ବଢ଼ିଲା ତାପମାତ୍ରା, କୁହୁଡ଼ି ପାଇଁ ସତର୍କତା: ୬ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୭ା୧(ଅନୁରାଧା ମହାରଣା):ରାଜ୍ୟରେ ଶୀତର ଲହରି ଜାରି ରହିଥିଲେ ମଧ୍ୟ ୨ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା(ରାତି ତାପମାତ୍ରା) ପ୍ରାୟ ୨ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇଛି। ଆସନ୍ତା ୪ଦିନ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ନ ହେଲେ ମଧ୍ୟ ପରବର୍ତ୍ତୀ ସମୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ। ମଙ୍ଗଳବାର ଓ ବୁଧବାର ସୁନ୍ଦରଗଡ଼, ଢ଼େଙ୍କାନାଳ, କଟକ, କଳାହାଣ୍ଡି, କନ୍ଧମାଳ, କୋରାପୁଟ୍‌ ଆଦି ଜିଲାରେ ଘନ କୁହୁଡ଼ି ପ୍ରଭାବ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରପକ୍ଷରୁ ୟେଲୋ ଓ୍ବାର୍ନିଂ ରହିଛି। ସେହିପରି ଖୋର୍ଦ୍ଧା, କଟକ, ଅନୁଗୋଳ, ଗଜପତି, ଗଞ୍ଜାମ, ରାୟଗଡ଼ା, ଜଗତ୍‌ସିଂପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର ଓ ମାଲକାନଗିରି ଆଦି ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିପାରେ।
ସୂଚନାଥାଉକି, ସୋମବାର ରାଜ୍ୟରେ ସର୍ବାଧିକ ତାପମାତ୍ରା ବଲାଙ୍ଗୀରରେ ୩୧.୩ ଡିଗ୍ରୀ ଏବଂ ଫୁଲବାଣୀରେ ସର୍ବନିମ୍ନ ୧୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି। ସୁନ୍ଦରଗଡ଼, କୋରାପୁଟ, କଟକ, କନ୍ଧମାଳ ଆଦି ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଗଞ୍ଜାମ, ଜଗତ୍‌ସିଂପୁର, ଖୋର୍ଦ୍ଧା, କେନ୍ଦୁଝର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲାର ମଧ୍ୟ କେତେକ ସ୍ଥାନରେ କୁହୁଡ଼ିର ଆସ୍ତରଣ ଜନଜୀବନକୁ ପ୍ରଭାବିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକରୁ ମୁଖ୍ୟମନ୍ତ୍ରୀ ହେବା ପରେ ବି ଭୁଲି ନାହାଁନ୍ତି ପାପ ନାସିନି ବୈତରଣୀକୁ

ପାଟଣା,୧୩।୧(ବୀର କିଶୋର ଦାଶ): ମଙ୍ଗଳ ବାର ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟ ଦେଇ...

ଦିଲ୍ଲୀରୁ ଓଡ଼ିଆରେ ନବୀନଙ୍କୁ ଟାର୍ଗେଟ କଲେ ମୋଦି, ସମସ୍ତେ କାବା!

ନୂଆଦିଲ୍ଲୀ,୧୩।୧: ଆୟୁଷ୍ମାନ ଭାରତ ଯୋଜନା ପାଇଁ ସୋମବାର ଏମଓୟୁ ସ୍ବାକ୍ଷର ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।...

ଧାନ ବିକ୍ରି ପରେ ବି ମିଳୁନି ଚାଷୀଙ୍କୁ ପ୍ରାପ୍ୟ: କଳାହାଣ୍ଡିରେ ତେଜିଲା ଚାଷୀ ଆନ୍ଦୋଳନ

କର୍ଲାମୁଣ୍ଡା:୧୩।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଚାଲିଥିବା ରେଗଡ଼ା ମଣ୍ଡିରେ ଚାଷୀ ଧାନ ବିକ୍ରି...

ଲେବୁଲ୍‌ କ୍ରସିଂରୁ ବୋଲେରୋକୁ କାବୁକଲା ଅବକାରୀ ବିଭାଗ: ମିଳିଲା ପୁଳାପୁଳା ଘଞ୍ଜେଇ

ନିରାକାରପୁର,୧୩।୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ନିରାକାରପୁର ଥାନା ନାକତଳୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ...

ସାରା ଓଡ଼ିଶାରେ ଶୁଭୁଛି chi chi chi re nani chi, ରହସ୍ୟ ଜାଣି ହେବେ ତାଜୁବ!

ଭୁବନେଶ୍ୱର,୧୩।୧: ଛି ଛି ଛିରେ ନନୀ ଛି ଛି’…ଏବେ ଯେଉଁଠି ଶୁଣିବ ସେଇଠି ଶୁଭୁଛି ଏଇ ଗୀତ। ପିଲାଠୁ ବୁଢା ଯାଏ ସବୁଠି ଧନକେ ଦେଖିଲୁ...

କଳାହାଣ୍ଡି ଉତ୍ସବ ପୂର୍ବରୁ ମନ ମୋହିଲା ପଥୋତ୍ସବ

ଭବାନୀପାଟଣା,୧୩ା୧(ଉତ୍ତମ କୁମାର ଦାଶ)- ଭବାନୀପାଟଣାଠାରେ ଜିଲା ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଉପଲକ୍ଷେ ରବିବାରଠାରୁ ଆରମ୍ଭ ହୋଇଛି ପଥୋତ୍ସବ। କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା...

ସଂଗ୍ରାମୀଙ୍କୁ ୨୦ ହଜାର ପେନ୍‌ଶନ୍‌: ଆଇନ ମନ୍ତ୍ରୀ କହୁକହୁ କହିଦେଲେ ପୂର୍ବ ସରକାରର

ଭୁବନେଶ୍ୱର,୧୩।୧:ସଂଗ୍ରାମୀଙ୍କୁ ୨୦ ହଜାର ପେନ୍‌ଶନ୍‌ ନିଷ୍ପତ୍ତି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ୧୯୭୫ରୁ ୧୯୭୭ ମଧ୍ୟରେ ବହୁ ଲୋକ...

ଭୁବନେଶ୍ବର ଯାଆଁଳା ଫାଣ୍ଡି ପାଖରେ ଦୁର୍ଘଟଣା; ୨ ମୃତ

ଭୁବନେଶ୍ୱର, ୧୩।୧: ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡି ପାଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri