୨୦୧୯ରେ ସ୍ବାଧୀନ, ଏଥର କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟରଙ୍କ ସମର୍ଥନ

ରାୟଗଡ଼ା,୯।୬(ଆଶିଷ ରଞ୍ଜନ ପଣ୍ଡା)ଚଳିତ ସାଧାରଣ ନିର୍ବାଚନରେ ଭାଜପାକୁ ବିପୁଳ ଜନସମର୍ଥନ ମିଳିଥିବାରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଭାଜପା ସରକାର ଗଠନ କରିବାକୁ ଯାଉଛି। ତେବେ କୋରାପୁଟ ଲୋକ ସଭା ଆସନରେ କିନ୍ତୁ ଭାଜପା ବିଫଳ ହୋଇଛି। ଏଠାରେ ୬ଟି ବିଧାନସଭା ଆସନ ରାୟଗଡ଼ା, ବିଷମକଟକ, ଗୁଣପୁର, ଲକ୍ଷ୍ମୀପୁର, ପଟ୍ଟାଙ୍ଗି ଓ ଜୟପୁର ଆସନରୁ କଂଗ୍ରେସ ବିଜୟୀ ହୋଇଥିବା ବେଳେ କେବଳ ଗୋଟିଏ କୋରାପୁଟ ବିଧାନସଭା ଆସନ ଭାଜପା ଦଖଲ କରିବାରେ ସକ୍ଷମ ହୋଇପାରିଛି। ଅନ୍ୟପଟେ ବିଜେଡିକୁ ଜିଲାରେ ମାଟି କାମୁଡ଼ିବାକୁ ପଡ଼ିଛି । ନିର୍ବାଚନ ଆୟୋଗ ପକ୍ଷରୁ ମିଳିଥିବା ଭୋଟ ଗଣତି ରାଉଣ୍ଡ ରିପୋର୍ଟ ଆଧାରରେ ଭୋଟରଙ୍କ ପ୍ରଥମ ପସନ୍ଦ ପାଲଟିଛି କଂଗ୍ରେସ ଦଳ। ଏକଦା କଂଗ୍ରେସ ଗଡ଼କୁ ଭାଙ୍ଗି ବିଜେଡି ଦଖଲ କରିଥିବା ଜିଲାର ୩ ଆସନ ରାୟଗଡ଼ା, ବିଷମକଟକ ଓ ଗୁଣପୁରକୁ କଂଗ୍ରେସ ଦଖଲ କରିବା ସହ ବିପୁଳ ଜନସମର୍ଥନ ପାଇ ବିଜେଡି ଓ ଭାଜପାକୁ ଧରାଶାୟୀ କରିଛି । ତେବେ ରାୟଗଡ଼ା ବିଧାନସଭା ଆସନରେ ଭୋଟର ୨୦୧୯ ନିର୍ବାଚନଠାରୁ ବିଜେଡିକୁ ଏକ ପ୍ରକାର ପ୍ରତ୍ୟାଖ୍ୟାନ କରିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ୨୦୧୯ ଓ ୨୦୨୪ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ୨୦୧୯ରେ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କୁ ଲୋକେ ପସନ୍ଦକରି ବିଜୟୀ କରିଥିବା ବେଳେ ଚଳିତ ଥର ସମସ୍ତଙ୍କୁ ପଛରେ ପକାଇ କଂଗ୍ରେସ ପ୍ରାର୍ଥୀ ଆପାଲସ୍ବାମୀ କାଡ୍ରାକାଙ୍କୁ ବିପୁଳ ସମର୍ଥନ ଦେଇଛନ୍ତି ଭୋଟର। ରାୟଗଡ଼ା ଆସନରେ ଆପାଲସ୍ବାମୀ ୨୯,୧୮୬ ଭୋଟରେ ନିଜର ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଜେଡିର ଅନସୂୟା ମାଝିଙ୍କୁ ପରାସ୍ତ କରିଛନ୍ତି।
କାଶୀପୁର ବ୍ଲକ୍‌ର ଝିଅ ହୋଇଥିବାରୁ ନିଜ ଗଡ଼ ବୋଲି କହୁଥିବା ଅନସୂୟା ୨୮,୧୫୪ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ଆପାଲସ୍ବାମୀ ୩୯,୦୮୧ ଖଣ୍ଡ ଭୋଟ ପାଇଁ ୧୦୯୨୭ ଭୋଟରେ ଆଗୁଆ ରହିଥିଲେ। ସେହିପରି କାଶୀପୁର ପଞ୍ଚାୟତ ସମିତି ବିଜେଡି ଦଖଲରେ ରହିଥିଲେ ମଧ୍ୟ କଂଗ୍ରେସର ରଣନୀତି ଆଗରେ ଫେଲ୍‌ ମାରିଥିଲା ବିଜେଡିର ଶାସକ ବଳ। ସେହିଭଳି ରାୟଗଡ଼ା ପଞ୍ଚାୟତ ସମିତି ମଧ୍ୟ ବିଜେଡି ଦଖଲରେ ରହିଥିବା ବେଳେ ଏଠାରେ ମଧ୍ୟ କଂଗ୍ରେସକୁ ୩୬,୯୩୯ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡିକୁ ୧୮,୩୮୬ ଖଣ୍ଡ ଭୋଟ ମିଳିଛି। ତେବେ ପ୍ରତ୍ୟେକ ନିର୍ବାଚନରେ ବିଜେଡି ରାୟଗଡ଼ା ପୌର ପରିଷଦକୁ ନିଜ ଦଖଲରେ ରଖୁଥିଲେ ମଧ୍ୟ ଚଳିତ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସମର୍ଥନ ଦେଇଛନ୍ତି ପୌରାଞ୍ଚଳର ଭୋଟର। ଏଠାରେ ବିଜେଡି ପ୍ରାର୍ଥୀ ୧୧,୫୦୮ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ୧୧,୩୭୭ ଖଣ୍ଡ ଭୋଟ ପାଇଛନ୍ତ। ବିଜେଡି ମାତ୍ର ୧୩୧ ଖଣ୍ଡ ଭୋଟରେ ଆଗୁଆ ରହିଛି; ଯାହାକି ପୌରାଞ୍ଚଳରେ ମଧ୍ୟ ଲୋକେ ବିଜେଡି ପ୍ରାର୍ଥୀଙ୍କୁ ଏକ ପ୍ରକାର ପ୍ରତ୍ୟାଖ୍ୟାନ କରିଥିବା ନେଇ କର୍ମୀ ମହଲରେ ଆଲୋଚନା ଚାଲିଛି।
ପ୍ରକାଶ ଥାଉକି, କଂଗ୍ରେସ ପ୍ରାର୍ଥୀ ଆପାଲସ୍ବାମୀ ୨୦୨୨ ପୌର ନିର୍ବାଚନରେ ପୌରାଧ୍ୟକ୍ଷ ପଦରେ ପ୍ରତିଦ୍ବନ୍ଦ୍ୱିତାକରି ୮୦୦୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ହେଲେ ଚଳିତ ନିର୍ବାଚନରେ ପୌରାଞ୍ଚଳରେ ଆପାଲସ୍ବାମୀଙ୍କୁ ବିପୁଳ ସମର୍ଥନ ମିଳିଛି । ତେବେ ଭାଜପା ସେଭଳି ଭଲ ପ୍ରଦର୍ଶନ କରିପାରିନାହିଁ। କାଶୀପୁର ବ୍ଳକ୍‌ରୁ ମାତ୍ର ୬୭୧୨, ରାୟଗଡ଼ା ବ୍ଲକ୍‌ରୁ ୯୪୯୫ ଏବଂ ରାୟଗଡ଼ା ପୌରାଞ୍ଚଳରୁ ୮୧୭୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛି। ଆଗାମୀ ଦିନରେ ରାୟଗଡ଼ା ପୌର ପରିଷଦ ସମେତ ରାୟଗଡ଼ା ଓ କାଶୀପୁର ବ୍ଲକ୍‌ ପଞ୍ଚାୟତ ସମିତିକୁ ମଧ୍ୟ କଂଗ୍ରେସ ଦଖଲକରିବା ନେଇ ରାଜନୀତି ସମୀକ୍ଷକମାନେ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

ଅସ୍ତ୍ରଶସ୍ତ୍ର ସହ ପୋଲିସ ଆଗରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ଫୁଲବାଣୀ,୬।୨: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଙ୍ଗଠନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାନେଇ କନ୍ଧମାଳ ପୋଲିସ ନିକଟରେ ଶୁକ୍ରବାର ୪ଜଣ ମାଓବାଦୀ…

Vaibhav Suryavanshi: ପୁଣି ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୯ ବର୍ଷରୁ କମ ଏକଦିବସୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି। ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ ଜିତି ପ୍ରଥମେ…

Love-Relationshipକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି ଦେଲେ ସୁପ୍ରିମକୋର୍ଟ: ବ୍ରେକଅପ ପରେ ବଳାତ୍କାର ଅଭିଯୋଗ…

ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଗୁରୁବାର (ଫେବୃଆରୀ ୫, ୨୦୨୬) ଦିନ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ସମ୍ପର୍କ ଖରାପ ହେବା କିମ୍ବା ଭାଙ୍ଗିବା…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା: ଗିରଫ ଭୟରେ ଆଗୁଆ ଜାମିନ ଆବେଦନ ପରେ ଏବେ…

ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ…

ବରଗଡ଼ ସିଭିଲ କୋର୍ଟକୁ ବୋମା ଧମକ, ଛାନିଆ ହୋଇ ବାହାରକୁ ଚାଲିଆସିଲେ…

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ଶୁକ୍ରବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି।…

କେରଳରେ ଯୁବ ଚାଷୀଙ୍କ ମୃତ୍ୟୁ ଘଟଣା: ପ୍ରଶାସନ ପରେ ବଢୁଛି ସହାୟତାର ହାତ

ଲୋଇସିଂହା,୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସନଅଗାଁ(କ) ଗ୍ରାମର ଯୁବ ଚାଷୀ ବଳରାମ ପଧାନ ତାଙ୍କ ଖରିଫ ଧାନ ବିକ୍ରି ଟଙ୍କା କୌଣସିକାରଣବଶତଃ କେରଳରେ ଥିବା…

ଯାତ୍ରା ମାଲିକ ନାଣ୍ଡୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସାଇଙ୍କ ମା’, କହିଲେ ମୋ ପୁଅକୁ…

ଭୁବନେଶ୍ୱର,୬।୨: ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କ ପିଛା ଛାଡ଼ୁନାହିଁ ବିବାଦ। ପୁଣି ଥରେ ବିବାଦର ଅଡ଼ୁଆ ସୂତାରେ ଛନ୍ଦି ହୋଇଛନ୍ତି ତୁଳସୀ ଗଣନାଟ୍ୟର ମାଲିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri