ବିଜେଡିରେ ଯୋଗ ଦେଲେ ସ୍ବାଧୀନ କର୍ପୋରେଟର

କଟକ ଅଫିସ, ୨୮।୩(ବ୍ୟୁରୋ): କଟକ ମହାନଗର ନିଗମର ସ୍ବାଧୀନ କର୍ପୋରେଟର ସୋମବାର ବିଜେଡିରେ ଯୋଗଦେଇଛନ୍ତି। ସିଏମ୍‌ସି ୩୧ ନମ୍ବର ୱାର୍ଡର ସ୍ବାଧୀନ କର୍ପୋରେଟର ପ୍ରାର୍ଥୀ ପଦ୍ମିନୀ ସାହୁ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ୱାର୍ଡର ସର୍ବାଙ୍ଗୀନ ଉନ୍ନତିକୁ ପ୍ରାଥମିକତା ଦିଆଯିବ ସହ ସାହି ମୁରବିଙ୍କୁ ସାଥୀରେ ଧରି ୱାର୍ଡର ବିକାଶ ଧାରାକୁ ଆଗକୁ ନେବାକୁ ପଦ୍ମିନୀ କହିଛନ୍ତି। ସେ ଦୀର୍ଘ ବର୍ଷ ହେବ ଭାଜପାରେ ଥିଲେ ମଧ୍ୟ ଦଳୀୟ ଟିକେଟ ନ ପାଇ ସ୍ବାଧୀନ ଭାବେ ଲଢ଼ିଥିଲେ।