ବଢ଼ିଲା କୋଇଲା ଆମଦାନୀ

ଭୁବନେଶ୍ୱର,୧3।୫ (ଅନୁରାଧା ମହାରଣା): ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର କୋଇଲା ଆମଦାନୀ ୭.୭% ବୃଦ୍ଧି ହୋଇ ୨୬୮.୨୪ ମେଟ୍ରେିକ୍‌ ଟନ୍‌ (ଏମଟି)ରେ ପହଞ୍ଚିଛି। ବିଟୁବି ଇ-କମର୍ସ କମ୍ପାନୀ ଏମଜଙ୍କଶନ୍‌ ସର୍ଭିସେସ୍‌ ରିପୋର୍ଟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର କୋଇଲା ଆମଦାନୀ ୨୪୬.୦୬ ଏମଟି ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷର ମାର୍ଚ୍ଚରେ କୋଇଲା ଆମଦାନୀ ଗତ ଆର୍ଥିକ ବର୍ଷର ସମାନ ମାସରେ ୨୧.୧୨ ଏମଟିରୁ ୨୩.୯୬ ଏମଟିକୁ ବୃଦ୍ଧି ପାଇଛି। ୨୦୨୪ ମାର୍ଚ୍ଚରେ ରେକର୍ଡ ହୋଇଥିବା ମୋଟ ପରିମାଣ ମଧ୍ୟରୁ ନନ୍‌କୋକିଂ କୋଇଲା ଆମଦାନୀ ୧୫.୩୩ ଏମଟିରେ ପହଞ୍ଚିଛି। ୨୦୨୩ ମାର୍ଚ୍ଚରେ ଏହାର ପରିମାଣ ୧୩.୮୮ ଏମଟି ରହିଥିଲା।

୨୦୨୪ ମାର୍ଚ୍ଚରେ କୋକିଂ କୋଇଲା ଆମଦାନୀ ୫.୩୪ ଏମଟି ରହିଥିବାବେଳେ ବର୍ଷକ ପୂର୍ବେ ୩.୯୬ ଏମଟିରୁ ବୃଦ୍ଧି ପାଇଥିଲା। ୨୦୨୪ ମାର୍ଚ୍ଚ ସୁଦ୍ଧା ନନ୍‌କୋକିଂ କୋଇଲା ଆମଦାନୀ ପରିମାଣ ୧୭୫.୯୬ ଏମଟି ଥିଲା। ଅନ୍ୟପଟେ ୨୦୨୩ ମାର୍ଚ୍ଚ ସୁଦ୍ଧା ଆମଦାନୀ ହୋଇଥିବା ନନ୍‌ କୋକିଂ କୋଇଲା ପରିମାଣ ୧୬୨.୪୬ ଏମଟି ରହିଥିଲା। କୋକିଙ୍ଗ କୋଇଲା ଆମଦାନୀ ୨୦୨୩-୨୪ ରେ ୫୭.୨୨ ଏମଟି ଥିବାବେଳେ ୨୦୨୨-୨୩ ରେ ଏହା ୫୪.୪୬ ଏମଟି ଥିଲା।

ତେବେ ବଜାରରେ ଘରୋଇ କୋଇଲା ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥିବାରୁ ଆସନ୍ତା ମାସରେ ଆମଦାନୀ ଚାହିଦା ବଳବତ୍ତର ରହିବ କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି। ତେବେ ୨୦୨୩-୨୪ ମଧ୍ୟରେ ସମଗ୍ର ଭାରତରେ କୋଇଲା ଉତ୍ପାଦନ ୯୯୭.୨୫ ଏମଟି ଥିଲା, ଯାହାକି ୨୦୨୨-୨୩ ତୁଳନାରେ ୧୧.୬୫ ପ୍ରତିଶତ ବୃଦ୍ଧି ପଞ୍ଜୀକୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ରେଲଓ୍ବେ ଦେଲା ବଡ଼ ଖୁସି ଖବର: ତତ୍କାଳ ଟିକେଟ ବୁକିଂ ହେଲା ସହଜ , ଏଣିକି…

ନୂଆଦିଲ୍ଲୀ,୩୦।୧: ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛି। ଏବେ ଯାତ୍ରୀମାନେ ଶୀଘ୍ର ଏବଂ ସହଜରେ ଟିକେଟ ପାଇପାରିବେ। ନୂତନ ନିୟମ ଅନୁଯାୟୀ,…

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

Budget 2026: କରଦାତାଙ୍କୁ ମିଳିବ ବଡ଼ ଆଶ୍ବସ୍ତି! ଏହି ନିୟମରେ ପରିବର୍ତ୍ତନ କରିପାରନ୍ତି ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୩୦।୧: ବଜେଟ୍ ୨୦୨୬ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ଏବଂ ପ୍ରତି ବର୍ଷ ପରି, ଦେଶବ୍ୟାପୀ ଲକ୍ଷ ଲକ୍ଷ କରଦାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ନଜର…

ମେଦବହୁଳତା ଭାରତ ପାଇଁ ଏକ ବଡ଼ ଆର୍ଥିକ ବିପତ୍ତି: ଅର୍ଥନୈତିକ ସର୍ଭେରେ ଚେତାବନୀ

ନୂଆଦିଲ୍ଲୀ,୩୦।୧: ଦେଶରେ ବଢ଼ୁଥିବା ମେଦବହୁଳତା ସ୍ୱାସ୍ଥ୍ୟ ସହିତ ଭାରତ ପାଇଁ ଏକ ବଡ଼ ‘ଅର୍ଥନୈତିକ ବିପତ୍ତି’ ଭାବେ ଉଭା ହୋଇଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ…

ଭାରତୀୟ ମୁଦ୍ରା, ଡଲାର ଖସୁଛି

ନୂଆଦିଲ୍ଲୀ, ୩୦।୧: ଜାନୁଆରୀ ୨୦୨୬ ଶେଷ ଆଡ଼କୁ ଆମେରିକୀୟ ଡଲାର (ୟୁଏସ୍‌ଡି) ଓ ଭାରତୀୟ ମୁଦ୍ରା (ଆଇଏନ୍‌ଆର୍‌) ଉଭୟ ଭିନ୍ନ ଭାବରେ ହ୍ରାସ ପାଇବାରେ ଲାଗିଛି। ଡଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri