ରେଭେନ୍‌ଶା କ୍ୟାମ୍ପସରେ ଯୁବତୀଯୁବକଙ୍କ ଅସଂଯତ ଭିଡିଓ ଭାଇରାଲ

କଟକ ଅଫିସ,୨ା୩: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପରିସରରେ ବୁଧବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅସଂଯତ ଅବସ୍ଥାରେ ଯୁବତୀଯୁବକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ସେମାନେ ଅଧ୍ୟୟନରତ ଛାତ୍ରୀଛାତ୍ର କି ବାହାର ପିଲା ତାହା ସ୍ପଷ୍ଟ ହୋଇପାରି ନାହିଁ। ରେଭେନ୍‌ଶାରେ ଅଣଛାତ୍ର ପ୍ରବେଶକୁ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାସତ୍ତ୍ୱେ ଏବେ ଅଣଛାତ୍ରଙ୍କ ପ୍ରବେଶ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ଉତ୍ତମ ଶିକ୍ଷା ବ୍ୟବସ୍ଥାକୁ ନେଇ ସୁନାମ ଅର୍ଜନ କରିଥିବା ରେଭେନ୍‌ଶା ଏଭଳି କିଛି ଘଟଣାକୁ ନେଇ ଏବେ ସମାଲୋଚନାର ଶରବ୍ୟ ପାଲଟିଛି। ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟର ମିଡିିଆ ସେଲ୍‌ ଅଧ୍ୟକ୍ଷ ଧର୍ମବ୍ରତ ମହାପାତ୍ରଙ୍କୁ ପଚାରିବାରୁ ଏଭଳି ଘଟଣା ତାଙ୍କ ନଜରକୁ ଆସିନାହିଁ ବୋଲି କହିଛନ୍ତି। ଯଦି ଘଟଣାର ସତ୍ୟତା ଥିବା ଜଣାପଡିବ, ତାହେଲେ ଏହା ଏକ ନିନ୍ଦନୀୟ ଘଟଣା। ବିଶ୍ୱବିଦ୍ୟାଳୟରେ ନିୟମିତ ସମୟ ବ୍ୟବଧାନରେ ସୁରକ୍ଷା କର୍ମୀମାନେ କ୍ୟାମ୍ପସ ବୁଲି ଯାଞ୍ଚ କରୁଛନ୍ତି। ତେଣୁ ଏଭଳି ଘଟଣା ଯଦି ଘଟିଥିବ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାରୁତି କଲ୍ୟାଣ ମଣ୍ଡପରେ ନିଅଁ।

ଫୁଲବାଣୀ ଅଫିସ, ୨୮ା୪-କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ହାଟପଦାରେ ଥିବା ବେଆଇନଭାବେ  ଗଢି ଉଠିଥିବା ମାରୁତି କଲ୍ୟାଣ ମଣ୍ଡପରେ ଶନିବାର ପୂର୍ବାହ୍ନରେ ନିଅଁ।  ଲାଗିଛି । ...

ପୋଲିସ, ଅବକାରୀ ବିଭାଗ ଚଢାଉ: ଗଞ୍ଜେଇ ଗଛ ନଷ୍ଟ

ମୋହନା,୨୩ା୧୧(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ଥାନା ପକ୍ଷରୁ ଶନିବାର ଏସ୍‌ପି ସାରା ଶର୍ମା ଓ ଜିଲାପାଳ ଅନୁପମ ଶାହଙ୍କ ନିର୍ଦ୍ଦେଶକ୍ରମେ ମୋହନା ଥାନା ବାରିଆବନ୍ଧ ନିକଟସ୍ଥ...

ନଦୀଜଳ ପ୍ରଦୂଷଣ ରୋକିବାକୁ ପ୍ରୟାସ: ୨୬ ସହରରେ ହେବ ସେପ୍‌ଟେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ରାଜ୍ୟର ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ବର୍ଜ୍ୟଜଳକୁ ବିଶୋଧନ କରା ନ ଯାଇ ସିଧାସଳଖ ନଦୀକୁ ଛଡ଼ାଯାଉଥିବା ଯୋଗୁ ନଦୀଜଳ ପ୍ରଦୂଷିତ ହେଉଛି।...

ଅଣ୍ଢରା ଡକାୟତି ଘଟଣାରେ ୯ ଗିରଫ

ପଟ୍ଟାମୁଣ୍ଡାଇ,୨୧ା୫(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଧୋୟାଞ୍ଚଳ ଅଣ୍ଢରା ଗାଁରେ ଏପ୍ରିଲ ୩୦ତାରିଖ ସନ୍ଧ୍ୟା ସାଢେ ୭ଟାରେ ଡକାୟତି ମାମଲାରେ ସମ୍ପୃକ୍ତ ୬ ଅଭିଯୁକ୍ତ କରାଯାଇଛି। ଏଥିସହ...

ତହସିଲଦାରଙ୍କ ଉପସ୍ଥିତିରେ ଭଙ୍ଗାଗଲା ଇଟା ଭାଟି

ମାଧପୁର,୩।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ଟୁସର ଆର୍‌ଆଇ ସର୍କଲ ବାସୁଦେବପୁର ପଞ୍ଚାୟତର ସୁବର୍ଣ୍ଣପୁର ଏବଂ ମୁଚ୍ଛପୁରରେ ବେଆଇନ ଭାବରେ ନିିର୍ମାଣ କରାଯାଉଥିବା ମାଟି...

ଇଟାଭାଟି ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ପାଟଣା,୨୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଉପାନ୍ତ ଅଞ୍ଚଳ ମାଛଗଡ଼ ପଞ୍ଚାୟତ ବାଉଁଶନାଳି ଗ୍ରାମରେ ଜେନା ମୁଣ୍ଡାଙ୍କର ଥିବା ଏକ ପୁରଣା ଇଟାଭାଟି ଚୁଲା ଭିତରୁ...

ମାଙ୍ଗାନିଜ୍‌ ଚୋରା ଚାଲାଣ ବେଳେ ପୋଲିସର ଚଢ଼ାଉ

ବଡବିଲ,୮ା୧୦ (ଡି.ଏନ୍‌.ଏ.)- ମାଙ୍ଗାନିଜ ଚୋରାଚାଲାଣ ବେଳେ ରୁଗୁଡି ଥାନା ପୋଲିସ ମଙ୍ଗଳବାର ଚଢାଉ କରିଛି। ସ୍ଥାନୀୟ କାଟେସାହିରୁ ଏହି ଚୋରାଚାଲାଣ ହେଉଥିବା ବେଳେ ପୋଲିସ ଚଢାଉ...

କମ୍‌ ବୃଷ୍ଟିପାତ ନେଇ ଚିନ୍ତାରେ ଚାଷୀ

କେନ୍ଦୁଝର, ୨୭।୭ (ସ୍ବ.ପ୍ର./ ଡି.ଏନ.ଏ.)- କୃଷିପ୍ରଧାନ କେନ୍ଦୁଝର ଜିଲାରେ ସ୍ବଳ୍ପ ବୃଷ୍ଟିପାତ ଖରିଫ ଚାଷ କାର୍ଯ୍ୟରେ ବାଧକ ସାଜିଛି। ଚାଷ ଉପଯୋଗୀ ବର୍ଷା ଅଭାବରୁ ଅନେକ...

Advertisement
Archives

Model This Week