୨୦୧୯ରେ ସ୍ବାଧୀନ, ଏଥର କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟରଙ୍କ ସମର୍ଥନ

ରାୟଗଡ଼ା,୯।୬(ଆଶିଷ ରଞ୍ଜନ ପଣ୍ଡା)ଚଳିତ ସାଧାରଣ ନିର୍ବାଚନରେ ଭାଜପାକୁ ବିପୁଳ ଜନସମର୍ଥନ ମିଳିଥିବାରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଭାଜପା ସରକାର ଗଠନ କରିବାକୁ ଯାଉଛି। ତେବେ କୋରାପୁଟ ଲୋକ ସଭା ଆସନରେ କିନ୍ତୁ ଭାଜପା ବିଫଳ ହୋଇଛି। ଏଠାରେ ୬ଟି ବିଧାନସଭା ଆସନ ରାୟଗଡ଼ା, ବିଷମକଟକ, ଗୁଣପୁର, ଲକ୍ଷ୍ମୀପୁର, ପଟ୍ଟାଙ୍ଗି ଓ ଜୟପୁର ଆସନରୁ କଂଗ୍ରେସ ବିଜୟୀ ହୋଇଥିବା ବେଳେ କେବଳ ଗୋଟିଏ କୋରାପୁଟ ବିଧାନସଭା ଆସନ ଭାଜପା ଦଖଲ କରିବାରେ ସକ୍ଷମ ହୋଇପାରିଛି। ଅନ୍ୟପଟେ ବିଜେଡିକୁ ଜିଲାରେ ମାଟି କାମୁଡ଼ିବାକୁ ପଡ଼ିଛି । ନିର୍ବାଚନ ଆୟୋଗ ପକ୍ଷରୁ ମିଳିଥିବା ଭୋଟ ଗଣତି ରାଉଣ୍ଡ ରିପୋର୍ଟ ଆଧାରରେ ଭୋଟରଙ୍କ ପ୍ରଥମ ପସନ୍ଦ ପାଲଟିଛି କଂଗ୍ରେସ ଦଳ। ଏକଦା କଂଗ୍ରେସ ଗଡ଼କୁ ଭାଙ୍ଗି ବିଜେଡି ଦଖଲ କରିଥିବା ଜିଲାର ୩ ଆସନ ରାୟଗଡ଼ା, ବିଷମକଟକ ଓ ଗୁଣପୁରକୁ କଂଗ୍ରେସ ଦଖଲ କରିବା ସହ ବିପୁଳ ଜନସମର୍ଥନ ପାଇ ବିଜେଡି ଓ ଭାଜପାକୁ ଧରାଶାୟୀ କରିଛି । ତେବେ ରାୟଗଡ଼ା ବିଧାନସଭା ଆସନରେ ଭୋଟର ୨୦୧୯ ନିର୍ବାଚନଠାରୁ ବିଜେଡିକୁ ଏକ ପ୍ରକାର ପ୍ରତ୍ୟାଖ୍ୟାନ କରିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ୨୦୧୯ ଓ ୨୦୨୪ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ୨୦୧୯ରେ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କୁ ଲୋକେ ପସନ୍ଦକରି ବିଜୟୀ କରିଥିବା ବେଳେ ଚଳିତ ଥର ସମସ୍ତଙ୍କୁ ପଛରେ ପକାଇ କଂଗ୍ରେସ ପ୍ରାର୍ଥୀ ଆପାଲସ୍ବାମୀ କାଡ୍ରାକାଙ୍କୁ ବିପୁଳ ସମର୍ଥନ ଦେଇଛନ୍ତି ଭୋଟର। ରାୟଗଡ଼ା ଆସନରେ ଆପାଲସ୍ବାମୀ ୨୯,୧୮୬ ଭୋଟରେ ନିଜର ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଜେଡିର ଅନସୂୟା ମାଝିଙ୍କୁ ପରାସ୍ତ କରିଛନ୍ତି।
କାଶୀପୁର ବ୍ଲକ୍‌ର ଝିଅ ହୋଇଥିବାରୁ ନିଜ ଗଡ଼ ବୋଲି କହୁଥିବା ଅନସୂୟା ୨୮,୧୫୪ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ଆପାଲସ୍ବାମୀ ୩୯,୦୮୧ ଖଣ୍ଡ ଭୋଟ ପାଇଁ ୧୦୯୨୭ ଭୋଟରେ ଆଗୁଆ ରହିଥିଲେ। ସେହିପରି କାଶୀପୁର ପଞ୍ଚାୟତ ସମିତି ବିଜେଡି ଦଖଲରେ ରହିଥିଲେ ମଧ୍ୟ କଂଗ୍ରେସର ରଣନୀତି ଆଗରେ ଫେଲ୍‌ ମାରିଥିଲା ବିଜେଡିର ଶାସକ ବଳ। ସେହିଭଳି ରାୟଗଡ଼ା ପଞ୍ଚାୟତ ସମିତି ମଧ୍ୟ ବିଜେଡି ଦଖଲରେ ରହିଥିବା ବେଳେ ଏଠାରେ ମଧ୍ୟ କଂଗ୍ରେସକୁ ୩୬,୯୩୯ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡିକୁ ୧୮,୩୮୬ ଖଣ୍ଡ ଭୋଟ ମିଳିଛି। ତେବେ ପ୍ରତ୍ୟେକ ନିର୍ବାଚନରେ ବିଜେଡି ରାୟଗଡ଼ା ପୌର ପରିଷଦକୁ ନିଜ ଦଖଲରେ ରଖୁଥିଲେ ମଧ୍ୟ ଚଳିତ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସମର୍ଥନ ଦେଇଛନ୍ତି ପୌରାଞ୍ଚଳର ଭୋଟର। ଏଠାରେ ବିଜେଡି ପ୍ରାର୍ଥୀ ୧୧,୫୦୮ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ୧୧,୩୭୭ ଖଣ୍ଡ ଭୋଟ ପାଇଛନ୍ତ। ବିଜେଡି ମାତ୍ର ୧୩୧ ଖଣ୍ଡ ଭୋଟରେ ଆଗୁଆ ରହିଛି; ଯାହାକି ପୌରାଞ୍ଚଳରେ ମଧ୍ୟ ଲୋକେ ବିଜେଡି ପ୍ରାର୍ଥୀଙ୍କୁ ଏକ ପ୍ରକାର ପ୍ରତ୍ୟାଖ୍ୟାନ କରିଥିବା ନେଇ କର୍ମୀ ମହଲରେ ଆଲୋଚନା ଚାଲିଛି।
ପ୍ରକାଶ ଥାଉକି, କଂଗ୍ରେସ ପ୍ରାର୍ଥୀ ଆପାଲସ୍ବାମୀ ୨୦୨୨ ପୌର ନିର୍ବାଚନରେ ପୌରାଧ୍ୟକ୍ଷ ପଦରେ ପ୍ରତିଦ୍ବନ୍ଦ୍ୱିତାକରି ୮୦୦୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ହେଲେ ଚଳିତ ନିର୍ବାଚନରେ ପୌରାଞ୍ଚଳରେ ଆପାଲସ୍ବାମୀଙ୍କୁ ବିପୁଳ ସମର୍ଥନ ମିଳିଛି । ତେବେ ଭାଜପା ସେଭଳି ଭଲ ପ୍ରଦର୍ଶନ କରିପାରିନାହିଁ। କାଶୀପୁର ବ୍ଳକ୍‌ରୁ ମାତ୍ର ୬୭୧୨, ରାୟଗଡ଼ା ବ୍ଲକ୍‌ରୁ ୯୪୯୫ ଏବଂ ରାୟଗଡ଼ା ପୌରାଞ୍ଚଳରୁ ୮୧୭୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛି। ଆଗାମୀ ଦିନରେ ରାୟଗଡ଼ା ପୌର ପରିଷଦ ସମେତ ରାୟଗଡ଼ା ଓ କାଶୀପୁର ବ୍ଲକ୍‌ ପଞ୍ଚାୟତ ସମିତିକୁ ମଧ୍ୟ କଂଗ୍ରେସ ଦଖଲକରିବା ନେଇ ରାଜନୀତି ସମୀକ୍ଷକମାନେ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri