Posted inଖେଳ

ସାମସନଙ୍କ କମାଲ: ଓ୍ବେଷ୍ଟଇଣ୍ଡିଜ ପରେ ଇଂଲଣ୍ଡ ବୋଲରଙ୍କୁ ନିର୍ଧୁମ ଛେଚା, ଏବେ ଟାର୍ଗେଟ…

ମୁମ୍ବାଇ,୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଦ୍ୱିତୀୟ ସେମିଫାଇନାଲରେ ପୁଣି ଥରେ ଚମକିଛନ୍ତି ସଞ୍ଜୁ ସାମସନ। ପୂର୍ବ ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ ବିଜେତା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି କ୍ରିକେଟର ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏବେ ସେ ୩୬ ବଲ୍‌ରେ୭୪ ରନ୍‌ କରି ଖେଳୁଛନ୍ତି। ତାଙ୍କ ସହ ଶିବମ ଦୁବେ ମଧ୍ୟ ୨ ବଲ୍‌ରେ ୨ ରନ୍‌ କରି କ୍ରିଜରେ ଅଛନ୍ତି। ଏବେ ଭାରତର ସ୍କୋର ୧୨୮ରେ ପହଞ୍ଚାଇଛନ୍ତି।

କହିରଖୁଛୁ, ଟି-୨୦ ବିଶ୍ୱକପ ଇତିହାସରେ ଏହି ଦୁଇ ଦଳ ଷଷ୍ଠ ଥର ପାଇଁ ପରସ୍ପରର ସାମ୍ନା କରୁଛନ୍ତି। ଗୁରୁବାର ଖେଳାଯାଉଥିବା ଏହି ମୁକାବିଲାରେ ଇଂଲଣ୍ଡ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ପୂର୍ବରୁ ହୋଇଥିବା ୫ଟି ମୁକାବିଲାରେ ଭାରତ ୩-୨ ବ୍ୟବଧାନରେ ଇଂଲଣ୍ଡଠାରୁ ଆଗରେ ଅଛି। ଅର୍ଥାତ ୫ ମ୍ୟାଚ ମଧ୍ୟରୁ ଭାରତ ୩ଟିରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ୨ଟି ମ୍ୟାଚ ଜିତିବାରେ ସଫଳ ହୋଇଛି।

ମୁମ୍ବାଇର ଐତିହାସିକ ୱାଙ୍ଖେଡ଼େ ଷ୍ଟାଡିୟମରେ ଏହି ଦ୍ୱିତୀୟ ସେମିଫାଇନାଲ ଖେଳାଯାଉଛି। ଉଭୟ ଦଳ ପାଇଁ ଏହି ମ୍ୟାଚ ଜିତିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। କାରଣ ଏହାକୁ ହାରିବା ଦଳର ବିଶ୍ୱକପ ଅଭିଯାନ ଶେଷ ହେବ ଏବଂ ଜିତିଲେ ସିଧା ଫାଇନାଲ ଟିକେଟ ମିଳିବ। ଏହି ମ୍ୟାଚ୍ର ବିଜେତା ଦଳ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସେମିଫାଇନାଲରେ ଭାରତର ବିସ୍ଫୋରକ ବ୍ୟାଟିଂ: ଇଂଲଣ୍ଡ ପାଇଁ ୨୫୪ ରନ୍‌ର ବିଶାଳ ଲକ୍ଷ୍ୟ, ରଚିଲା ନୂଆ ବିଶ୍ୱ ରେକର୍ଡ!  

ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍‌ର ହାଇଭୋଲଟେଜ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ…

ଭଞ୍ଜନଗରରେ ବଢୁଛି ତାତି, ଘୁମୁସର ବନଖଣ୍ଡର ୩ ଜଙ୍ଗଲରେ ନିଆଁ; ବଢିଲା ବନ ବିଭାଗର ଚିନ୍ତା

ଭଞ୍ଜନଗର,୫।୩(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ୩ ଟି ଜଙ୍ଗଲରେ ଗୁରୁବାର ନିଆଁ ଲାଗିଥିଲା। ସେଗୁଡିକ ହେଲା ଭଞ୍ଜନଗର ସହର ଗାନ୍ଧୀ…

ଘରକୁ ଫେରିବା ନେଇ ଚିନ୍ତା ବ୍ୟକ୍ତ କଲେ ସାମି

କୋଲକାତା,୫।୩: ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ଉପରେ ଆକ୍ରମଣ ପରେ ଅନ୍ତର୍ଜାତୀୟ ଆକାଶ ମାର୍ଗରେ ବିମାନ ଚଳାଚଳ ନେଇ କଟକଣା ଜାରି ରହିଛି। ଫଳରେ ଓ୍ବେଷ୍ଟଇଣ୍ଡିଜ୍‌…

ଆଫଗାନିସ୍ତାନ କ୍ରିକେଟ ବୋର୍ଡର ବଡ଼ ଘୋଷଣା: ଇବ୍ରାହିମ ହେଲେ ଅଧିନାୟନ

ନୂଆଦିଲ୍ଲୀ,୫।୩: ଓପନିଂ ବ୍ୟାଟର ଇବ୍ରାହିମ ଜଦ୍ରାନଙ୍କୁ ଆଫଗାନିସ୍ତାନ ଟି୨୦ ଦଳର ଅଧିନାୟକ ଭବେ ନିଯୁକ୍ତ କରାଯାଇଛି। ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ଲାଗି ଦଳ ଘୋଷଣା କରାଯିବା…

ଏହି ବ୍ୟାଙ୍କ ଗ୍ରାହକଙ୍କୁ ଦେଲା ବଡ଼ ଝଟ୍‌କା! ଏବେ ATMରୁ ବାହାରିବ ଅଧା କ୍ୟାଶ୍‌, ରାତାରାତି ୫୦% କମାଇଲା ଲିମିଟ୍‌

ନୂଆଦିଲ୍ଲୀ,୫।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର କୋଟି କୋଟି ଗ୍ରାହକଙ୍କ ପାଇଁ ବଡ଼ ଖବର। ବ୍ୟାଙ୍କ ଏହାର ପ୍ରିମିୟମ୍‌ ଡେବିଟ୍‌ କାର୍ଡଗୁଡ଼ିକ ପାଇଁ ଦୈନିକ ATM ନଗଦ…

India vs England Semifinal: ଓ୍ବାଙ୍ଖଡେରେ ମହାଲଢ଼େଇ; ଟସ୍‌ ହାରିଲେ ସୂର୍ଯ୍ୟକୁମାର, ପ୍ରଥମେ ବ୍ୟାଟିଂ କରିବ…

ମୁମ୍ବାଇ,୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲକୁ ନେଇ ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ଟି-୨୦ ବିଶ୍ୱକପ…

ଟେନିସ ଖେଳାଳି ସାବାଲେଙ୍କା-ଫ୍ରାଙ୍ଗୁଲିସ୍‌ଙ୍କ ନିର୍ୱନ୍ଧ ସମ୍ପନ୍ନ

ଇଣ୍ଡିଆନ ଓ୍ୱେଲ୍ସ,୫ା୩: ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଟେନିସ ଖେଳାଳି ଆରିନା ସାବାଲେଙ୍କା ଘୋଷଣା କରିଛନ୍ତି ଯେ, ତାଙ୍କର ବ୍ରାଜିଲିଆନ ବିଜନେସମ୍ୟାନ ଜର୍ଜିଅସ୍‌ ଫ୍ରାଙ୍ଗୁଲିସ୍‌ଙ୍କ ସହ ନିର୍ୱନ୍ଧ ସମ୍ପନ୍ନ ହୋଇଛି।…

ବିରିପୁରରେ ମାଙ୍କଡ଼ ଆତଙ୍କ: ୮ ଆହତ, ଭୟଭୀତ ଗ୍ରାମବାସୀ

ଗଞ୍ଜାମ,୫।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ବିରିପୁର ଗ୍ରାମରେ ମାଙ୍କଡ଼ ଆତଙ୍କ ଯୋଗୁଁ ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ଗୋଟିଏ ମାଙ୍କଡ଼ ଆତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri