ବଢ଼ିଲା କୋଇଲା ଆମଦାନୀ

ଭୁବନେଶ୍ୱର,୧3।୫ (ଅନୁରାଧା ମହାରଣା): ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର କୋଇଲା ଆମଦାନୀ ୭.୭% ବୃଦ୍ଧି ହୋଇ ୨୬୮.୨୪ ମେଟ୍ରେିକ୍‌ ଟନ୍‌ (ଏମଟି)ରେ ପହଞ୍ଚିଛି। ବିଟୁବି ଇ-କମର୍ସ କମ୍ପାନୀ ଏମଜଙ୍କଶନ୍‌ ସର୍ଭିସେସ୍‌ ରିପୋର୍ଟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର କୋଇଲା ଆମଦାନୀ ୨୪୬.୦୬ ଏମଟି ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷର ମାର୍ଚ୍ଚରେ କୋଇଲା ଆମଦାନୀ ଗତ ଆର୍ଥିକ ବର୍ଷର ସମାନ ମାସରେ ୨୧.୧୨ ଏମଟିରୁ ୨୩.୯୬ ଏମଟିକୁ ବୃଦ୍ଧି ପାଇଛି। ୨୦୨୪ ମାର୍ଚ୍ଚରେ ରେକର୍ଡ ହୋଇଥିବା ମୋଟ ପରିମାଣ ମଧ୍ୟରୁ ନନ୍‌କୋକିଂ କୋଇଲା ଆମଦାନୀ ୧୫.୩୩ ଏମଟିରେ ପହଞ୍ଚିଛି। ୨୦୨୩ ମାର୍ଚ୍ଚରେ ଏହାର ପରିମାଣ ୧୩.୮୮ ଏମଟି ରହିଥିଲା।

୨୦୨୪ ମାର୍ଚ୍ଚରେ କୋକିଂ କୋଇଲା ଆମଦାନୀ ୫.୩୪ ଏମଟି ରହିଥିବାବେଳେ ବର୍ଷକ ପୂର୍ବେ ୩.୯୬ ଏମଟିରୁ ବୃଦ୍ଧି ପାଇଥିଲା। ୨୦୨୪ ମାର୍ଚ୍ଚ ସୁଦ୍ଧା ନନ୍‌କୋକିଂ କୋଇଲା ଆମଦାନୀ ପରିମାଣ ୧୭୫.୯୬ ଏମଟି ଥିଲା। ଅନ୍ୟପଟେ ୨୦୨୩ ମାର୍ଚ୍ଚ ସୁଦ୍ଧା ଆମଦାନୀ ହୋଇଥିବା ନନ୍‌ କୋକିଂ କୋଇଲା ପରିମାଣ ୧୬୨.୪୬ ଏମଟି ରହିଥିଲା। କୋକିଙ୍ଗ କୋଇଲା ଆମଦାନୀ ୨୦୨୩-୨୪ ରେ ୫୭.୨୨ ଏମଟି ଥିବାବେଳେ ୨୦୨୨-୨୩ ରେ ଏହା ୫୪.୪୬ ଏମଟି ଥିଲା।

ତେବେ ବଜାରରେ ଘରୋଇ କୋଇଲା ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥିବାରୁ ଆସନ୍ତା ମାସରେ ଆମଦାନୀ ଚାହିଦା ବଳବତ୍ତର ରହିବ କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି। ତେବେ ୨୦୨୩-୨୪ ମଧ୍ୟରେ ସମଗ୍ର ଭାରତରେ କୋଇଲା ଉତ୍ପାଦନ ୯୯୭.୨୫ ଏମଟି ଥିଲା, ଯାହାକି ୨୦୨୨-୨୩ ତୁଳନାରେ ୧୧.୬୫ ପ୍ରତିଶତ ବୃଦ୍ଧି ପଞ୍ଜୀକୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri