Posted inଖେଳ

ଆଜି ଦ୍ୱିତୀୟ ଦିନିକିଆ: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ବିଶାଖାପାଟଣା,୧୯ା୩: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ରବିବାର ବିଶାଖାପାଟଣାରେ ଖେଳାଯିବ। ଓ୍ବାଙ୍ଖଡେରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ ଲୋକେଶ ରାହୁଲ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ପ୍ରଥମ ଦିନିକିଆ ଖେଳି ନ ଥିବା ନିୟମିତ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଓ୍ବାଙ୍ଖଡେର ଲୋ ସ୍କୋରିଂ ମ୍ୟାଚରେ ରାହୁଲଙ୍କ ଧୈର୍ଯ୍ୟପୂର୍ଣ୍ଣ ୭୫ ରନ୍‌ ବଳରେ ଭାରତ ୫ ଉଇକେଟରେ ମ୍ୟାଚ ଜିତି ନେଇଥିଲା। ଅନ୍ୟପକ୍ଷରେ ଦୀର୍ଘ ୮ ମାସ ବ୍ୟବଧାନ ପରେ ଦିନିକିଆ ମ୍ୟାଚ୍‌ ଖେଳୁଥିବା ଜାଡେଜା ଉଭୟ ବ୍ୟାଟ୍‌ ଓ ବଲ୍‌ରେ ସନ୍ତୁଳିତ ପ୍ରଦର୍ଶନ କରିଥିଲେ। ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ହୋଇଥିବା ଜାଡେଜା ବୋଲିଂରେ ୨ ଉଇକେଟ ନେଇଥିବା ବେଳେ ବ୍ୟାଟିଂରେ ଅପରାଜିତ ୪୫ ରନ୍‌ କରିଥିଲେ। ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ ଆଉ ୬ ମାସରୁ କମ୍‌ ସମୟ ରହିଥିବା ବେଳେ ଏହି ଦୁଇ ଖେଳାଳି ଭାରତର ପ୍ରମୁଖ ଅସ୍ତ୍ର ସାବ୍ୟସ୍ତ ହେବେ। ଏହା ବ୍ୟତୀତ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ଟପ୍‌ ଅର୍ଡର ପାଇଁ ଆଉ ଏକ ଶୁଭ ସଙ୍କେତ। ମିଚେଲ ଷ୍ଟାର୍କଙ୍କ ବୋଲିଂରେ ଅସହଜ ମନେ ହୋଇଥିବା ଭାରତୀୟ ବ୍ୟାଟିଂକୁ ଏହା ଶକ୍ତ କରିବ। ତେବେ ରୋହିତଙ୍କ ପ୍ରତ୍ୟାବର୍ତ୍ତନ କାରଣରୁ ଇଶାନ କିଶନଙ୍କୁ ବାହାରେ ବସିବାକୁ ପଡିବ। ଷ୍ଟାର୍କ ଶୁକ୍ରବାର ଘାତକ ବୋଲିଂ କରିବା ସହିତ ବିରାଟ କୋହଲି(୪), ସୂର୍ଯ୍ୟକୁମାର ଯାଦବ(୦) ଓ ଶୁବମାନ ଗିଲ୍‌(୨୦)ଙ୍କୁ ଆଉଟ କରିଥିଲେ। ଭାରତୀୟ ବ୍ୟାଟର ବାମହାତୀ ପେସ୍‌ ବୋଲରଙ୍କ ସାମ୍ନାରେ ନିଷ୍ପ୍ରଭ ମନେହେଉଥିବା ବେଳେ ଆଗାମୀ ଦୁଇ ମ୍ୟାଚରେ ଷ୍ଟାର୍କଙ୍କୁ ଖେଳି ଭାରତୀୟ ଖେଳାଳି ଏହି ଅଭିଜ୍ଞତା ହାସଲ କରିବେ। ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ଏହା ଭାରତୀୟ ଖେଳାଳିଙ୍କ ପାଇଁ ଲାଭଦାୟକ ହେବ। କୋହଲି ଓ ଗିଲ୍‌ଙ୍କ ଲୋ ସ୍କୋର ଭାରତ ପାଇଁ ଚିନ୍ତାଜନକ ନ ଥିବା ବେଳେ ଦିନିକିଆ କ୍ରିକେଟରେ ସୂର୍ଯ୍ୟକୁମାର ଯାଦବଙ୍କ ନିୟମିତ ବିଫଳତା ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଭାରତୀୟ ବୋଲିଂ ଲାଇନଅପ୍‌ ବେଶ୍‌ ଚମତ୍କାର ରହିଥିବା ବେଳେ ଏଥିରେ ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ। ଓ୍ବାଙ୍ଖଡେରେ ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିବା ବେଳେ ତୃତୀୟ ପେସ୍‌ ବୋଲର ଭୂମିକାରେ ନଜର ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଜାଡେଜା ଭଲ ବୋଲିଂ କରିଥିବା ବେଳେ କୁଲଦୀପ ଯାଦବ ଓ ଶାର୍ଦ୍ଦୂଳ ଠାକୁର ଆଭରେଜ ବୋଲିଂ କରିଥିଲେ। ତେବେ ସମାନ ବୋଲିଂ ଲାଇନ୍‌ ଅପ୍‌ ସହ ଭାରତ ଓହ୍ଲାଇବାକୁ ଚାହିଁବ। ପ୍ରଥମ ଦିନିକିଆରେ ୪ ଜଣ ଅଲରାଉଣ୍ଡରଙ୍କୁ ଖେଳାଇଥିଲେ ମଧ୍ୟ ଭାରତ ଉପରେ ଚାପ ସୃଷ୍ଟି କରିବାରେ ଅଷ୍ଟ୍ରେଲିଆ ବିଫଳ ହୋଇଥିଲା। ଏହା ଅଧିନାୟକ ଷ୍ଟିଭ୍‌ ସ୍ମିଥଙ୍କ ପାଇଁ ଚିନ୍ତାର କାରଣ ପାଲଟିବ।

 

ମ୍ୟାଚ୍‌ ସ୍ଥାନ-ଓ୍ବାଇଏସ୍‌ଆର ରେଡ୍ଡୀ ଷ୍ଟାଡିୟମ, ବିଶାଖାପାଟଣା, ସମୟ: ଅପରାହ୍ନ ୧.୩୦
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri