Categories: Home Leftଖେଳ

ଭାରତର ପରାଜୟ ପଛରେ ୩ଟି ବଡ଼ କାରଣ, ଗମ୍ଭୀରଙ୍କ ଏହି ଭୁଲ ବଦଳାଇଦେଲା ମ୍ୟାଚର ମୋଡ଼

ନୂଆଦିଲ୍ଲୀ, ୧୩।୧୧: କୌଣସି ଦିନିକିଆ ମ୍ୟାଚରେ ୨୦୦ ରନରେ ପରାଜୟ ଏକ ଲଜ୍ଜାଜନକ ରେକର୍ଡ। ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇରେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ ସହ ଠିକ ଏପରି ଘଟଣା ଘଟିଥିଲା। ନ୍ୟୁଜିଲାଣ୍ଡ ଭାରତକୁ ୨୪୪ ରନରେ ପରାସ୍ତ କରିଥିଲା। କିୱି ଦଳ ବ୍ୟାଟିଂ ସମୟରେ ଡେଥ ଓଭର୍ଗୁଡ଼ିକରେ ସଂଘର୍ଷ କରିଥିଲେ ମଧ୍ୟ ସ୍କୋରବୋର୍ଡରେ ୩୩୩ ରନ ଯୋଡ଼ିବାରେ ସଫଳ ହୋଇଥିଲା। ଭାରତର ବ୍ୟାଟିଂ ପାଳି ଆରମ୍ଭ ହେଉ ହେଉ କୌଣସି ରନ ଯୋଡ଼ିବା ପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମା ଓ ଶ୍ରେୟସ ଆୟର ନିଜ ନିଜ ଉଇକେଟ୍‌ ହରାଇଥିଲେ। ଟପ ଅର୍ଡରର ବିଫଳତା ଭାରତୀୟ ଦଳକୁ ଭାରି ପଡ଼ିଥିଲା।

ସିରିଜରେ ଭାରତୀୟ ଦଳ ଏବେ ବି ୨-୧ରେ ଆଗୁଆ ରହିଛି। କିନ୍ତୁ ଏହି ବଡ଼ ପରାଜୟ ଅନେକ ପ୍ରଶ୍ନ ଉଠାଇଛି। ଭାରତ ହେଉଛି ବିଶ୍ୱର ଏକ ନମ୍ବର ଦିନିକିଆ ଦଳ। ତେଣୁ ୨୪୪ ରନର ଏହି ବଡ଼ ପରାଜୟକୁ ହାଲୁକା ଭାବେ ନିଆଯାଇପାରିବ ନାହିଁ। ଶେଷରେ ଏପରି କେଉଁ ୩ଟି ଭୁଲ ହୋଇଥିଲା, ଯାହା ପାଇଁ ଭାରତୀୟ ଦଳକୁ ଏଭଳି ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଲା? ଆସନ୍ତୁ ଜାଣିବା।

୧. ପିଚ୍‌କୁ ଠିକ ଭାବେ ପରଖିପାରିଲାନି ଭାରତୀୟ ଦଳ:
ଏହି ମ୍ୟାଚରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ଆଶା ଥିଲା ଯେ ମ୍ୟାଚ ଶେଷ ପର୍ଯ୍ୟନ୍ତ ଯିବ ଏବଂ ପରେ କାକର ଭାରତ ପାଇଁ ଏକ୍ସ ଫ୍ୟାକ୍ଟର ସାବ୍ୟସ୍ତ ହେବ। କିନ୍ତୁ ମ୍ୟାଚ ଏପରି ସ୍ଥିତିରେ ପହଞ୍ଚିପାରିଲା ନାହିଁ, ଯେଉଁଠାରେ ଭାରତ କାକରର ଫାଇଦା ଉଠାଇପାରିଥାନ୍ତା। ମ୍ୟାଚ ପରେ ନିଜେ ଶ୍ରେୟସ ଆୟର ସୱୀକାର କରିଥିଲେ ଯେ ପ୍ରଥମ ଓ ଦ୍ୱିତୀୟ ଇନିଂସରେ ପିଚ୍‌ର ବ୍ୟବହାର ଅଲଗା ଥିଲା।
ରୋହିତ ଶର୍ମା, ବିରାଟ କୋହଲି ଓ ଶ୍ରେୟସ ଆୟର, ତିନିଜଣ ଯାକ ପିଚ୍ରେ ପଡ଼ି ଦିଗ ବଦଳାଉଥିବା ବଲରେ ଚକ୍‌ମା ଖାଇଥିଲେ। ଏଥିରୁ ସ୍ପଷ୍ଟ ଯେ ପିଚ୍‌କୁ ଠିକ ଭାବେ ପରଖିବାରେ ଭାରତୀୟ ଟିମ ମ୍ୟାନେଜମେଣ୍ଟ, କୋଚ ଓ ଅଧିନାୟକଙ୍କଠାରୁ ବଡ଼ ଭୁଲ ହୋଇଥିଲା।

୨. ଓପନିଂରେ ଆସିପାରିଥାନ୍ତେ ଇଶାନ କିଶନ
ଅଧିନାୟକ ଶୁଭମନ ଗିଲଙ୍କ ସ୍ଥାନରେ ଚତୁର୍ଥ ଦିନିକିଆରେ ଋତୁରାଜ ଗାଏକୱାଡ ରୋହିତ ଶର୍ମାଙ୍କ ସହ ଓପନିଂ କରିଥିଲେ। ଗାଏକୱାଡ ମାତ୍ର ୫ ରନ କରି ଆଉଟ ହୋଇଥିବା ବେଳେ ଇଶାନ କିଶନ ୨୭ ରନ କରିଥିଲେ। ଇଶାନ ଟି-୨୦ ଦଳରେ ଟପ ଅର୍ଡରରେ ଖେଳୁଥିବା ବେଳେ ଗାଏକୱାଡଙ୍କର ମିଡିଲ ଅର୍ଡରରେ ଖେଳିବାର ଭଲ ଅଭିଜ୍ଞତା ରହିଛି। ଦିନିକିଆରେ ୪ ନମ୍ବର ସ୍ଥାନରେ ତାଙ୍କର ହାରାହାରି ୭୧.୩୩ ରନ ରହିଛି। ତେବେ ପ୍ଲେଇଂ ଇଲେଭେନରେ ଏହି ଛୋଟ ପରିବର୍ତ୍ତନ ମ୍ୟାଚର ମୋଡ଼ ବଦଳାଇ ପାରିଥାନ୍ତା କି?

୩. ମ୍ୟାଟ ହେନରୀଙ୍କ ବୋଲିଂର ଜବାବ ଦେଇପାରିଲେନି ଭାରତୀୟ ବ୍ୟାଟର:
ମ୍ୟାଟ ହେନରୀ ଇନିଂସର ପ୍ରଥମ ବଲରେ ହିଁ ନିଜର ଘାତକ ବୋଲିଂ ଆରମ୍ଭ କରିଦେଇଥିଲେ। ରୋହିତ ଶର୍ମା ସ୍ଲିପରେ କ୍ୟାଚ ଦେଇ ଆଉଟ ହୋଇଥିବା ବେଳେ ବିରାଟ କୋହଲି କ୍ଲିନ ବୋଲ୍ଡ ହୋଇଥିଲେ। ଅନ୍ୟପଟେ ଶ୍ରେୟସ ଆୟର LBW ଆଉଟ ହୋଇଥିଲେ। ହେନରୀଙ୍କ ଘାତକ ବୋଲିଂ କେବଳ ପ୍ରଥମ ଓଭରରେ ସୀମିତ ରହିନଥିଲା। ସେ ଯେତେବେଳେ ବି ବୋଲିଂ କରିବାକୁ ଆସିଥିଲେ, ଭାରତୀୟ ବ୍ୟାଟର୍ମାନଙ୍କୁ ଅସୁବିଧାରେ ପକାଇଥିଲେ। ସେ ପୂରା ମ୍ୟାଚରେ ୯.୪ ଓଭର ବୋଲିଂ କରି ମାତ୍ର ୨୭ ରନ ବ୍ୟୟରେ ୬ଟି ଉଇକେଟ୍‌ନେଇଥିଲେ।

 

 

Dharitri – Odisha’s No.1 Odia Daily

Share