ନୂଆଦିଲ୍ଲୀ,୨୨।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଚମତ୍କାର ବ୍ୟାଟିଂ କରିଛି। ଧୂଆଁଧାର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ନିଜ କ୍ୟାରିୟରର ୯ମ ଟେଷ୍ଟ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି। ପନ୍ତ ୫ ନମ୍ୱରରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ସେତେବେଳକୁ ଦଳ ଭଲ ସ୍ଥିତିରେ ଥିଲା। ପନ୍ତ ପ୍ରଥମେ ଶୁବମନ ଗିଲ, ଅଂଶୁଲ କମ୍ୱୋଜ ଏବଂ ପରେ ଧ୍ରୁବ ଜୁରେଲଙ୍କୁ ସହ ମିଶି ଭାଗିଦାରୀ କରିଥିଲେ ଓ ଶତକ ପୂରଣ କରିଥିଲେ। ନିଜର ଏହି ଶତକ ଜରିଆରେ ପନ୍ତ ୫ଟି ବଡ଼ ରେକର୍ଡ ଭାଙ୍ଗି ଦେଇଛନ୍ତି।
Rishabh Pant Scored Century
ଋଷଭ ପନ୍ତ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଧିମା ଆରମ୍ଭ କରିଥିଲେ, କିନ୍ତୁ ପରେ ନିଜର ରନ ଗତି ବଢ଼ାଇଥିଲେ। ପନ୍ତ ୯୯ ରନ୍ରେ ବ୍ୟାଟିଂ କରୁଥିଲେ। ସେ ଝୁକିମ ନେଇ ଗ୍ଲେନ ଫିଲିପ୍ସଙ୍କ ବଲ୍ରେ ଛକା ମାରି ଶତକ ପୂରଣ କରିଥିଲେ। ସେ ୧୩୫ଟି ବଲ୍ରେ ଶତକ ଲଗାଇଥିଲେ। ଏହାପରେ ମଧ୍ୟ ପନ୍ତ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୧୫୩ଟି ବଲ୍ରେ ୧୨୮ ରନ କରି ଆଉଟ ହୋଇଥିଲେ। ପନ୍ତ ନିଜ ଇନିଂସରେ ୧୦ଟି ଚୌକା ଏବଂ ୬ଟି ଛକା ମାରିଥିଲେ। ସେ ୮୩.୬୬ର ଚମତ୍କାର ଷ୍ଟ୍ରାଇକ ରେଟ୍ରେ ବ୍ୟାଟିଂ କରିଥିଲେ।
ଋଷଭ ପନ୍ତ ସମସ୍ତ SENA ଦେଶରେ ଶତକ ଲଗାଇଥିବା ପ୍ରଥମ ଏସୀୟ ୱିକେଟ୍କିପର ହୋଇଯାଇଛନ୍ତି। କୁମାର ସାଙ୍ଗାକାରା, ଏମଏସ ଧୋନିଙ୍କ ସମେତ ଅନେକ ଦିଗ୍ଗଜ ଏସୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଏହି କାରନାମା କରିପାରି ନାହାନ୍ତି।
ଋଷଭ ପନ୍ତ ନ୍ୟୁଜିଲାଣ୍ଡରେ ସର୍ୱାଧିକ ରନ କରିଥିବା ଭାରତୀୟ ୱିକେଟ୍କିପର ବ୍ୟାଟ୍ସମ୍ୟାନ ହୋଇସାରିଛନ୍ତି। ସେ ସୟଦ କିରମାନୀଙ୍କ ରେକର୍ଡ ଭାଙ୍ଗିଛନ୍ତି, ଯିଏ ୧୯୮୧ରେ କିୱି ଦଳ ବିପକ୍ଷରେ ଅପରାଜିତ ୭୮ ରନ କରିଥିଲେ। ଏବେ ପନ୍ତ ୧୨୮ ରନ୍ର ଇନିଂସ ସହ ତାଙ୍କୁ ପଛରେ ପକାଇ ଦେଇଛନ୍ତି।
ଋଷଭ ପନ୍ତ ସମସ୍ତ SENA ଦେଶ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ)ରେ ଶତକ ଲଗାଇଥିବା ଷଷ୍ଠ ଭାରତୀୟ ହୋଇଯାଇଛନ୍ତି। ଏହା ପୂର୍ୱରୁ ମହମ୍ମଦ ଆଝାରୁଦ୍ଦିନ, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ବିରାଟ କୋହଲି ଏବଂ କେଏଲ ରାହୁଲ ଏହି କାରନାମା କରିସାରିଛନ୍ତି।
ଋଷଭ ପନ୍ତ ନିଜ ଶତକ ଜରିଆରେ ଆଡମ ଗିଲକ୍ରିଷ୍ଟ ଏବଂ ଜନି ବେୟାରଷ୍ଟୋଙ୍କ ତାଲିକାରେ ସାମିଲ ହୋଇଯାଇଛନ୍ତି। ପନ୍ତଙ୍କ ପୂର୍ୱରୁ ସମସ୍ତ SENA ଦେଶରେ ଶତକ ଲଗାଇଥିବା ବିଶ୍ୱର ଦୁଇ ଜଣ ୱିକେଟ କିପର ବ୍ୟାଟ୍ସମ୍ୟାନ ଗିଲକ୍ରିଷ୍ଟ ଏବଂ ବେୟାରଷ୍ଟୋ ଥିଲେ। ଏବେ ପନ୍ତ ଏହି କ୍ଲବ୍ରେ ସାମିଲ ହୋଇଯାଇଛନ୍ତି।
WTC ସାଇକେଲରେ ୩୦୦୦ ରନ କରିବା ନିଜେ ଏକ ବଡ଼ କୀର୍ତ୍ତିମାନ ଅଟେ। ଋଷଭ ପନ୍ତ ନିଜ ୧୨୮ ରନ୍ର ଇନିଂସ ସହ ୩୦୦୦ ରନର ମାଇଲଖୁଣ୍ଟ ଅତିକ୍ରମ କରିସାରିଛନ୍ତି। ଏବେ ସେ WTC ସାଇକେଲରେ ୩ ହଜାର ରନ କରିଥିବା ପ୍ରଥମ ୱିକେଟ୍କିପର ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି।