Categories: Home Middleଖେଳ

ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ଖାତା ଖୋଲିପାରିଲେନି ଷ୍ଟାର ଖେଳାଳି, ବଡ଼ ବ୍ୟବଧାନରେ ଜିତିଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୧୩।୧୧: ଭାରତୀୟ କ୍ରିକେଟ ଟିମ ଓ ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ମଧ୍ୟରେ ବେ ଓଭାଲ, ମାଉଣ୍ଟ ମାଉଙ୍ଗାନୁଇରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମୁକାବିଲା ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାର ଫାଇଦା ଉଠାଇ ନ୍ୟୁଜିଲାଣ୍ଡ ଦଳ ୫୦ ଓଭରରେ ସମସ୍ତ ୧୦ଟି ଉଇକେଟ୍‌ ହରାଇ ୩୩୩ ରନ ସଂଗ୍ରହ କରିଥିଲା।

ଏହାର ଜବାବରେ ଭାରତୀୟ ଦଳ ମାତ୍ର ୮୯ ରନ କରି ଅଲଆଉଟ ହୋଇଯାଇଥିଲା। ଫଳରେ ନ୍ୟୁଜିଲାଣ୍ଡ ଦଳ ୨୪୪ ରନର ବଡ଼ ବ୍ୟବଧାନରେ ବିଜୟ ହାସଲ କରିଛି। ତେବେ ଏହି ପରାଜୟ ସତ୍ତ୍ୱେ ଭାରତୀୟ ଦଳ ସିରିଜରେ ଏବେ ବି ୨-୧ରେ ଆଗୁଆ ରହିଛି।

Dharitri – Odisha’s No.1 Odia Daily

Share