ନୂଆଦିଲ୍ଲୀ, ୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବାକୁ ଆଉ ମାତ୍ର ୨ ଦିନ ବାକି ରହିଛି। ଟିମ ଇଣ୍ଡିଆ ଟି-୨୦ ସିରିଜକୁ ନିଜ ନାମରେ କରିଥିବା ବେଳେ ଏବେ ଦିନିକିଆ ସିରିଜରେ ମଧ୍ୟ ସମାନ ପ୍ରଦର୍ଶନ ଦୋହରାଇବାକୁ ଲକ୍ଷ୍ୟ ରଖିବ। ଏହି ସିରିଜ ଜରିଆରେ ରୋହିତ ଶର୍ମା ଓ ବିରାଟ କୋହଲି ପୁଣିଥରେ ମଇଦାନକୁ ଫେରିବେ।
ଆଗାମୀ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳକୁ ପ୍ରସ୍ତୁତି କରିବାକୁ ଥିବାରୁ ବିସିସିଆଇ ଦୁଇଟି ଅଲଗା ଦଳ ଘୋଷଣା କରିଛି। ପ୍ରଥମ ୩ଟି ଦିନିକିଆ ମ୍ୟାଚ ପାଇଁ ଗୋଟିଏ ଦଳ ରହିବାକୁ ଥିବା ବେଳେ ଶେଷ ଦୁଇଟି ମ୍ୟାଚ ପାଇଁ ଅନ୍ୟ ଏକ ଦଳ ଖେଳିବ।
ପ୍ରଥମ ୩ଟି ଦିନିକିଆ ମ୍ୟାଚରେ ଶୁଭମନ ଗିଲ ଟିମ ଇଣ୍ଡିଆର ନେତୃତ୍ୱ ନେବେ। ଏହାପରେ ସେ ଟେଷ୍ଟ ସିରିଜ ପ୍ରସ୍ତୁତି ପାଇଁ ଦଳରୁ ବାହାରିଯିବେ। ତାଙ୍କ ଅନୁପସ୍ଥିତିରେ ଶେଷ ଦୁଇଟି ଦିନିକିଆରେ ଶ୍ରେୟସ ଆୟର ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ।
ପ୍ରଥମ ୩ଟି ଦିନିକିଆ ପାଇଁ ଭାରତୀୟ ଦଳ
ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), କେଏଲ ରାହୁଲ (ଉଇକେଟ୍କିପର), ନମନ ଧୀର, ଅଂଶୁଲ କାମ୍ବୋଜ, ଈଶାନ କିଶନ (ଉଇକେଟ୍କିପର) ମହମ୍ମଦ ସିରାଜ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଗୁରନୂର ବରାର, ଋତୁରାଜ ଗାଏକ୍ୱାଡ, ଅର୍ଶଦୀପ ସିଂହ, ନୀତୀଶ କୁମାର ରେଡ୍ଡୀ (କେବଳ ପ୍ରଥମ ଦିନିକିଆ ପାଇଁ), ଆକିବ ନବୀ।
ଚତୁର୍ଥ ଓ ପଞ୍ଚମ ଦିନିକିଆ ପାଇଁ ଭାରତୀୟ ଦଳ:
ଶ୍ରେୟସ ଆୟର (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ତିଳକ ବର୍ମା, ଈଶାନ କିଶନ (ଉଇକେଟ୍କିପର ଓ ଉପଅଧିନାୟକ), ଗୁରନୂର ବରାର, ଋତୁରାଜ ଗାଏକ୍ୱାଡ, ଅର୍ଶଦୀପ ସିଂହ, ଅକ୍ଷର ପଟେଲ, ନମନ ଧୀର, ଆକିବ ନବୀ, କୁମାର କୁଶାଗ୍ର(ଉଇକେଟ୍କିପର), ଯଶ ଠାକୁର, ମହମ୍ମଦ ସିରାଜ, କୁଲଦୀପ ଯାଦବ।