ଅବ୍ୟକ୍ତ ପରମାନନ୍ଦ

ବିମଳ ପ୍ରସନ୍ନ ଦାସ

ଶ୍ରୀଜଗନ୍ନାଥ ଅବ୍ୟକ୍ତ, ଅନୁପମ ଏବଂ ଅକଳନ ଆନନ୍ଦର ଅଭିବ୍ୟକ୍ତି। ସେ ଅନନ୍ୟ, ଅମୃତମୟ, ଅନିର୍ବଚନୀୟ, ଅନ୍ତର୍ଯ୍ୟାମୀ। ସେ ଅନୁଭବର ଓ ଉପଲବ୍ଧିର, ତେଣୁ ଅବର୍ଣ୍ଣନୀୟ। ସେ ଏକ ବିସ୍ମୟକର ରହସ୍ୟ କିମ୍ବା ସକଳ ରହସ୍ୟର ରହସ୍ୟ, କିନ୍ତୁ ଓଡ଼ିଆ ଜାତିର ସେ ଏକାନ୍ତ ଅନ୍ତରଙ୍ଗୀ ଓ ଆମତ୍ୀୟ। ଠାକୁର କହିଲେ ସେ ଜଗନ୍ନାଥଙ୍କୁ ହିଁ ବୁଝେ। ଶ୍ରୀକ୍ଷେତ୍ର ତା’ର ମହାନ୍‌ ତୀର୍ଥ। ପୁରୁଷୋତ୍ତମ ନିତ୍ୟ ବୈକୁଣ୍ଠ। ଶ୍ମଶାନ ସେଠି ସ୍ବର୍ଗଦ୍ୱାର। ପ୍ରତି ଧୂଳିକଣା ସେହି ପବିତ୍ର, କ୍ଳାନ୍ତ, ଶ୍ରାନ୍ତ, ହତାଶା ଓ ନିରାଶାରେ ଭାଙ୍ଗି ପଡ଼ୁଥିବା ଜୀବନ ସେଠି ଶାନ୍ତି ପାଏ। ତା’ ଅନ୍ତରରେ ସ୍ଖଳିତ ହୁଏ ଶାଶ୍ୱତ ଆଶ୍ୱାସନା। ପ୍ରତ୍ୟେକ ରାତ୍ରିର ସକାଳ ଅଛି। ‘ଦିବ୍ୟ ଜନନୀ ଶ୍ରୀମା ‘ସର୍ବୋତ୍ତମ ଆବିଷ୍କାର’ ପୁସ୍ତିକାରେ ଏହା ଲେଖିଛନ୍ତି। ଯଶସ୍ବୀ, ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ତାଙ୍କର କାଳଜୟୀ କୃତି ‘ନୀଳାଦ୍ରି ବିଜୟ’ରେ ଲେଖିଛନ୍ତି, ପ୍ରତ୍ୟେକ ରାତ୍ରିର ସକାଳ ଅଛି। ବାସ୍ତବତଃ ଶ୍ରୀଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ସ୍ଥିତି ନାହିଁ। ପ୍ରଫେସର ପଦ୍ମଭୂଷଣ ମନୋଜ ଦାସଙ୍କ ଭାଷାରେ- ଶ୍ରୀଜଗନ୍ନାଥ ଆମ ଅପୂର୍ଣ୍ଣତାର ପ୍ରତିନିଧି, କିନ୍ତୁ ପୂର୍ଣ୍ଣତାର ପ୍ରତିଶ୍ରୁତି। ତାଙ୍କୁ ଛୁଇଁବାକୁ ଆଜିର ବିବାଦ ପାଗଳାମି ବ୍ୟତୀତ ଆଉ କ’ଣ ହୋଇପାରେ? ବୌଦ୍ଧ ଧର୍ମ ଜୀବନକୁ ଦୁଃଖମୟ ବୋଲି ବର୍ଣ୍ଣନା କରିଛି। ଅର୍ଥାତ୍‌ ଜୀବନର ଆରମ୍ଭ ଦୁଃଖରେ ଓ ଶେଷ ମଧ୍ୟ ଦୁଃଖରେ। କିନ୍ତୁ ବିଶାଳ ଆଧ୍ୟାମତ୍ିକ ପରମ୍ପରା ମଧ୍ୟରେ ଅନେକ ବାଦ, ବୁଦ୍ଧି ଓ ତର୍ଜମା ଲୋପ ହୋଇଯାଇଛି। ସମଗ୍ର ଜୀବନ ପଛରେ ଏକ ଯୁଗ୍ମ ଆନନ୍ଦ ରହିଛି। ଶ୍ରୀଜଗନ୍ନାଥ ସେହି ଅବ୍ୟକ୍ତ, ଅନୁପମ, ସୀମାହୀନ, ଆକଳନ ଆନନ୍ଦର ଅଭିବ୍ୟକ୍ତି। ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ବୌଦ୍ଧ ଓ ଜୈନ ଧର୍ମରେ ଯେତେ ବାଦ, ବିବାଦ, ତର୍କ, ବିତର୍କ ରହିଥିଲେ ମଧ୍ୟ ସେ (ଶ୍ରୀଜଗନ୍ନାଥ) ଏକ ଅନୁପମ ଆଧ୍ୟାମିତ୍କତାର ପ୍ରତୀକ। ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତବାଦ ଓ ଶ୍ରୀଚୈତନ୍ୟଙ୍କର ଦୌବାଦ ଦୁଇଟି ଭିନ୍ନ ଆଧ୍ୟାମତ୍ିକ ଅଭିଜ୍ଞତାର ଅଭିବ୍ୟକ୍ତି ହେଲେ ହେଁ ଏହା ଶ୍ରୀଜଗନ୍ନାଥଙ୍କର ବିସ୍ମୟତାର ବିବିଧତାକୁ ପ୍ରତିପାଦନ କରେ।
ସନ୍ଥ ତୁଳସୀ ଦାସ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କଠାରେ ତାଙ୍କ ଆରାଧ୍ୟ ନୟନାଭିରାମ ଶ୍ରୀରାମଙ୍କ ଦର୍ଶନ ଲାଭ କରିବା ହିଁ ସେହି ରହସ୍ୟମୟତାର ପ୍ରମାଣ। ଅନୁରୂପ ଭାବରେ ସନ୍ଥ ଗଣପତି ଭଟ୍ଟ ରନତ୍ ସିଂହାସନରେ ଶ୍ରୀଜଗନ୍ନାଥଙ୍କ ସ୍ବରୂପରେ ଗଣପତିଙ୍କୁ ଦର୍ଶନ କରିଛନ୍ତି। ଶ୍ରୀକ୍ଷେତ୍ରକୁ ବହୁ ସନ୍ଥ ସନ୍ନ୍ୟାସୀ ଆସି ନିଜର ଆସ୍ପୃହାକୁ ସୁହାଇଲା ଭଳି ଦର୍ଶନ କରିଛନ୍ତି। ସର୍ବବ୍ୟାପୀ, ସର୍ବଧର୍ମ ସମନ୍ବୟର କିମ୍ବଦନ୍ତୀ- ସମୃଦ୍ଧିତ- ଶ୍ରୀଜଗନ୍ନାଥ ସମସ୍ତ ସାମାଜିକ, ଗୁଣ, ସୁଗୁଣର ପ୍ରତିବଦ୍ଧତାରୁ ମୁକ୍ତ। ଧର୍ମବିଶ୍ୱାସ ଓ ସାମ୍ପ୍ରଦାୟିକତାର ଊର୍ଦ୍ଧ୍ୱରେ। ବରଂ ସେ ଦାରୁ ଦେବତାଙ୍କ ଦାରୁ ଭିତରେ ସବୁ ଦୃଷ୍ଟି ଓ ଦର୍ଶନର ଦିଗ ଦିଗନ୍ତ ଏକାକାର ହୋଇଯାଇଛି। କେହି ନିଜର ସ୍ବତନ୍ତ୍ର ଦାବି କରି ପାରିନାହାନ୍ତି। କ୍ଷୁଦ୍ର, ସୀମିତ ମାନୁଷୀ ଚେତନା ରୂପାନ୍ତରିତ ହୋଇଯାଇଛି। ଶ୍ରୀଜଗନ୍ନାଥଙ୍କ ଆବିଷ୍କାର ଯେତିକି ରୋମାଞ୍ଚକର ସେତିକି ଅନନ୍ୟ।
ଶ୍ରୀଜଗନ୍ନାଥଙ୍କୁ ନେଇ ପ୍ରତ୍ୟେକ ଘଟଣା ମନୁଷ୍ୟ ଜାତିର ମାନସିକତାକୁ ପ୍ରତିବିମ୍ବିତ କରିଛି। ତାଙ୍କର ଅଧାଗଢ଼ା ବିଗ୍ରହ ବୁଝାଉଛି ମଣିଷର ଅଧୈର୍ଯ୍ୟତା ଓ ଅବିଶ୍ୱାସର କୀର୍ତ୍ତିକୁ। ମହାରାଣୀ ଗୁଣ୍ଡିଚା ଏହି ସାମୂହିକ ମାନସିକତାର ଏକ ପ୍ରତୀକ। ତଥାପି ସେ ସତ୍ୟ, ଶାଶ୍ୱତ ଓ ସର୍ବବ୍ୟାପୀ। ତାଙ୍କରି ମହିମା ଅନସ୍ବୀକୃତ। ସେ ସମସ୍ତ ଜଗତର ଆରାଧ୍ୟ। ବାଲିଦୀପ ଓ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଭକ୍ତମାନଙ୍କୁ ମନ୍ଦିରକୁ ପ୍ରବେଶ କରିବା ପାଇଁ ନିଷିଦ୍ଧ କରାଯିବା କେତେଦୂର ଯଥାର୍ଥ ଏବଂ ସମୀଚୀନ ତାହା ବିଚାର କରିବାର ସମୟ ହୁଏତ ସମାଗତ। ଏହି ନିଷେଧାଦେଶକୁ କେତେକାଳ ଆମେ ବଳବତ୍ତର ରଖି ଆମର ସଙ୍କୁଚିତତାକୁ ନେଇ ଗୌରବାନ୍ବିତ ହେଉଥିବା। ପ୍ରଖ୍ୟାତ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ତାଙ୍କ କାଳଜୟୀ କୃତି ‘ନୀଳଶୈଳ’ ଉପନ୍ୟାସର ମୁଖବନ୍ଧରେ ଲେଖିଛନ୍ତି- ବସ୍ତୁତଃ ଶ୍ରୀଜଗନ୍ନାଥଙ୍କଠାରେ ଦେବତା ଯେପରି ମନୁଷ୍ୟ ହୋଇଛି ତାଙ୍କ ସିଂହଦ୍ୱାରରେ ମନୁଷ୍ୟ ମଧ୍ୟ ସେପରି ଦେବତା ହୋଇଛି। ଅପୂର୍ବ ଏ ସର୍ଜନା। ‘ଗୀତଗୋବିନ୍ଦ’ ପରିବେଷଣ ସହ ‘ନୃତ୍ୟ’ ହେଲେ ସେ ପହୁଡ଼ିବେ (ଶୋଇବେ)। ପୁଣି ଗୁଡ଼ାଏ ପାଣି ଜାଣି ଜାଣି ଗାଧୋଇବେ (୧୦୮ ଗରା), ସ୍ନାନମଣ୍ଡପରେ ଭକ୍ତ ଗଣପତି ଭଟ୍ଟଙ୍କ ମାନ ରକ୍ଷା କରି ହାତୀବେଶ (ଗଣେଶ ବେଶ) ହେବେ, ତା’ପରେ ଜ୍ୱରରେ ଶୋଇବେ (ଅନବସର)। ଏଇ ମଣିଷ ତାଙ୍କୁ ଔଷଧ, ପଥି ଖୁଆଇବ। ଆରୋଗ୍ୟ ହୋଇ ରନତ୍ ସିଂହାସନରେ ‘ନବ ଯୌବନ’ ଦର୍ଶନ ଦେବେ, କାରଣ ୧୫ ଦିନ ଭକ୍ତମାନେ ତାଙ୍କର ଦର୍ଶନରୁ ବଞ୍ଚତ୍ତ। ତା’ପରେ ରାଜାଧିରାଜ ବଡ଼ଦାଣ୍ଡକୁ ବୁଲିଯିବେ। ସାଙ୍ଗରେ ସ୍ବୟଂ ସୁଦର୍ଶନ। ରନତ୍ ସିଂହାସନରୁ ପହଣ୍ଡିରେ ବିଜେ ହେବେ। ଏଣେ ଚଉଦ ବ୍ରହ୍ମାଣ୍ଡର ଭକ୍ତମାନଙ୍କ ବ୍ୟାକୁଳ ପ୍ରତୀକ୍ଷା। ଜନସମୁଦ୍ର ଉଦ୍‌ବେଳିତ ହୋଇ ଜୟ ଜଗନ୍ନାଥ ଧ୍ୱନିରେ ଗଗନପବନ ପ୍ରକମ୍ପିତ କରୁଛି। ଭକ୍ତ କବି ଗୌରଚରଣ ଅତି ମର୍ମସ୍ପର୍ଶୀ ଭାବରେ ତାକୁ ଉପସ୍ଥାପନ କରିଛନ୍ତି। ”କାଳିଆ କାହ୍ନୁ, ଆଉ ବିଳମ୍ବ କର କାହିଁକି- ବରଷକେ ଥରେ ବିଜୟ ରଥରେ ପତିତ ତାରଣ ପାଇଁ କି, ଚଉଦ ବ୍ରହ୍ମାଣ୍ଡ ରୁଣ୍ଡ ହୋଇଛନ୍ତି ଦୁଃଖ ଜଣାଇବା ପାଇଁ କି- ଜୀବନଯାକର ଦୁଃଖ ଉପେକ୍ଷିବେ କଳା ଶ୍ରୀମୁଖକୁ ଚାହଁି କି।“ ଅନୁରୂପ ଭାବରେ ଭକ୍ତକବିଙ୍କ ଲେଖନୀରୁ ଝରି ଆସିଛି- ”ପ୍ରାଣ ମିତଣୀକୁ ନେଇ ଚାହାଁରେ, ଚତୁର୍ଦ୍ଧା ମୂରତି ବିଜେ କରିଛନ୍ତି ରନତ୍ ସିଂହାସନ ବାହାରେ“।
ସେହିପରି କେତେ ଭଜନ, ଜଣାଣ, ଆଶା, ଅଭିମାନ, ଅଧିକାର, ଅନୁରାଗ ଓ ଅଭିଯୋଗ ଭକ୍ତ ତାଙ୍କ ପାଦପଦ୍ମରେ ଅଜାଡ଼ିଛି। ଅପୂର୍ବତାର ଆରାଧ୍ୟ ଠାକୁର ପୁଣି ତାଙ୍କୁ ନିବେଦନ କରିଛି, ଅନୁନୟ କରିଛି- ଜଗନ୍ନାଥ ହୋ! କିଛି ମାଗୁନାହିଁ ତୋତେ/ ଧନ ମାଗୁନାହିଁ, ଜନ ମାଗୁନାହିଁ, ମାଗୁଛି ଶରଧା ବାଲିରୁ ହାତେ।“ କାହିଁ କେତେ ଦୂରରୁ ଜାତି, ଧର୍ମ, ନିର୍ବିଶେଷରେ ‘ଜୟ ଜଗନ୍ନାଥ’ ମନ୍ତ୍ର ଉଚ୍ଚାରଣ କରି କରି ଭକ୍ତ ତା’ର ଆରାଧ୍ୟ ଭଗବାନ୍‌ଙ୍କୁ ଦର୍ଶନ ପାଇଁ ଧାଇଁ ଆସେ।
ବର୍ଷ ବର୍ଷର ଆକୁଳ ବିକଳ ପ୍ରତୀକ୍ଷା। ହୁଏତ ଏ ପ୍ରତୀକ୍ଷାର ଅନ୍ୟ ନାମ ହିଁ ତପସ୍ୟା। ସେଥିପାଇଁ ପାଠୁଆ ଅପାଠୁଆ, ପଣ୍ଡିତ ଅପଣ୍ଡିତ ନିର୍ବିଶେଷରେ ସମସ୍ତେ କହିଥାନ୍ତି- ‘ତାଙ୍କ ଡୋରି ନ ଲାଗିଲେ କିଏ ଯାଇପାରିବ?’ସମର୍ପଣ ଓ ନିର୍ଭରତା ହିଁ ସେ ଡୋରିର ଅନ୍ୟ ନାମ। ସେ ତ ଭକ୍ତର ଭଗବାନ, ଭକ୍ତର ଭାବରେ ବନ୍ଧା, ଭକ୍ତ ସାଲବେଗ ପହଞ୍ଚତ୍ବା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ରଥ ଅଟକି ରହିଛି। ‘ମହାମାରୀ କରୋନା’ କୋପରେ ଯେତେ ଲୋକ ମୃତ୍ୟୁବରଣ କଲେ, କୌଣସି ଯୁଦ୍ଧରେ ମଧ୍ୟ ମରିନଥିବେ। ନୀରବରେ ନିଜ ସୃଷ୍ଟିର ଶ୍ରେଷ୍ଠ ଜୀବ ମାନବ ଜାତିକୁ ରକ୍ଷାକଲେ। ତାଙ୍କ ବାରହାତ ଖଣ୍ଡାରେ ‘କରୋନା ରାକ୍ଷସ’କୁ ହତ୍ୟା କରିଛନ୍ତି! ଘୋଷଯାତ୍ରା ଭକ୍ତଶୂନ୍ୟ ହେବନି। ଭକ୍ତର ବ୍ୟାକୁଳ ପ୍ରାର୍ଥନା ଘେନିଛନ୍ତି କାଳିଆର ଭୁଜ-ଅବ୍ୟକ୍ତ ପରମାନନ୍ଦ।
ମୋ: ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri