ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ: ବନ୍ଧା ହେଲେ ଅଭିଯୁକ୍ତ

ଭବାନୀପାଟଣା,୯।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ କୋକସରା ଥାନା କୁସୁମଖୁଣ୍ଟି ଗ୍ରାମର ତୁଳାରାମ ବେହେରା। ଗିରଫ ତୁଳାରାଙ୍କୁ କୋର୍ଟ ଚାଲାଣ କରାଯିବା ସହ ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା।

କଲମପୁର ଥାନା ଅଞ୍ଚଳର ଜଣେ ନାବାଳିକା ସହ ତୁଳାରାମଙ୍କ ପ୍ରେମ ସମ୍ପର୍କ ହୋଇଥିଲା। ତୁଳାରାମ ବିବାହ ପ୍ରତିଶ୍ରୁତି ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ସେ ନାବାଳିକାଙ୍କ ସହ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ଲୋକେ ମଙ୍ଗଳବାର କଲମପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ପୋଲିସ ତୁଳାରାମଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ବାଳ ପ୍ରକାଶ କରିଛନ୍ତି।