Categories: Home Middleଖେଳ

ଅନୁଷ୍କା ଶର୍ମାଙ୍କୁ ଦୁଇ ଫର୍ମାଟ୍‌ର ଅଧିନାୟିକା ଦାୟିତ୍ୱ: ଘୋଷଣା ହେଲା ଇଣ୍ଡିଆ ‘ଏ’ର ୩ଟି ଟିମ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୧୨।୧୧: ଭାରତୀୟ ମହିଳା କ୍ରିକେଟରେ ନିଜ ପ୍ରତିଭା ଦେଖାଇବା ପାଇଁ ଯୁବ ଖେଳାଳିଙ୍କୁ ମିଳିବ ଆଉ ଏକ ବଡ଼ ସୁଯୋଗ। ଇଂଲଣ୍ଡ ‘ଏ’ ମହିଳା ଦଳ ଭାରତ ଗସ୍ତରେ ଆସି ତିନୋଟି ଫର୍ମାଟରେ ମ୍ୟାଚ ଖେଳିବ। ଏହି ସିରିଜ ପାଇଁ ମହିଳା ଚୟନ କମିଟି ପକ୍ଷରୁ ଇଣ୍ଡିଆ ‘ଏ’ର ତିନୋଟି ଅଲଗା ଟିମ ଘୋଷଣା କରାଯାଇଛି। ଉଭୟ ଦଳ ମଧ୍ୟରେ ୩ଟି ଟି-୨୦, ୩ଟି ଦିନିକିଆ ଏବଂ ଗୋଟିଏ ମଲ୍ଟି-ଡେ ମ୍ୟାଚ ଖେଳାଯିବ।

ଟି-୨୦ ସିରିଜର ସମସ୍ତ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯିବ। ସେହିପରି ଦିନିକିଆ ସିରିଜ ଏବଂ ମଲ୍ଟି-ଡେ ମ୍ୟାଚ୍ର ଆୟୋଜନ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ହେବ।

ଟି-୨୦ ଏବଂ ଦିନିକିଆ ଉଭୟ ଦଳର ଅଧିନାୟିକା ଭାବେ ଅନୁଷ୍କା ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି। ମିନ୍ନୁ ମଣିଙ୍କୁ ଉପଅଧିନାୟିକା କରାଯାଇଛି। ଟି-୨୦ ଦଳରେ ବୃନ୍ଦା ଦିନେଶ, ତନିଷା ସିଂହ, ସାନିକା ଚାଲ୍କେ, ନିକି ପ୍ରସାଦ, ଜି. କମଳିନୀ, ଶିପ୍ରା ଗିରି, ଅମନଜୋତ କୌର, ଶ୍ରେୟଙ୍କା ପାଟିଲ ଏବଂ କାଶ୍ଭୀ ଗୌତମଙ୍କ ଭଳି ଖେଳାଳି ସ୍ଥାନ ପାଇଛନ୍ତି।

ସେହିପରି ଦିନିକିଆ ଦଳରେ ମଧ୍ୟ ଅନେକ ଖେଳାଳିଙ୍କୁ ବଜାୟ ରଖାଯାଇଛି। ଏହି ଟିମରେ ବୃନ୍ଦା ଦିନେଶ, ତନିଷା ସିଂହ, ପ୍ରିୟା ପୁନିଆ, ନିକି ପ୍ରସାଦ, ଜି. କମଳିନୀ, ଶିପ୍ରା ଗିରି, ମିନ୍ନୁ ମଣି, ତେଜଲ ହସବ୍ନିସ, ଶ୍ରେୟଙ୍କା ପାଟିଲ ଏବଂ ଶବନମ ଶକିଲ ସାମିଲ ଅଛନ୍ତି।

ମଲ୍ଟି-ଡେ ମ୍ୟାଚ ପାଇଁ ଚୟନ ହୋଇଥିବା ଦଳର ନେତୃତ୍ୱ ଭାର ମିନ୍ନୁ ମଣିଙ୍କୁ ଦିଆଯାଇଛି। ତେଜଲ ହସବ୍ନିସ ଉପଅଧିନାୟିକା ରହିବେ। ଏହି ଦଳରେ ଶୁଭା ସତୀଶ, ପ୍ରିୟା ପୁନିଆ, ତନିଷା ସିଂହ, ପୂର୍ବଜା ୱର୍ଲେକର, ହେନ୍ରିଏଟା ପେରେରା, ଶିପ୍ରା ଗିରି, ଉମା ଛେତ୍ରୀ, ଶ୍ରେୟଙ୍କା ପାଟିଲ, ସାଇମା ଠାକୋର ଏବଂ ଶବନମ ଶକିଲଙ୍କୁ ସ୍ଥାନ ମିଳିଛି।

ଟି-୨୦ ସିରିଜ ପାଇଁ ଇଣ୍ଡିଆ ‘ଏ’ ଦଳ:

ବୃନ୍ଦା ଦିନେଶ, ତନିଷା ସିଂହ, ସାନିକା ଚାଲ୍କେ, ଅନୁଷ୍କା ଶର୍ମା (ଅଧିନାୟିକା), ନିକି ପ୍ରସାଦ, ଜି. କମଳିନୀ (ଉଇକେଟ୍‌କିପର), ଶିପ୍ରା ଗିରି(ଉଇକେଟ୍‌କିପର), ମିନ୍ନୁ ମଣି (ଉପଅଧିନାୟିକା), ଅମନଜୋତ କୌର, ଶ୍ରେୟଙ୍କା ପାଟିଲ, ବୈଷ୍ଣବୀ ଶର୍ମା, ପ୍ରେମା ରାୱତ, ସାଇମା ଠାକୋର, ମୋନିକା ପଟେଲ, କାଶ୍ଭୀ ଗୌତମ।

ଦିନିକିଆ ସିରିଜ ପାଇଁ ଇଣ୍ଡିଆ ‘ଏ’ ଦଳ:
ବୃନ୍ଦା ଦିନେଶ, ତନିଷା ସିଂହ, ପ୍ରିୟା ପୁନିଆ, ଅନୁଷ୍କା ଶର୍ମା (ଅଧିନାୟିକା), ନିକି ପ୍ରସାଦ, ଜି. କମଳିନୀ (ଉଇକେଟ୍‌କିପର), ଶିପ୍ରା ଗିରି (ଉଇକେଟ୍‌କିପର), ମିନ୍ନୁ ମଣି (ଉପଅଧିନାୟିକା), ତେଜଲ ହସବ୍ନିସ, ଶ୍ରେୟଙ୍କା ପାଟିଲ, ଅମିଷା ବହୁକଣ୍ଡି, ଶବନମ ଶକିଲ, ସାଇମା ଠାକୋର, ଅକ୍ଷିତା ଭଗତ, କାଶ୍ଭୀ ଗୌତମ।

ମଲ୍ଟି-ଡେ ମ୍ୟାଚ ପାଇଁ ଇଣ୍ଡିଆ ‘ଏ’ ଦଳ:
ଶୁଭା ସତୀଶ, ପ୍ରିୟା ପୁନିଆ, ତନିଷା ସିଂହ, ପୂର୍ବଜା ୱର୍ଲେକର, ହେନ୍ରିଏଟା ପେରେରା, ତେଜଲ ହସବ୍ନିସ (ଉପଅଧିନାୟିକା), ଶିପ୍ରା ଗିରି (ଉଇକେଟ୍‌କିପର), ଉମା ଛେତ୍ରୀ (ଉଇକେଟ୍‌କିପର), ମିନ୍ନୁ ମଣି (ଅଧିନାୟିକା), ଶ୍ରେୟଙ୍କା ପାଟିଲ, ସାଇମା ଠାକୋର, ଅକ୍ଷିତା ଭଗତ, ଅମିଷା ବହୁକଣ୍ଡି, ହାପି କୁମାରୀ, ଶବନମ ଶକିଲ।

Dharitri – Odisha’s No.1 Odia Daily

Share