Posted inଜାତୀୟ

ମାସକରେ ବଢ଼ିଲାଣି ୧୦୦

ନୂଆଦିଲ୍ଲୀ,୨ା୩: କରୋନା ମହାମାରୀ ଯୋଗୁ ଲୋକଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଏଭଳି ସମୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସମେତ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ଦର କ୍ରମାଗତ ଭାବେ ବଢ଼ି ଚାଲିଛି।
ଦେଶର ପ୍ରମୁଖ ଗ୍ୟାସ୍‌ ବିତରଣ କମ୍ପାନୀଗୁଡ଼ିକର ସୂଚନା ଅନୁସାରେ ସୋମବାର ୧୪.୨ କେଜି ଘରୋଇ ଲିକ୍ୟୁଫାଏଡ୍‌ ପେଟ୍ରୋଲିୟମ ଗ୍ୟାସ୍‌ (ଏଲ୍‌ପିଜି) ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପାଇଛି। ମାର୍ଚ୍ଚ ୧ ତାରିଖରୁ ଏହି ନୂଆ ଦର ଲାଗୁ ହୋଇଛି ବୋଲି ବିତରଣ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଫଳରେ ଭୁବନେଶ୍ୱରରେ ଅଣସବ୍‌ସିଡି ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ଦାମ ୮୪୫.୫୦ ଟଙ୍କାରେ ପହଞ୍ଚତ୍ଛି। ସପ୍ତାହକ ପୂର୍ବରୁ ଏହାର ଦର ୮୨୦.୫୦ ଟଙ୍କା ରହିଥିବା ବେଳେ ଉପଭୋକ୍ତାଙ୍କୁ ମାତ୍ର ୧୩.୯୫ଟଙ୍କା ସବ୍‌ସିଡି ଆକାରରେ ମିଳୁଛି।
ଗତ ବର୍ଷ ଡିସେମ୍ବରରୁ ଚଳିତ ବର୍ଷର ମାର୍ଚ୍ଚ ପହିଲା ମଧ୍ୟରେ ମୋଟ ୫ ଥର ଗ୍ୟାସ୍‌ ଦର ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଗ୍ରାହକଙ୍କୁ ଅତିରିକ୍ତ ୨୨୫ ଟଙ୍କା ଦେବାକୁ ପଡୁଛି। ଡିସେମ୍ବରରେ ୧୪.୨କେଜି ଗ୍ୟାସ୍‌ ସିଲିଣ୍ଡର ଉପରେ ୧୦୦ଟଙ୍କା ବୃଦ୍ଧି ହୋଇଥିଲା। ସେହିଭଳି ଜାନୁୟାରୀରେ ଦର ସ୍ଥିର ରହିଥିବା ବେଳେ ଫେବୃୟାରୀରେ ସର୍ବାଧିକ ୩ଥର ବଢ଼ିଛି। ଫେବୃୟାରୀ ୪ରେ ୨୫ ଟଙ୍କା ବଢିଥିବା ବେଳେ ଫେବୃୟାରୀ ୧୪ରେ ୫୦ ଟଙ୍କା ଏବଂ ସେହି ମାସ ୨୫ ତାରିଖରେ ୨୫ ଟଙ୍କା ବୃଦ୍ଧି ପାଇଛି। ଅନୁରୂପ ଭାବେ ମାର୍ଚ୍ଚ ୧ରେ ପୁଣି ଥରେ ୨୫ ଟଙ୍କା ବଢି ବର୍ତ୍ତମାନ ଦର ୮୪୫.୫୦ଟଙ୍କାକୁ ଛୁଇଁଛି।
ଦିଲ୍ଲୀରେ ବର୍ତ୍ତମାନ ଅଣସବ୍‌ସିଡି ସିଲିଣ୍ଡର ପିଛା ୨୫ ଟଙ୍କା ବଢି ୮୧୯ ଟଙ୍କାରେ ପହଞ୍ଚତ୍ଛି। ସେହିପରି ମୁମ୍ବାଇରେ ମଧ୍ୟ ଘରୋଇ ସିଲିଣ୍ଡର ମୂଲ୍ୟ ୮୧୯ ଟଙ୍କା ରହିଥିବା ବେଳେ କୋଲକାତାରେ ୮୪୫.୫୦ ଟଙ୍କା ଏବଂ ଚେନ୍ନାଇରେ ୮୩୫ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି।
ଅନ୍ୟପଟରେ ଭୁବନେଶ୍ୱରରେ କମର୍ସିଆଲ ଗ୍ୟାସ୍‌ ଦର ମଧ୍ୟ ୯୨ ଟଙ୍କା ବଢ଼ଛି। ଏହି ଦର ବୃଦ୍ଧି ଫଳରେ ଏଠାରେ ୧୯ କେଜି କମର୍ସିଆଲ ଗ୍ୟାସ୍‌ ଦର ୧,୬୧୨ ଟଙ୍କାରୁ ବଢି ୧,୭୦୨ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଦାମ ୯୦.୫୦ ଟଙ୍କା ବୃଦ୍ଧି ପାଇ ୧,୬୨୪ ଟଙ୍କାକୁ ଛୁଇଁଛି। ଦେଶର ଅନ୍ୟ ମେଟ୍ରୋ ସହର ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଗ୍ୟାସ୍‌ ଦର ଯଥାକ୍ରମେ ୧,୫୬୩.୫୦ ଟଙ୍କା, ୧,୬୮୧.୫୦ ଟଙ୍କା ଏବଂ ୧,୭୩୦ ଟଙ୍କାକୁ ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri