ନୂଆଦିଲ୍ଲୀ, ୨୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ। ନଭେମ୍ବର ୨୭ରୁ ଏହି ମୁକାବିଲା ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷ ଦିନରେ ନ୍ୟୁଜିଲାଣ୍ଡ ବ୍ୟାଟର୍ସମାନେ ଲଢ଼ୁଆ ଇନିଂସ ଖେଳି ମ୍ୟାଚକୁ ଡ୍ର’ କରାଇବାରେ ସଫଳ ହୋଇଥିଲେ।
ପ୍ରଥମ ଟେଷ୍ଟରେ ଭାରତୀୟ ବ୍ୟାଟର୍ମାନେ ସମ୍ପୂର୍ଣ୍ଣ ଭାବେ ଦବଦବା ଜାହିର କରିଥିଲେ। ହେଲେ ବୋଲିଂରେ କିଛି ଦୁର୍ବଳତା ଦେଖିବାକୁ ମିଳିଥିଲା। ଏହି କାରଣରୁ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳର ପ୍ଲେଇଂ ଇଲେଭେନରେ ୩ଟି ବଡ଼ ପରିବର୍ତ୍ତନ ହୋଇପାରେ।
ଭାରତୀୟ ଦଳର ବ୍ୟାଟିଂ କ୍ରମରେ କୌଣସି ପରିବର୍ତ୍ତନର ଆବଶ୍ୟକତା ଥିବା ଭଳି ମନେ ହେଉନାହିଁ। ପ୍ରଥମ ଟେଷ୍ଟରେ ୱାଶିଂଟନ ସୁନ୍ଦର ବୋଲିଂରେ ବିଶେଷ ପ୍ରଭାବ ପକାଇ ପାରିନଥିଲେ। ତେଣୁ ତାଙ୍କ ସ୍ଥାନରେ ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଦଳରେ ସାମିଲ କରାଯାଇପାରେ।
ସେହିପରି ପ୍ରଥମ ଟେଷ୍ଟରେ ଖରାପ ପ୍ରଦର୍ଶନ ପରେ ପ୍ରସିଦ୍ଧ କୃଷ୍ଣାଙ୍କୁ ଦଳରୁ ବାଦ ଦିଆଯାଇପାରେ। ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିପାରେ। ଏହାବ୍ୟତୀତ ଗୁରନୂର ବରାଡ଼ଙ୍କୁ ମଧ୍ୟ ଖେଳିବାର ସୁଯୋଗ ମିଳିପାରେ। ଅଂଶୁଲ କାମ୍ବୋଜ ଓ ଆକାଶ ଦୀପ ଉଭୟ ପ୍ରଥମ ଟେଷ୍ଟ ଖେଳିଥିଲେ। ତେବେ ଦ୍ୱିତୀୟ ଟେଷ୍ଟରେ ଏହି ଦୁଇ ଜଣଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ବାହାରେ ବସିବାକୁ ପଡ଼ିପାରେ।
ଟିମ ଇଣ୍ଡିଆର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ:
– ଯଶସ୍ବୀ ଜୟସ୍ବାଲ
– କେଏଲ ରାହୁଲ
– ଦେବଦତ୍ତ ପଡିକଲ
– ଶୁଭମନ ଗିଲ (ଅଧିନାୟକ)
– ରିଷଭ ପନ୍ତ
– ରବୀନ୍ଦ୍ର ଜାଡେଜା
– ଧ୍ରୁବ ଜୁରେଲ
– ଅଂଶୁଲ କାମ୍ବୋଜ/ଆକାଶ ଦୀପ
– ଯଶପ୍ରୀତ ବୁମ୍ରା
-ଗୁରନୂର ବରାଡ଼
– ମହମ୍ମଦ ସିରାଜ