ଏବେ ଗୋଟିଏ ସପ୍ତାହ ପରେ ପୁଣି ଥରେ ଭାରତ ଓ ପାକିସ୍ତାନର ’ଏ’ ଦଳ ମଧ୍ୟରେ ମୁକାବିଲା ହେବ।
ତେବେ ’ଏ’ ଦଳ ବୋଲି ଭାବି ନିଅନ୍ତୁ ନାହିଁ ଯେ ଏଥିରେ କେବଳ ଘରୋଇ କ୍ରିକେଟର ଖେଳାଳି ରହିବେ। ଭାରତୀୟ ଦଳରେ ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା ଓ ତିଳକ ବର୍ମାଙ୍କ ଭଳି ଷ୍ଟାର୍ ଖେଳାଳି ସାମିଲ ଅଛନ୍ତି।
ଏହି ଟୁର୍ନାମେଣ୍ଟରେ ତିଳକ ବର୍ମା ଇଣ୍ଡିଆ-ଏ ଦଳର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ଭାରତୀୟ ଦଳ ପାଇଁ ଏହା ହେବ ଦ୍ୱିତୀୟ ମ୍ୟାଚ। ଶୁକ୍ରବାର (୨୦ ନଭେମ୍ବର) ଟିମ ଇଣ୍ଡିଆ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ନେପାଳ ବିପକ୍ଷରେ ଖେଳିଥିଲା। ଏଥିରେ ଭାରତ ୩୦୬ ରନର ବଡ଼ ବ୍ୟବଧାନରେ ବିଜୟ ହାସଲ କରିଥିଲା।
ସେହିପରି ପାକିସ୍ତାନ-ଏ ପାଇଁ ମଧ୍ୟ ଏହା ଦ୍ୱିତୀୟ ମ୍ୟାଚ ହେବ। ପାକିସ୍ତାନ ନିଜର ପ୍ରଥମ ମ୍ୟାଚ ୟୁଏଇ ବିପକ୍ଷରେ ଖେଳି ୬୧ ରନରେ ବିଜୟୀ ହୋଇଥିଲା। ତେବେ ଆସନ୍ତୁ ଜାଣିବା ଭାରତ-ଏ ଓ ପାକିସ୍ତାନ-ଏ ମଧ୍ୟରେ ହେବାକୁ ଥିବା ମ୍ୟାଚର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଏବଂ ଏହାକୁ କେଉଁଠି ଲାଇଭ ଦେଖିପାରିବେ।
– ମ୍ୟାଚ: ଭାରତ-ଏ ବନାମ ପାକିସ୍ତାନ-ଏ
– ତାରିଖ: ୨୨ ନଭେମ୍ବର, ରବିବାର
– ସ୍ଥାନ: ୱେଷ୍ଟ ଏଣ୍ଡ ପାର୍କ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମ, ଦୋହା
– ଟସ: ଅପରାହ୍ଣ ୩ଟା
– ମ୍ୟାଚ ଆରମ୍ଭ: ଅପରାହ୍ଣ ୩ଟା ୩୦ ମିନିଟ (ଭାରତୀୟ ସମୟ)
ଭାରତରେ କେଉଁଠି ଦେଖିବେ ଲାଇଭ ମ୍ୟାଚ?
ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚର ସିଧା ପ୍ରସାରଣ ଭାରତରେ ସୋନି ସ୍ପୋର୍ଟସ ନେଟୱର୍କରେ ଦେଖିପାରିବେ। ସେହିପରି ମ୍ୟାଚ୍ର ଲାଇଭ ଷ୍ଟ୍ରିମିଂ ସୋନି ଲିଭ ଆପରେ ଉପଲବ୍ଧ ହେବ। ମୋବାଇଲ, ଲାପଟପ ଓ ସ୍ମାର୍ଟ ଟିଭିରେ ଦର୍ଶକ ଏହି ମ୍ୟାଚ ଦେଖିପାରିବେ।
ଟୁର୍ନାମେଣ୍ଟ ପାଇଁ ଇଣ୍ଡିଆ-ଏ ଦଳ
– ଅଭିଷେକ ଶର୍ମା
– ବୈଭବ ସୂର୍ଯ୍ୟବଂଶୀ
– ତିଳକ ବର୍ମା (ଅଧିନାୟକ)
– ଆୟୁଷ ବଦୋନି
– ରିଙ୍କୁ ସିଂ
– କୁମାର କୁଶାଗ୍ର (ଉଇକେଟ୍କିପର)
– ଶାହବାଜ ଅହମ୍ମଦ
– ସୂର୍ଯ୍ୟାଂଶ ଶେଡଗେ
– ବିପ୍ରଜ ନିଗମ
– ହର୍ଷିତ ରାଣା
– ପ୍ରିନ୍ସ ଯାଦବ
– ତନୁଷ କୋଟିଆନ
– ହର୍ଷ ଦୁବେ
– ପ୍ରଭସିମରନ ସିଂ
– ଅର୍ଶଦ ଖାନ